ଜାଣନ୍ତୁ ୫ଟି ବାସ୍ତୁଦୋଷ ଯାହା ଘରେ ଅଶାନ୍ତି ସୃଷ୍ଟି କରାଏ

ଅଧିକାଂଶ ଘରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ। ଘରେ ସବୁ ଥାଇ ମଧ୍ୟ ସମସ୍ୟା ପିଛା ଛାଡ଼ି ନଥାଏ। ଆପଣ ବି  ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି କି? ଏହା ବାସ୍ତୁ ଦୋଷ ହୋଇପାରେ। ଆସନ୍ତୁ ଜାଣିବା ଏହି ସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ। ୧- ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବିରୁଡ଼ି ବସା କିମ୍ୱା ବୁଢ଼ିଆଣୀ ଜାଲ ରହିବା ଅଶୁଭ ହୋଇଥାଏ। ଏହା ଘରେ ଧନାଗମନକୁ ରୋକିଥାଏ। ଏହା […]

Couplefighting

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 10:54 AM IST

ଅଧିକାଂଶ ଘରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗି ରହିଥାଏ। ଘରେ ସବୁ ଥାଇ ମଧ୍ୟ ସମସ୍ୟା ପିଛା ଛାଡ଼ି ନଥାଏ। ଆପଣ ବି  ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି କି? ଏହା ବାସ୍ତୁ ଦୋଷ ହୋଇପାରେ। ଆସନ୍ତୁ ଜାଣିବା ଏହି ସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ।

୧- ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବିରୁଡ଼ି ବସା କିମ୍ୱା ବୁଢ଼ିଆଣୀ ଜାଲ ରହିବା ଅଶୁଭ ହୋଇଥାଏ। ଏହା ଘରେ ଧନାଗମନକୁ ରୋକିଥାଏ। ଏହା ସହ ଦୁର୍ଘଟଣା ମଧ୍ୟ ଘଟିଥାଏ।

୨- ଘରେ କେବେ ବି ଭଙ୍ଗ। ଦର୍ପଣ, ଭଙ୍ଗା କାଚ ଓ ଭାଙ୍ଗି ଯାଇଥିବା ଘଣ୍ଟାକୁ ରଖନ୍ତୁ ନାହିଁ। ଏହା ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସହ ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହେ।

୩- ଘରର କାନ୍ଥ ଫଟା ହେବା ଅଶୁଭ ଲକ୍ଷଣ। ଘରେ ପାଣି ନଳରୁ ପାଣି ଅନବରତ ବୋହୁଥିଲେ ଧନହାନି ହୋଇଥାଏ।

୪- ଘରେ ଥିବା ଠାକୁରଙ୍କୁ ଫୁଲ ଚଢେଇବା ଶୁଭ ହୋଇଥାଏ। ଧ୍ୟାନ ରଖିବେ ଭୁଲରେ ମଧ୍ୟ ଠାକୁରଙ୍କୁ ବାସି ଫୁଲ ଚଢାଇବେ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରେ ବୋଲି କୁହାଯାଏ।

୫- ଝାଡ଼ୁକୁ ରୋଷେଇ ଘର ଅବା ଡ୍ରଇଁ ରୁମ୍‌ରେ ରଖନ୍ତୁ ନାହିଁ। ଏହା ଘରେ ଅଶାନ୍ତି ସୃଷ୍ଟି କରେ। ତେଣୁ ଝାଡ଼ୁ କୌଣସି ଏକ ସ୍ଥାନରେ ତଳେ ଶୁଆଇ ଲୁଚାଇ ରଖନ୍ତୁ।

 

 

 

Related story