ବନ୍ଧୁଙ୍କୁ ଉପହାର ଦେବା କିମ୍ବା ତାଙ୍କ ପାଖରୁ ଉପହାର ପାଇବା ଏକ ସାଧାରଣ କଥା। ତେବେ ଏପରି କିଛି ଉପହାର ଅଛି ଆପଣଙ୍କ ବନ୍ଧୁ ପ୍ରଦାନ କଲେ ଆପଣଙ୍କୁ ସୌଭାଗ୍ୟପ୍ରାପ୍ତି ହେବ ବୋଲି ବିଶ୍ୱାସ ରହିଛି। ଏହି ଉପହାର ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ କାଙ୍ଗାଳପଣ ଚାଲିଯିବ। ଆସନ୍ତୁ ଜାଣିବା ଏପରି କିଛି ଉପହାର ସମ୍ପର୍କରେ ଯାହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ।
୧. ମାଟିରୁ ପ୍ରସ୍ତୁତ ହୋଇଥିବା କୌଣସି ବସ୍ତୁ ଯେପରି ଶୋ’ ପିସ ଗିଫ୍ଟ କରିବା କିମ୍ବା ପାଇବା ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ବାକି ପଡିଥିବା ଧନ ଧୀରେ ଧୀରେ ମିଳିବକୁ ଲାଗିଥାଏ ଓ ଆୟ ବୃଦ୍ଧି ହୋଇଥାଏ।
୩. ବନ୍ଧୁ ମାନଙ୍କୁ ଲୁଗା କିମ୍ବା କପଡା ଉପହାରରେ ଦେବା କିମ୍ବା ପାଇବା ଶୁଭ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ କରାଯାଇଥାଏ। କପଡା ଉପହାର ଦେଲେ କିମ୍ବା ପାଇଲେ ଦୁଇ ଜଣଙ୍କ ଦୁର୍ଭାଗ୍ୟ ଦୂର ହେବା ସହ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
୫. ପିୟୋନିୟା ଫୁଲକୁ ‘ଫୁଲଙ୍କ ରାଣୀ’ କୁହାଯାଇଥାଏ। ପିୟୋନିୟୋ ଫୁଲ ପ୍ରେମ, ସୌନ୍ଦର୍ଯ୍ୟ ଓ ଭଲପାବାର ପ୍ରତୀକ। ଏହି ଫୁଲକୁ ଉପହାର ଦେବା କିମ୍ବା ପାଇବା ଦ୍ୱାରା ଧନ ଲାଭ ହୋଇଥାଏ।
୬. ଶାସ୍ତ୍ର ଅନୁସାରେ ରୁପା ପାଇବା କିମ୍ବା ଦେବା ଶୁଭ। ରୁପା କଏନ କିମ୍ବା ବସ୍ତୁ ଉପହାରରେ ଦେଲେ କିମ୍ବା ପାଇଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।