ଖାଦ୍ୟ କିନ୍ତୁ ଜହର; ଅଧିକ ଖାଇଲେ ନେଇପାରେ ଜୀବନ

କିଛି ଖାଦ୍ୟ ପଦାର୍ଥ ରହିଛି ଯେଉଁଗୁଡ଼ିକୁ କୁହାଯାଏ ସ୍ଲୋ-ପଏଜନ୍। ଅଧିକ ଖାଇଲେ ଏଗୁଡ଼ିକ ଶରୀରକୁ ହାନି ପହଞ୍ଚାଇ ଥାଆନ୍ତି। ଆସନ୍ତୁ ଜାଣିବା କ’ଣ ଏହି ଖାଦ୍ୟ ପଦାର୍ଥ ଓ ଏଗୁଡ଼ିକ ଶରୀରକୁ କେଉଁ ଭଳି ଭାବେ କ୍ଷତି ପହଞ୍ଚାଇ ଥାଆନ୍ତି। ଚିନି: ଏହାକୁ ଖାଇବା ଦ୍ୱାରା ଲିଭରରେ ଗ୍ଲାଇକୋଜେନ୍‌ର ମାତ୍ରା କମିଯାଏ। ଏଥିଯୋଗୁଁ ଅଧିକ ମୋଟା ହେବାର ଆଶଙ୍କା ଥାଏ। ଥକା ଲାଗେ। ମାଇଗ୍ରେନ୍, ଆଜ୍‌ମା ଓ ଡାଏବିଟିସ୍ ବଢ଼ି ପାରେ। ପୁଣି ଅଧିକ ଚିନି ଖାଇଲେ […]

rajma

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 12:33 PM IST

କିଛି ଖାଦ୍ୟ ପଦାର୍ଥ ରହିଛି ଯେଉଁଗୁଡ଼ିକୁ କୁହାଯାଏ ସ୍ଲୋ-ପଏଜନ୍। ଅଧିକ ଖାଇଲେ ଏଗୁଡ଼ିକ ଶରୀରକୁ ହାନି ପହଞ୍ଚାଇ ଥାଆନ୍ତି। ଆସନ୍ତୁ ଜାଣିବା କ’ଣ ଏହି ଖାଦ୍ୟ ପଦାର୍ଥ ଓ ଏଗୁଡ଼ିକ ଶରୀରକୁ କେଉଁ ଭଳି ଭାବେ କ୍ଷତି ପହଞ୍ଚାଇ ଥାଆନ୍ତି।

ଚିନି: ଏହାକୁ ଖାଇବା ଦ୍ୱାରା ଲିଭରରେ ଗ୍ଲାଇକୋଜେନ୍‌ର ମାତ୍ରା କମିଯାଏ। ଏଥିଯୋଗୁଁ ଅଧିକ ମୋଟା ହେବାର ଆଶଙ୍କା ଥାଏ। ଥକା ଲାଗେ। ମାଇଗ୍ରେନ୍, ଆଜ୍‌ମା ଓ ଡାଏବିଟିସ୍ ବଢ଼ି ପାରେ। ପୁଣି ଅଧିକ ଚିନି ଖାଇଲେ ବାର୍ଦ୍ଧକ୍ୟ ଶୀଘ୍ର ଆସେ।

ଗଜା ହୋଇଯାଇଥିବା ଆଳୁ: ଏଥିରେ ଗ୍ଲାଇକୋଅଲ୍କେଲାଇଡ୍‌ସ ନାମକ ଏକ ପଦାର୍ଥ ଥାଏ। ଏହା ଦ୍ୱାରା ଡାଇରିଆ ହୋଇପାରେ।  ଏଭଳି ଆଳୁ ଲଗାତାର ଖାଇବା ଦ୍ୱାରା ମୁଣ୍ଡରେ ଦରଜ ହୁଏ। ଅଚେତ ହେବାର ବି ସମ୍ଭାବନା ଥାଏ।

ରାଜମା: କଞ୍ଚା ରାଜମାରେ ଗ୍ଲାକୋପ୍ରୋଟିନ୍ ଲେକିଟନ୍ ଥାଏ। ଏହା ଦ୍ୱାରା ବାନ୍ତି ଅବା ବଦହଜମି ଭଳି ସମସ୍ୟା ଲଗାତାର ଦେଖାଯାଏ। ତେଣୁ ଏହାକୁ ସବୁବେଳେ ଭଲ ଭାବେ ସିଝାଇ ଖାଆନ୍ତୁ।

କୋଲ୍ଡ ଡ୍ରିଙ୍କ୍: ଏଥିରେ ମିଠା ଫସ୍‌ଫରିକ୍ ଏସିଡ୍ ମାତ୍ରା ଅଧିକ ଥାଏ। ଅଧିକ କୋଲ୍ଡ ଡ୍ରିଙ୍କ୍ ପିଇଲେ ହାର୍ଟ ଆଟାକ୍ ହୋଇପାରେ। ମସ୍ତିଷ୍କ ନଷ୍ଟ ହେବାର ବି ଆଶଙ୍କା ରହିଛି। ଏହା ଦ୍ୱାରା ବୃହଦ ଯନ୍ତ୍ର ସଢ଼ି ଯାଏ।

ମଇଦା: ଅଧିକ ମାତ୍ରାରେ ମଇଦାରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ସମସ୍ୟା ହୁଏ। ଏଥିରେ ଏକ ପଦାର୍ଥ ରହିଛି ଯାହା ରକ୍ତକୁ ପତଳା କରି ଦିଏ। ଫଳରେ ହାର୍ଟ ଜନିତ ସମସ୍ୟା ଦେଖାଯାଏ।

ଛତୁ: କଞ୍ଚା ଛତୁରେ କାର୍ସିନୋଜୋମିକ୍‌ କଂପାଉଣ୍ଡ ଥାଏ। ଏଥିଯୋଗୁଁ କ୍ୟାନସରର ହେବାର ଆଶଙ୍କା ବଢ଼ିଯାଏ। ତେଣୁ ଛତୁକୁ ଭଲଭାବେ ରାନ୍ଧି ଖାଇବା ଉଚିତ୍।

ଆୟୋଡିନ୍ ଯୁକ୍ତ ଲୁଣ: ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ। ଏହାକୁ ଅଧିକ ମାତ୍ରାରେ ଖାଇଲେ ବ୍ଲଡ୍ ପ୍ରେସର ସମ୍ଭାବନା ବଢ଼ିଯାଏ। ତେଣୁ ହାର୍ଟ ଆଟାକ୍‌ର ସମ୍ଭାବନା ବଢ଼ିଯାଏ। କେବଳ ସେତିକି ନୁହେଁ, କ୍ୟାନସର ହେବାର ଚାନ୍ସ ବି ବଢ଼ିଯାଏ।

Related story