ମେଷ ଓ କୁମ୍ଭ ରାଶିର ଲୋକେ ଖୋଜନ୍ତି ଏମିତିକା ଜୀବନ ସାଥୀ, ବନନ୍ତି ପରଫେକ୍ଟ ଯୋଡ଼ି

ସମସ୍ତଙ୍କ ଚରିତ୍ର ସମାନ ହୋଇ ନ ଥାଏ। ପ୍ରତ୍ୟେକ ରାଶିର ବ୍ୟକ୍ତିଙ୍କ ଏକ ସ୍ୱତନ୍ତ୍ର ଗୁଣ ନିଶ୍ଚିତ ଥାଏ। ଏହା ସେମାନଙ୍କ ଜୀବନକୁ ପ୍ରଭାବିତ କରେ। ଜଣେ ବ୍ୟକ୍ତିଙ୍କ ରାଶି ଓ ତାଙ୍କ ଜୀବନ ସାଥୀ ଅବା ପ୍ରେମିକାଙ୍କ ରାଶି ସେମାନଙ୍କ ଉଭୟଙ୍କ ଜୀବନକୁ ପ୍ରଭାବିତ କରେ। ତା’ହେଲେ ଜାଣନ୍ତୁ କେଉଁ ରାଶିର ଲୋକେ ପର୍‌ଫେକ୍ଟ ଯୋଡ଼ି ହୋଇଥାଆନ୍ତି। ମେଷ ଓ କୁମ୍ଭ  ଦୁଇ ରାଶିର ଲୋକଙ୍କୁ ଦୁଃସାହାସିକ କାର୍ଯ୍ୟ ଭଲ ଲାଗେ। ତେଣୁ ଯେଉଁ ଦମ୍ପତିଙ୍କ […]

lifepartner

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 10:30 AM IST

ସମସ୍ତଙ୍କ ଚରିତ୍ର ସମାନ ହୋଇ ନ ଥାଏ। ପ୍ରତ୍ୟେକ ରାଶିର ବ୍ୟକ୍ତିଙ୍କ ଏକ ସ୍ୱତନ୍ତ୍ର ଗୁଣ ନିଶ୍ଚିତ ଥାଏ। ଏହା ସେମାନଙ୍କ ଜୀବନକୁ ପ୍ରଭାବିତ କରେ। ଜଣେ ବ୍ୟକ୍ତିଙ୍କ ରାଶି ଓ ତାଙ୍କ ଜୀବନ ସାଥୀ ଅବା ପ୍ରେମିକାଙ୍କ ରାଶି ସେମାନଙ୍କ ଉଭୟଙ୍କ ଜୀବନକୁ ପ୍ରଭାବିତ କରେ। ତା’ହେଲେ ଜାଣନ୍ତୁ କେଉଁ ରାଶିର ଲୋକେ ପର୍‌ଫେକ୍ଟ ଯୋଡ଼ି ହୋଇଥାଆନ୍ତି।

  • ମେଷ ଓ କୁମ୍ଭ  ଦୁଇ ରାଶିର ଲୋକଙ୍କୁ ଦୁଃସାହାସିକ କାର୍ଯ୍ୟ ଭଲ ଲାଗେ। ତେଣୁ ଯେଉଁ ଦମ୍ପତିଙ୍କ ରାଶି ମେଷ ଓ କୁମ୍ଭ ହୋଇଥାଏ ସେମାନେ ପରସ୍ପରକୁ ଭାରି ଭଲ ପାଆନ୍ତି। ତେଣୁ ସେମାନେ ପରଫେକ୍ଟ କପଲ୍‌ ହୋଇଥାଆନ୍ତି।
  • ବୃଷ ଓ ବିଛା ରାଶିର ପ୍ରେମିକପ୍ରେମିକା ପରସ୍ପରର ଡିଜାଇନକୁ ବେଶ ପସନ୍ଦ କରନ୍ତି। ଲିଡର୍‌ସିପ୍‌କୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୁଏ ନାହିଁ। ଉଭୟେ ପରସ୍ପରର ମତକୁ ସାଦରେ ଗ୍ରହଣ କରନ୍ତି।
  • ଧନୁ ରାଶି ଲୋକଙ୍କୁ ସିଂହ ରାଶି ଲୋକଙ୍କ ଆତ୍ମବିଶ୍ୱାସ ଭଲ ଲାଗେ। ଅନ୍ୟପକ୍ଷରେ ସିଂହ ରାଶିର ଲୋକେ ମଧ୍ୟ ଧନୁ ରାଶି ବ୍ୟକ୍ତିଙ୍କ ସେହି ଗୁଣଟିକୁ ପସନ୍ଦ କରନ୍ତି।
  • କନ୍ୟା ଓ ମକର ରାଶିର ଯୋଡି ପରସ୍ପର ମଧ୍ୟରେ କୌଣସି କଥା ଲୁଚାନ୍ତି ନାହିଁ। ସେମାନେ ପରସ୍ପରକୁ କେବେ ମିଛ କହନ୍ତି ନାହିଁ। ଉଭୟେ ନିଜ ସଂପର୍କକୁ ଭଲ ଭାବେ ତୁଲାନ୍ତି। ପରସ୍ପରକୁ ବିଶ୍ୱାସ କରନ୍ତି। ତେଣୁ ସେମାନେ ପରଫେକ୍ଟ ଯୋଡ଼ି।

Related story