ସବୁ ବେଳେ ଅଶୁଭ ନୁହେଁ ବିଲେଇ, ଆଉ କିଛି ଜୀବ ଅଧିକ ଅଶୁଭ

ରାସ୍ତାରେ ଗଲା ବେଳେ ବିଲେଇ ଆଗରେ ଚାଲି ଗଲେ ଅଶୁଭ ବୋଲି କୁହାଯାଏ। ଏହାକୁ କେହି କେହି ବିଶ୍ୱାସ କରନ୍ତି। ବିଲେଇ ଆଗରେ ଚାଲି ଗଲେ ସେମାନେ ରାସ୍ତାରେ କିଛି ସମୟ ପାଇଁ ଅଟକି ଯାଆନ୍ତି ଓ ତା’ପରେ ଆଗକୁ ଯାଆନ୍ତି।  କିନ୍ତୁ ଏହି ଧାରଣା ଠିକ୍ ନୁହେଁ। ରାସ୍ତାରେ ବିଲେଇ ଆମ ଆଗରେ ଚାଲିଗଲେ ସବୁବେଳେ ଅଶୁଭ ହୋଇ ନ ଥାଏ। ରାସ୍ତାରେ ଗଲା ବେଳେ ଯଦି ବିଲେଇ ଡାହାଣ ପଟୁ ଆପଣଙ୍କ ଆଗରେ ଚାଲିଯାଏ, […]

cat

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 09:50 AM IST

ରାସ୍ତାରେ ଗଲା ବେଳେ ବିଲେଇ ଆଗରେ ଚାଲି ଗଲେ ଅଶୁଭ ବୋଲି କୁହାଯାଏ। ଏହାକୁ କେହି କେହି ବିଶ୍ୱାସ କରନ୍ତି। ବିଲେଇ ଆଗରେ ଚାଲି ଗଲେ ସେମାନେ ରାସ୍ତାରେ କିଛି ସମୟ ପାଇଁ ଅଟକି ଯାଆନ୍ତି ଓ ତା’ପରେ ଆଗକୁ ଯାଆନ୍ତି।  କିନ୍ତୁ ଏହି ଧାରଣା ଠିକ୍ ନୁହେଁ। ରାସ୍ତାରେ ବିଲେଇ ଆମ ଆଗରେ ଚାଲିଗଲେ ସବୁବେଳେ ଅଶୁଭ ହୋଇ ନ ଥାଏ। ରାସ୍ତାରେ ଗଲା ବେଳେ ଯଦି ବିଲେଇ ଡାହାଣ ପଟୁ ଆପଣଙ୍କ ଆଗରେ ଚାଲିଯାଏ, ତା’ହେଲେ ଶୁଭ ହୋଇଥାଏ। ଏହା ଦ୍ୱାରା ଶତ୍ରୁ ଓ ବିରୋଧୀଙ୍କ ପରାଜୟ ହୋଇଥାଏ।

ଶକୁନଶାସ୍ତ୍ର ଆନୁସାରେ ବିଲେଇ ଅପେକ୍ଷା ଆଉ କିଛି ପଶୁପକ୍ଷୀ ଅଛନ୍ତି ଯେଉଁମାନେ ରାସ୍ତାରେ ଆମ ଆଗରେ ଚାଲିଗଲେ ଅଧିକ ଅଶୁଭ ହୋଇଥାଏ। ତାହାହେଲେ ଆସନ୍ତୁ ଜାଣିବା ସେହି ପଶୁପକ୍ଷୀଙ୍କ ସଂପର୍କରେ।

ସାପ- କୌଣସି କାମରେ ଗଲା ବେଳେ ରାସ୍ତାରେ ସାପଟିଏ ଆପଣଙ୍କ ଆଗରେ ବାମରୁ ଡାହଣ ପଟକୁ ଚାଲି ଗଲେ ଅଶୁଭ ହୁଏ। ଏହା ଦ୍ୱାରା ଆପଣଙ୍କ କାମ ସଂପୂର୍ଣ୍ଣ ହେବ ନାହିଁ। ତା’ସହିତ ଶତ୍ରୁଙ୍କ ଆଡ଼ୁ ଅନିଷ୍ଟ ହେବାର ସମ୍ଭାବନା ଥାଏ।

ନେଉଳ- ଦିନ ବେଳେ ନେଉଳ ଦେଖିବା ଅଶୁଭ ବୋଲି କୁହାଯାଏ। ଯଦି ଏହା ରାସ୍ତାରେ ଆପଣଙ୍କ ଆଗରେ ଚାଲି ଯାଉଛି ତା’ହେଲେ ବିରୋଧୀଙ୍କ ପକ୍ଷରୁ ଆପଣଙ୍କୁ ହାନି ପହଞ୍ଚି ପାରେ।

କୁକୁର- ରାସ୍ତାରେ ଅପରିଷ୍କାର କୁକୁରଟିଏ ଯଦି ଆପଣଙ୍କ ଆଗରେ ଚାଲି ଯାଏ, ତା’ହେଲେ ଆଗକୁ କିଛି ଖରାପ ଘଟି ପାରେ। ଆପଣଙ୍କୁ କୌଣସି କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଘୁଷୁରି- ରାସ୍ତାରେ ଆପଣଙ୍କ ଆଗରେ ଘୁଷୁରି ବାମରୁ ଡାହାଣ ପଟକୁ ଚାଲି ଗଲେ ଅଶୁଭ ଫଳ ପ୍ରାପ୍ତି ହୁଏ। ଚାହୁଁଥିବା କାର୍ଯ୍ୟ ସଂପନ୍ନ ହୁଏ ନାହିଁ।

କାଉ- ଘରୁ ବାହାରି କେଉଁଠାକୁ ଗଲା ବେଳେ ଯଦି କାଉ ଆପଣଙ୍କ ମୁଣ୍ଡକୁ ଛୁଇଁ ଚାଲି ଯାଏ, ତା’ହେଲେ ଅଶୁଭ ଫଳ ପ୍ରାପ୍ତି ହୁଏ ବୋଲି କୁହାଯାଏ। ଏହା ଦ୍ୱାରା ଶାରୀରିକ ଯନ୍ତ୍ରଣାରେ ପଡ଼ିପାରନ୍ତି।

 

Related story