ଏଗୁଡ଼ିକରେ ଅଛି କ୍ୟାନସର ପ୍ରତିରୋଧ ଶକ୍ତି

କ୍ୟାନସରର କାୟା ବଢ଼ି ଚାଲିଛି। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି। କିଛି ଲୋକ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି। ଅନେକ ଏହି ରୋଗରେ ପ୍ରାଣ ହରାଉଛନ୍ତି। ପୁରୁଷମାନେ ଅଧିକ ମାତ୍ରାରେ ମୁଖ ଓ ଯକୃତ ଜନିତ କ୍ୟାନସରରେ ପୀଡ଼ିତ ହେଉଥିବା ବେଳେ ମହିଳାମାନେ ଗର୍ଭାଶୟ ଓ ସ୍ତନ କର୍କଟର ଶିକାର ହେଉଛନ୍ତି। ସମସ୍ତ ପ୍ରକାରର କ୍ୟାନସରର ଚିକିତ୍ସା ପାଇଁ ଏଯାଏଁ ଔଷଧ ବାହାରି ନାହିଁ। ଏଥିପାଇଁ ଏବେବି ଗବେଷଣା […]

aamla

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 10:52 AM IST

କ୍ୟାନସରର କାୟା ବଢ଼ି ଚାଲିଛି। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି। କିଛି ଲୋକ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି। ଅନେକ ଏହି ରୋଗରେ ପ୍ରାଣ ହରାଉଛନ୍ତି। ପୁରୁଷମାନେ ଅଧିକ ମାତ୍ରାରେ ମୁଖ ଓ ଯକୃତ ଜନିତ କ୍ୟାନସରରେ ପୀଡ଼ିତ ହେଉଥିବା ବେଳେ ମହିଳାମାନେ ଗର୍ଭାଶୟ ଓ ସ୍ତନ କର୍କଟର ଶିକାର ହେଉଛନ୍ତି। ସମସ୍ତ ପ୍ରକାରର କ୍ୟାନସରର ଚିକିତ୍ସା ପାଇଁ ଏଯାଏଁ ଔଷଧ ବାହାରି ନାହିଁ। ଏଥିପାଇଁ ଏବେବି ଗବେଷଣା ଚାଲିଛି। ତେବେ ଏମିତି କିଛି ଜିନିଷ ଅଛି ଯେଉଁଗୁଡ଼ିକ କ୍ୟାନସର ପ୍ରତିଷେଧକ ଭାବେ ଜଣାଶୁଣା। ଏଗୁଡ଼ିକ କ୍ୟାନସର ହେବାର ବିପଦରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା ସେଗୁଡ଼ିକ ସଂପର୍କରେ-

ଅଶ୍ୱଗନ୍ଧା- ଏହା ଶରୀରରୁ ଥକାପଣ ଦୂର କରେ। ଏଥିରେ କ୍ୟାନସର ପ୍ରତିରୋଧ ଶକ୍ତି ମଧ୍ୟ ରହିଛି। ପ୍ରାୟ ୪୦ ବର୍ଷ ତଳୁ ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣି ସାରିଛନ୍ତି। ଅଶ୍ୱଗନ୍ଧାରେ ଏକ ପଦାର୍ଥ ରହିଛି ଯାହା କ୍ୟାନସର କୋଷିକାଗୁଡ଼ିକୁ ମାରିବା ସାହାଯ୍ୟ କରେ।

ଅଁଳା- ଏଥିରେ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଏହା କାର୍ସିନୋଜେନିକ କୋଷିକା ଗୁଡ଼ିକୁ ବଢ଼ିବାକୁ ଦେଇ ନ ଥାଏ। ଏପରି କରି ଏହା କ୍ୟାନସର ହେବାରୁ ରକ୍ଷା କରେ। ସେହିପରି ଗୋଟିଏ ଅଁଳାରେ ୩ଟି କମଳାର ଭିଟାମିନ ଥାଏ। ଅଁଳା ଖାଇବା ଦ୍ୱାରା ଲିଭର ବା କଲିଜାକୁ ଶକ୍ତି ମିଳେ ଓ ଏହା ଶରୀରରୁ ଟକ୍ସିନ୍ସକୁ ବାହାର କରି ଦିଏ।

ରସୁଣ- ଆୟୁର୍ବେଦ ଅନୁସାରେ ପ୍ରତିଦିନ କିଛି କିଛି ମାତ୍ରାରେ ରସୁଣ ଖାଇଲେ କ୍ୟାନସର ହେବାର ସମ୍ଭାବନା ପ୍ରାୟ ୮୦ ପ୍ରତିଶତ କମିଯାଏ। ଏହା କ୍ୟାନସର ବିରୋଧରେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ।  ରସୁଣରେ ଥିବା ଅଲିସିନ ନାମକ ରସାୟନିକ ପଦାର୍ଥ ଯକୃତ କ୍ୟାନସରରୁ ରକ୍ଷା କରିବାରେ ବେଶ୍‌ ସହାୟକ ହୋଇଥାଏ।

ଅଦା- ଏହା କ୍ୟାନସର ରୋଗୀଙ୍କ ପାଇଁ ଏକ ଔଷଧ ଭଳି କାମ କରିଥାଏ। ଏଥିରେ କ୍ୟାନସର ପ୍ରତିରୋଧ ଶକ୍ତି ରହିଛି। ଅଦା ଖାଇଲେ କୋଲେଷ୍ଟ୍ରଲର ସ୍ତର ମଧ୍ୟ କମି ଯାଏ।

ହଳଦୀ- ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀର ବ୍ୟବହାର କରାଯାଏ। ଏହା ପ୍ରାଚୀନକାଳରୁ ଚାଲି ଆସିଛି। ଅନେକ ରୋଗକୁ ନାଶ କରିବାର ଶକ୍ତି ରହିଛି ହଳଦୀରେ। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ପ୍ରତିଦିନ ହଳଦୀ ଖାଇଲେ କ୍ୟାନସର ଭଳି ଅସାଧ୍ୟ ରୋଗ ହେବାର ସମ୍ଭାବନ ପ୍ରାୟ ନ ଥାଏ। ଏହା ଶରୀରକୁ କ୍ୟାନସରରୁ ବଞ୍ଚାଏ। ଏଥିରେ କୁର୍କୁନିମ ନାମକ ଏକ ପଦାର୍ଥ ରହିଛି ଯାହା କ୍ୟାନସରକୁ ନଷ୍ଟ କରିବାରେ ସାହାଯ୍ୟ କରେ।

Related story