ରବିବାର ସୂର୍ଯ୍ୟ ଦେବତାଙ୍କୁ ଏମିତି କରନ୍ତୁ ସନ୍ତୁଷ୍ଟ; ଦୂର ହୋଇଯିବ ସୂର୍ଯ୍ୟଦଶା

ହିନ୍ଦୁ ପୌରାଣିକ କଥାରେ ସୂର୍ଯ୍ୟଙ୍କୁ ବ୍ରହ୍ମାଣ୍ଡର ଆତ୍ମା କୁହାଯାଇଛି। ସୂର୍ଯ୍ୟଦେବ ହିନ୍ଦୁ ଧର୍ମର ପଞ୍ଚଦେବତାଙ୍କ ମଧ୍ୟରେ ପ୍ରମୁଖ। ରବିବାର ସୂର୍ଯ୍ୟଙ୍କୁ ପୂଜା କରିବା ବିଧାନ ରହିଛି। ରବିବାର ସୂର୍ଯ୍ୟଙ୍କୁ ପୂଜା କଲେ ମନବାଞ୍ଛା ପୂରଣ ହୋଇଥାଏ। ଶୁଭଫଳ ମିଳିଥାଏ। କିନ୍ତୁ ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ ଅଶୁଭ ସ୍ଥାନରେ ଥିଲେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ସୂର୍ଯ୍ୟଦଶା ଭୋଗ କରୁଥିବା ବ୍ୟକ୍ତି ମୁଣ୍ଡବ୍ୟଥା, ଜ୍ୱର, ଚକ୍ଷୁ ରୋଗର ଶିକାର ହୁଅନ୍ତି। ଏହା ସହିତ ଚାକିରିରେ ବାଧା ଆଦି […]

surya-

Rakesh Mallick
  • Published: Sunday, 04 June 2017
  • , Updated: 04 June 2017, 02:08 PM IST

ହିନ୍ଦୁ ପୌରାଣିକ କଥାରେ ସୂର୍ଯ୍ୟଙ୍କୁ ବ୍ରହ୍ମାଣ୍ଡର ଆତ୍ମା କୁହାଯାଇଛି। ସୂର୍ଯ୍ୟଦେବ ହିନ୍ଦୁ ଧର୍ମର ପଞ୍ଚଦେବତାଙ୍କ ମଧ୍ୟରେ ପ୍ରମୁଖ। ରବିବାର ସୂର୍ଯ୍ୟଙ୍କୁ ପୂଜା କରିବା ବିଧାନ ରହିଛି। ରବିବାର ସୂର୍ଯ୍ୟଙ୍କୁ ପୂଜା କଲେ ମନବାଞ୍ଛା ପୂରଣ ହୋଇଥାଏ। ଶୁଭଫଳ ମିଳିଥାଏ। କିନ୍ତୁ ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ ଅଶୁଭ ସ୍ଥାନରେ ଥିଲେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ସୂର୍ଯ୍ୟଦଶା ଭୋଗ କରୁଥିବା ବ୍ୟକ୍ତି ମୁଣ୍ଡବ୍ୟଥା, ଜ୍ୱର, ଚକ୍ଷୁ ରୋଗର ଶିକାର ହୁଅନ୍ତି। ଏହା ସହିତ ଚାକିରିରେ ବାଧା ଆଦି ଦେଖାଯାଏ। ଜାଣିଛନ୍ତି କି, ରବିବାର ନିମ୍ନଲିଖିତ ଉପାୟଗୁଡ଼ିକର ପାଳନ କଲେ ଏହି ଦୋଷରୁ ମୁକ୍ତି ପାଇପାରିବେ।

୧- ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଓଁ ନମଃ ଭଗବତେ ନାରାୟଣାୟ ମନ୍ତ୍ରକୁ ଏକ ଲାଲ ଚନ୍ଦନ ମାଳାରେ ଏକ ମାଳ ଜପ କରନ୍ତୁ।

୨-କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁଡ଼ ଖାଆନ୍ତୁ ଓ ପାଣି ପିଅନ୍ତୁ। ରବିବାର ଦିନ ଗୁଡ଼ ଖିରି କରି ବ୍ରାହ୍ମଣ ଓ ଗରିବ ଲୋକଙ୍କୁ ଖାଇବାକୁ ଦେଲେ ସୂର୍ଯ୍ୟ ଗ୍ରହଙ୍କର ନକାରାତ୍ମକ ପ୍ରଭାବ କମ୍‌ ହୋଇଥାଏ।

୩- ୨୫୦ ଗ୍ରାମ୍‌ ଗୁଡ଼କୁ ବୋହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ।

୪- ଘରେ ଦକ୍ଷିଣ ଦିଗରେ ଥିବା ରୁମ୍‌କୁ ଅନ୍ଧାର ରଖନ୍ତୁ।

୬- ଘରର ଛାତ ଉପରେ ପକ୍ଷୀମାନେ ପିଇବା ପାଇଁ ପାଣି ରଖନ୍ତୁ।  ପଶୁମାନଙ୍କ ପାଇଁ ମଧ୍ୟ ପାଣି ବ୍ୟବସ୍ଥା କରନ୍ତୁ।

୭- ମାତାପିତା ଓ ଗୁରୁଜନଙ୍କ ସେବା କରି ସେମାନଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟ ଦେବତା ପ୍ରସନ୍ନ ହୋଇଥାନ୍ତି।

 

Related story