ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ସାଧାରଣତଃ ଲୁଣକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। ଲୁଣ ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ଆପଣ ତ ନିଶ୍ଚୟ ଜାଣିଥିବେ ଯେ ଆୟୋଡିନ୍ଯୁକ୍ତ ଲୁଣ ଖାଇବା ଶରୀର ପାଇଁ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି, ଲୁଣ ପାଣିରେ ଗାଧୋଇଲେ ଶରୀରକୁ ଖୁବ୍ ଉପକାର ମିଳେ?
ଏବେ ଆସନ୍ତୁ ଜାଣିବା, ଲୁଣ ପାଣିରେ ଗାଧୋଇବା ଶରୀର ପାଇଁ କେମିତି ଉପକାରୀ।
୨. ଯଦି ଆପଣଙ୍କ ଆଣ୍ଠୁ ଓ ଗଣ୍ଠି ଦରଜ ହେଉଛି, ତେବେ ଲୁଣ ମିଶା ଯାଇଥିବା ପାଣିରେ ଗାଧଆନ୍ତୁ। ଖୁବ୍ ଶୀଘ୍ର ଯନ୍ତ୍ରଣାରୁ ଉପଶମ ମିଳିବ।
୩. ସେହିପରି ଲୁଣା ମିଶାଯାଇଥିବା ପାଣିରେ ଗାଧୋଇବା ଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।
୫. ଯଦି ଆପଣ ତ୍ୱଚା ସଂକ୍ରମଣଜନିତ ରୋଗରେ ପୀଡ଼ିତ, ତେବେ ଗାଧୋଇବା ପାଣିରେ ଏକ ଚାମଚ ଲୁଣ ପକାଇ ଗାଧଆନ୍ତୁ। ଏପରି କରିବା ଦ୍ୱାରା କାଛୁ ଓ କୁଣ୍ଡିଆଜନିତ ରୋଗରୁ ସୁରକ୍ଷା ମିଳିଥାଏ।
୬. ଲୁଣ ପାଣିରେ ଗାଧୋଇଲେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। କେବଳ ଏତିକି ନୁହେଁ, ଲୁଣ ପାଣିରେ ଗାଧୋଇବା ଦ୍ୱାରା ତ୍ୱଚା ନମନୀୟ ରୁହେ।