ମାଲାମାଲ କୁମ୍ଭ ରାଶି; ସବୁବେଳେ ପକେଟ୍ ଗରମ

ପ୍ରାୟ ସମସ୍ତେ ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବାକୁ ଚାହାଁନ୍ତି। ଏଥିପାଇଁ କଠିନ ପରିଶ୍ରମ କରିଥାଆନ୍ତି। ଅନେକଙ୍କ କ୍ଷେତ୍ରରେ ଦେଖାଯାଏ ଯେ ରୋଜଗାର ସତ୍ତ୍ୱେ ସେମାନେ ସବୁବେଳେ ଅର୍ଥାଭାବରେ ଘାଣ୍ଟି ହୁଅନ୍ତି। ସବୁବେଳେ ସେମାନଙ୍କ ପକେଟ୍‌ ଖାଲି ରହିଥାଏ। ସର୍ବଦା ଅନ୍ୟମାନଙ୍କ ଠାରୁ ଉଧାରି ନିଅନ୍ତି। କୁହାଯାଏ, ଏସବୁ ରାଶିର ପ୍ରଭାବ। ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନଙ୍କ ପାଖରେ ସବୁବେଳେ ଟଙ୍କା ଥାଏ?  ୧୨ଟି ରାଶି ମଧ୍ୟରୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଖରେ ସବୁବେଳେ […]

money

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 12:52 PM IST

ପ୍ରାୟ ସମସ୍ତେ ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବାକୁ ଚାହାଁନ୍ତି। ଏଥିପାଇଁ କଠିନ ପରିଶ୍ରମ କରିଥାଆନ୍ତି। ଅନେକଙ୍କ କ୍ଷେତ୍ରରେ ଦେଖାଯାଏ ଯେ ରୋଜଗାର ସତ୍ତ୍ୱେ ସେମାନେ ସବୁବେଳେ ଅର୍ଥାଭାବରେ ଘାଣ୍ଟି ହୁଅନ୍ତି। ସବୁବେଳେ ସେମାନଙ୍କ ପକେଟ୍‌ ଖାଲି ରହିଥାଏ। ସର୍ବଦା ଅନ୍ୟମାନଙ୍କ ଠାରୁ ଉଧାରି ନିଅନ୍ତି। କୁହାଯାଏ, ଏସବୁ ରାଶିର ପ୍ରଭାବ। ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନଙ୍କ ପାଖରେ ସବୁବେଳେ ଟଙ୍କା ଥାଏ?  ୧୨ଟି ରାଶି ମଧ୍ୟରୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଖରେ ସବୁବେଳେ ଟଙ୍କା ରହିଥାଏ।

- ଏହି ରାଶିର ବ୍ୟକ୍ତି ଅନ୍ୟଠୁ ଉଧାର ନିଅନ୍ତି ନାହିଁ। ଅଧିକ ଆବଶ୍ୟକ ପଡ଼ିଲେ ସେମାନେ ଧାରଉଧାର କରନ୍ତି। ଏମାନେ ସବୁବେଳେ ନିଜ ପାଖରେ ଟଙ୍କା ସଞ୍ଚୟ କରି ରଖିନ୍ତି। ଯେତେବେଳେ ଦରକାର ହୁଏ ସେତେବେଳେ ଖର୍ଚ୍ଚ କରନ୍ତି।

- ଏମାନଙ୍କର ସମସ୍ତଙ୍କ ସହ ଭଲ ସଂପର୍କ ଥାଏ। ନିଜ ଲୋକଙ୍କର ଅଧିକ ଯତ୍ନ ନିଅନ୍ତି। କାହାକୁ ଉଧାର ନ ମାଗିବା ପାଇଁ ସବୁବେଳେ ନିଜ ପାଖରେ ଟଙ୍କା ସଞ୍ଚୟ  କରି ରଖିଥାନ୍ତି।

- କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ସବୁବେଳେ  କୃପା ରହିଥାଏ। ଅଳ୍ପ ଦରମା ପାଉ ଥିଲେ ମଧ୍ୟ କାହାକୁ ଉଧାର ମାଗନ୍ତି ନାହିଁ। ଏମାନେ ସବୁବେଳେ ନିଜର ଭବିଷ୍ୟତ ବିଷୟରେ ଭାବିଥାନ୍ତି। ଏମାନେ ଗୋଟିଏ ଗୋଟିଏ ଟଙ୍କା ହିସାବ ରଖୁଥିବାରୁ ଏମାନଙ୍କୁ  ହିସାବି ବୋଲି କୁହାଯାଏ।

Related story