କୌଣସି କାମରେ ବାହାରକୁ ଯାଉଛନ୍ତି କି ? ଏସବୁ ସ୍ଥିତି ନଜରକୁ ଆସିଲେ ଜାଣିବେ ଶୁଭ

କୌଣସି କାମ ଆରମ୍ଭ କଲେ ଶୁଭ, ଅଶୁଭ ଦେଖାଯାଇଥାଏ। ଘର ନିର୍ମାଣ ହେଉ କି କୌଣସି କାମରେ ବାହାରକୁ ଯାଉଥାନ୍ତୁ, ସବୁ ବେଳେ ବାସ୍ତୁକୁ ଲୋକେ ଗୁରୁତ୍ୱ ଦେଇଥାନ୍ତି। କାହିଁ କେଉଁ କାଳରୁ ଲୋକଙ୍କ ମନରେ ଏ ବିଶ୍ୱାସ ରି ଆସିଛି। ଆମ ଦୈନନ୍ଦୀନ ଜୀବନରେ ପ୍ରତିଦିନ ଏମିତି ବହୁତ କିଛି ଘଟିଥାଏ, ଯାହା ଉପରେ ଆମେ ନଜର ଦେଲେ ଶୁଭ, ଅଶୁଭ ସଙ୍କେତ ପାଇ ପାରିବା। ଆସନ୍ତୁ ଜାଣିବା କୌଣସି କାମ କରୁଥିଲେ, କେଉଁ ସଙ୍କେତରୁ […]

lifestyle (1)

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 04:24 PM IST

କୌଣସି କାମ ଆରମ୍ଭ କଲେ ଶୁଭ, ଅଶୁଭ ଦେଖାଯାଇଥାଏ। ଘର ନିର୍ମାଣ ହେଉ କି କୌଣସି କାମରେ ବାହାରକୁ ଯାଉଥାନ୍ତୁ, ସବୁ ବେଳେ ବାସ୍ତୁକୁ ଲୋକେ ଗୁରୁତ୍ୱ ଦେଇଥାନ୍ତି। କାହିଁ କେଉଁ କାଳରୁ ଲୋକଙ୍କ ମନରେ ଏ ବିଶ୍ୱାସ ରି ଆସିଛି। ଆମ ଦୈନନ୍ଦୀନ ଜୀବନରେ ପ୍ରତିଦିନ ଏମିତି ବହୁତ କିଛି ଘଟିଥାଏ, ଯାହା ଉପରେ ଆମେ ନଜର ଦେଲେ ଶୁଭ, ଅଶୁଭ ସଙ୍କେତ ପାଇ ପାରିବା। ଆସନ୍ତୁ ଜାଣିବା କୌଣସି କାମ କରୁଥିଲେ, କେଉଁ ସଙ୍କେତରୁ ଜାଣିବେ ତାହା ସଫଳ ହେବ କି ନାହିଁ।

୧: ଶୁଭ କାମରେ ଯାଉଥିଲେ ଗର୍ଭବତୀ ମହିଳାଙ୍କୁ ବାଟରେ ଦେଖିବା ଶୁଭ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଗର୍ଭବତୀ ମହିଳାଙ୍କୁ ବାଟରେ ଦେଖିଲେ କାର୍ଯ୍ୟରେ ବାଧା ଆସେନାହିଁ ଓ କାର୍ଯ୍ୟଟି ନିଶ୍ଚିତ ରୂପେ ସଫଳ ହୋଇଥାଏ।

୨: ସଧବା ମହିଳାଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଶିଙ୍ଗାର ହୋଇଥିବା ମହିଳାଙ୍କୁ ଦେଖିବା ଶୁଭ ଲକ୍ଷଣ। ଯଦି ଏପରି ହୁଏ ଜାଣିବା ଆପଣ କରିବାକୁ ଯାଉଥିବା କାମ ନିଶ୍ଚିତ ସଫଳ ହେବ।

୩: କୌଣସି କାମରେ ଯାଇଥିଲେ ବାଟରେ ଯଦି ମହିଳା ମାଠିଆରେ ପାଣି ନେଉଥିବା ଦେଖିବେ, ତେବେ ଧରିନେବେ ଏହା ଆପଣଙ୍କ ପାଇଁ ଶୁଭ। ଆପଣ କାମରେ ନିଶ୍ଚିତ ସଫଳତା ହାସଲ କରିବେ।

Related story