କେବେ ହେବ ମୃତ୍ୟୁ? ଆପଣ ବି ଜାଣିପାରିବେ, ପଢ଼ନ୍ତୁ କେଉଁଠି ଲେଖା ହୋଇଛି ମୃତ୍ୟୁର ସଂକେତ

କୁହାଯାଏ ମରଣ କେତେବେଳେ ଆସେ କେହି ବି ଜାଣି ପାରନ୍ତି ନାହିଁ। ଏହା ଏପରି ଏକ ସତ ଯାହାକୁ ମଣିଷ ସବୁଠୁ ଅଧିକ ଡରେ। ସମସ୍ତେ ପ୍ରାୟ ଜାଣିବାକୁ ଚାହାଁନ୍ତି ସେମାନଙ୍କ ମରଣ କେବେ ଓ କେମିତି ଆସିବ। ଏମିତି କିଛି ସଂକେତ ଅଛି ଯେଉଁଥିରୁ ଜାଣିହୁଏ ଜଣେ ବ୍ୟକ୍ତି ଏ ପୃଥିବୀ ପୃଷ୍ଠରେ ଆଉ କିଛି ଦିନର ଅତିଥି। ଆପଣ ହୁଏତ ଏହାକୁ ବିଶ୍ୱାସ କରିବେ ନାହିଁ। କିନ୍ତୁ ଭଗବାନ ଶିବ ନିଜେ ଏ ସଂକେତ […]

shiva

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 09:50 AM IST

କୁହାଯାଏ ମରଣ କେତେବେଳେ ଆସେ କେହି ବି ଜାଣି ପାରନ୍ତି ନାହିଁ। ଏହା ଏପରି ଏକ ସତ ଯାହାକୁ ମଣିଷ ସବୁଠୁ ଅଧିକ ଡରେ। ସମସ୍ତେ ପ୍ରାୟ ଜାଣିବାକୁ ଚାହାଁନ୍ତି ସେମାନଙ୍କ ମରଣ କେବେ ଓ କେମିତି ଆସିବ।

ଏମିତି କିଛି ସଂକେତ ଅଛି ଯେଉଁଥିରୁ ଜାଣିହୁଏ ଜଣେ ବ୍ୟକ୍ତି ଏ ପୃଥିବୀ ପୃଷ୍ଠରେ ଆଉ କିଛି ଦିନର ଅତିଥି। ଆପଣ ହୁଏତ ଏହାକୁ ବିଶ୍ୱାସ କରିବେ ନାହିଁ। କିନ୍ତୁ ଭଗବାନ ଶିବ ନିଜେ ଏ ସଂକେତ ଗୁଡ଼ିକ ବିଷୟରେ କହିଛନ୍ତି। ଶିବମହାପୁରାଣରେ ମହାଦେବ ମାତା ପାର୍ବତୀଙ୍କୁ ଏ ସଂପର୍କରେ କହିଛନ୍ତି। ଆପଣ ବି ସେ ସଂକେତଗୁଡ଼ିକୁ ଜାଣନ୍ତୁ-

୧. ଯଦି କୌଣସି ବ୍ୟକ୍ତିଙ୍କୁ ଚନ୍ଦ୍ର ଅବା ସୂର୍ଯ୍ୟଙ୍କ ଆଖପାଖରେ କଳା ଅବା ଲାଲ ଗୋଲାକାର ପଟି ଦେଖାଯାଏ ତା’ହେଲେ ଜାଣିବେ ଯେ ଆସନ୍ତା ୧୫ ଦିନ ଭିତରେ ତାଙ୍କର ମୃତ୍ୟୁ ହେବ।

୨. ଯେଉଁ ବ୍ୟକ୍ତିଙ୍କୁ ରାତିରେ ଚନ୍ଦ୍ର ଓ ତାରା ଠିକ୍‌ ଭାବେ ଦେଖା ନ ଯିବେ ଜାଣନ୍ତୁ ତାଙ୍କ ମୃତ୍ୟୁ ଏକ ମାସ ମଧ୍ୟରେ ହେବ।

୩. ଯେଉଁମାନଙ୍କୁ ହଠାତ୍ ଚନ୍ଦ୍ର ଓ ସୂର୍ଯ୍ୟ କଳା ଦେଖାଯିବେ ଓ ସବୁ ଦିଗକୁ ଗତି କରୁଥିବା ଭଳି ଦୃଶ୍ୟମାନ ହେବେ ତାଙ୍କର ୬ ମାସ ମଧ୍ୟରେ ମୃତ୍ୟୁ ହେବ।

୪. କୌଣସି ବ୍ୟକ୍ତିଙ୍କ ଶରୀର ଧଳା ଓ ହଳିଦିଆ ହୋଇଗଲେ ଏବଂ ତା’ଉପରେ ଲାଲ ରଙ୍ଗର ଦାଗ ଦେଖାଗଲେ ୬ ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହେବ।

୫. ଯଦି କୌଣସି ବ୍ୟକ୍ତିଙ୍କ ବାମ ହାତ ବାରମ୍ବାର ହଲିବ ଓ ତାଳୁ ଶୁଖି ଯିବ ତା’ହେଲେ ମାସେ ମଧ୍ୟରେ ତାଙ୍କର ମୃତ୍ୟୁ ହେବ।

୬.  ଯାହାକୁ ନୀଳ ମାଛି ଘେରିବେ ତା’ହେଲେ ସେ ଆଉ ମାସେ ବଞ୍ଚିବେ ବୋଲି ଜାଣିବେ।

୭. ଯେଉଁ ବ୍ୟକ୍ତିଙ୍କୁ ପାଣି, ତେଲ, ଘିଅ ଓ କାଚରେ ନିଜର ଛାଇ ଦେଖାଯିବ ନାହିଁ ୬ ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯିବ।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

Related story