କେଉଁ ସ୍ୱପ୍ନ ଦେଖିଲେ କ’ଣ ହୁଏ ? ଜାଣନ୍ତୁ ୧୦ ପ୍ରକାର ସ୍ୱପ୍ନର ରହସ୍ୟ

ଶୋଇବା ସମୟରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ସ୍ୱପ୍ନ ଦେଖିଥାଏ। କିଛି ସ୍ୱପ୍ନ ଆମକୁ ଖୁସି ଦେଇଥାଏ ତ କିଛି ସ୍ୱପ୍ନ ଆମକୁ ଡରାଇଥାଏ। କୁହାଯାଏ ପ୍ରତିଟି ସ୍ୱପ୍ନର କିଛି ନା କିଛି ଅର୍ଥ ଥାଏ ଓ ଲୁଚି ରହିଥାଏ ଅନେକ ରହସ୍ୟ।  ଜାଣିଛନ୍ତି କି ଆପଣ ଦେଖୁଥିବା ସ୍ୱପ୍ନ ପଛରେ ଥିବା ରହସ୍ୟ କ’ଣ?  କ’ଣ କହେ ଆପଣଙ୍କ ସ୍ୱପ୍ନ? ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ କ’ଣ ହୋଇଥାଏ। ୧: ଯଦି ସ୍ୱପ୍ନରେ […]

Dream Story

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 07:42 PM IST

ଶୋଇବା ସମୟରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ସ୍ୱପ୍ନ ଦେଖିଥାଏ। କିଛି ସ୍ୱପ୍ନ ଆମକୁ ଖୁସି ଦେଇଥାଏ ତ କିଛି ସ୍ୱପ୍ନ ଆମକୁ ଡରାଇଥାଏ। କୁହାଯାଏ ପ୍ରତିଟି ସ୍ୱପ୍ନର କିଛି ନା କିଛି ଅର୍ଥ ଥାଏ ଓ ଲୁଚି ରହିଥାଏ ଅନେକ ରହସ୍ୟ।  ଜାଣିଛନ୍ତି କି ଆପଣ ଦେଖୁଥିବା ସ୍ୱପ୍ନ ପଛରେ ଥିବା ରହସ୍ୟ କ’ଣ?  କ’ଣ କହେ ଆପଣଙ୍କ ସ୍ୱପ୍ନ? ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ କ’ଣ ହୋଇଥାଏ।

୧: ଯଦି ସ୍ୱପ୍ନରେ ଆପଣ କୌଣସି ଦେବୀଙ୍କୁ ଦେଖିଲେ ବା ଦେବୀ ଦର୍ଶନ କଲେ, ତେବେ କୁହାଯାଏ ରୋଗରୁ ମୁକ୍ତି ମିଳିବ।

୨: ସେହିପରି ଯଦି ଆପଣ ସ୍ୱପ୍ନରେ ଲାଲ୍ ରଙ୍ଗର ଫୁଲ ଦେଖିଲେ ତେବେ କୁହାଯାଏ ଆପଣଙ୍କ ଭାଗ୍ୟରେ କିଛିଟା ପରିବର୍ତ୍ତନ ହେବ।

୩: ସେହିପରି ସ୍ୱପ୍ନରେ ଯଦି ଆପଣ ଝରଣା ଦେଖିଲେ ତେବେ କୁହାଯାଏ ଆପଣଙ୍କ ଦୁଃଖ ଲାଘବ ହେବ।

୪: ସେହିପରି ଯଦି ସ୍ୱପ୍ନରେ କୌଣସି ଗୁରୁଙ୍କୁ ଦର୍ଶନ କଲେ, ତେବେ କୁହାଯାଏ ଯେ ଆପଣ ନିଜ କାମରେ ସଫଳତା ପାଇବେ।

୫: ଯଦି ଅସ୍ତ୍ର ଶସ୍ତ୍ର ସ୍ୱପ୍ନ ଦେଖିଲେ ତେବେ କୁହାଯାଏ ଯେ ଆପଣ ମୋକଦ୍ଦମାରେ ପରାଜିତ ହେବେ।

୬: ଯଦି ଆପଣ ସ୍ୱପ୍ନରେ ଦେଖିଲେ ଯେ ଆପଣଙ୍କ ମୃତ୍ୟୁ ହେଉଛି ତେବେ ଜାଣନ୍ତୁ ଆପଣଙ୍କ ଆୟୂଷ ବୃଦ୍ଧି ହେବ।

୭: ସେହିପରି ଯଦି ସ୍ୱପ୍ନରେ ଆପଣ ନିଜ ପିତୃପୁରୁଷଙ୍କୁ ଦେଖିଲେ ତେବେ କୁହାଯାଏ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ହେଇଯିବ।

୮: ସେହିପରି ଯଦି କୂଅ ସ୍ୱପ୍ନ ଦେଖିଲେ ତେବେ ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ହେବ।

୯: ଯଦି ସ୍ୱପ୍ନରେ ଆପଣ ଦେଖିଲେ ଯ଼େ, କୌଣସି ଉଚ୍ଚ ସ୍ଥାନରୁ ପଡି ଯାଉଛନ୍ତି ତେବେ କୁହାଯାଏ ଆପଣ ମାନସିକ ଚିନ୍ତା ବୃଦ୍ଧି ହେବ।

୧୦: ସେହିପରି ଯଦି ସ୍ୱପ୍ନରେ ଦେଖିଲେ ଯେ, ଆପଣ ଗୋବର ମାଡୁଛନ୍ତି ତେବେ ଚାକିରିରେ ପଦୋନ୍ନତି ବା ବ୍ୟବସାଯରେ ଲାଭ ମିଳିବ।

Related story