ମିଳୁଛି ଲକ୍ଷାଧିକ ଟଙ୍କା ଦରମାର ଚାକିରି: କାମ କ’ଣ ଜାଣିବାକୁ ପଢନ୍ତୁ ରିପୋର୍ଟ

ଆଜିକାଲି ଚାକିରି ଖଣ୍ଡେ ମିଳିବା କାଠିକର ପାଠ। ବିଶେଷ କରି ଜନବହୁଳ ଭାରତରେ ଏହି ସମସ୍ୟା ଉତ୍କଟ। ଯେଉଁ ଗଳିକୁ ଯିବେ ଗଣ୍ଡା ଗଣ୍ଡା ବେକାର ଯୁବକ ଯୁବତୀ ମିଳିଯିବେ। ତେବେ ବିଦେଶରେ ଏମିତି କିଛି ଚାକିରି ମିଳୁଛି, ଯାହାକୁ କଲେ ମିଳିବ ଲକ୍ଷାଧିକ ଟଙ୍କାର ଦରମା। ଯେକୌଣସି ଦେଶର ନାଗରିକ ଏହି ଚାକିରି କରିପାରିବେ। ହେଲେ ଏହି ଚାକିରି ଟିକେ ଅଲଗା ପ୍ରକାରର। ଯାହାକୁ ସାଧାରଣରେ କରିବାକୁ ଲୋକେ ନାକ ଟେକିବେ। ଆସନ୍ତୁ ଜାଣିବା ଏମିତି […]

job

Rakesh Mallick
  • Published: Tuesday, 06 June 2017
  • , Updated: 06 June 2017, 09:19 AM IST

ଆଜିକାଲି ଚାକିରି ଖଣ୍ଡେ ମିଳିବା କାଠିକର ପାଠ। ବିଶେଷ କରି ଜନବହୁଳ ଭାରତରେ ଏହି ସମସ୍ୟା ଉତ୍କଟ। ଯେଉଁ ଗଳିକୁ ଯିବେ ଗଣ୍ଡା ଗଣ୍ଡା ବେକାର ଯୁବକ ଯୁବତୀ ମିଳିଯିବେ। ତେବେ ବିଦେଶରେ ଏମିତି କିଛି ଚାକିରି ମିଳୁଛି, ଯାହାକୁ କଲେ ମିଳିବ ଲକ୍ଷାଧିକ ଟଙ୍କାର ଦରମା। ଯେକୌଣସି ଦେଶର ନାଗରିକ ଏହି ଚାକିରି କରିପାରିବେ। ହେଲେ ଏହି ଚାକିରି ଟିକେ ଅଲଗା ପ୍ରକାରର। ଯାହାକୁ ସାଧାରଣରେ କରିବାକୁ ଲୋକେ ନାକ ଟେକିବେ। ଆସନ୍ତୁ ଜାଣିବା ଏମିତି କିଛି ଚାକିରି ସମ୍ପର୍କରେ ଯାହାର ଦରମା ଆପଣଙ୍କ ପକେଟକୁ ଗରମ କରିଦେବ।

ପେପର ଟାୱେଲ ସ୍ନିଫର: ଏହା ଏକ ଅଜବ ପ୍ରକାରର ଚାକିରି। ଆପଣ ସ୍ନିଫର କୁକୁର କଥା ଶୁଣିଥିବେ। ହେଲେ ଏହି ଚାକିରି କଲେ ଆପଣଙ୍କୁ ପେପର ଟାୱେଲକୁ ସୁଙ୍ଘିବାକୁ ପଡିବ। କିଛି ଖାସ୍‌ ସ୍ଥାନରେ ଏପରି ଚାକିରି କରୁଥିବା ଲୋକଙ୍କ ଡ୍ୟୁଟି ପଡିଥାଏ। ଏହି ଚାକିରି ପାଇଁ ଦରମା କଥା ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଆଜ୍ଞା ହଁ ଏହି ଚାକିରି କଲେ ଆପଣଙ୍କୁ ମିଳିବ ବାର୍ଷିକ ୩୪ ଲକ୍ଷ ଟଙ୍କାର ଦରମା।

ଡଗ ଫୁଡ ଟେଷ୍ଟର: ଫୁଡ ଟେଷ୍ଟ ଚାକିରି କରିବାକୁ କାହାକୁ ବା ଭଲ ନ ଲାଗିବ। ଏହି ଚାକିରିରେ ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଟେଷ୍ଟ କରିବାକୁ ମିଳିବ। ହେଲେ ଯଦି ଆପଣଙ୍କୁ କୁକୁର ଖାଦ୍ୟ ଚାଖିବା ଚାକିରି ଅଫର ମିଳିବ କରିବେ କି ? ଏପରି ଚାକିରିରେ ବାର୍ଷିକ ଦରମା ୨୬ ଲକ୍ଷ ଟଙ୍କା। ବିଦେଶରେ କୁକୁର ଖାଦ୍ୟ ଚାଖିବା ପାଇଁ ପ୍ରଫେସ୍‌ନାଲ ଚାକିରି ମିଳୁଛି।

ନ୍ୟୁଡ ମଡେଲ: ବିଦେଶୀ ଲୋକଙ୍କ ଗୋଟେ ବଡ ସଉକ ହେଉଛି ପେଣ୍ଟିଂ କରିବା। ବହୁ ସମୟରେ ପେଣ୍ଟିଂ ପାଇଁ ନ୍ୟୁଡ ମଡେଲ (ଲଙ୍ଗଳା)ଙ୍କୁ ବ୍ୟବହାର କରାଯାଇଥାଏ। ଏହି ପ୍ରଫେସନର ବହୁତ କ୍ରେଜ୍‌ ଆଜିକାଲି ରହିଛି। ଏହି ଚାକିରି ପାଇଁ ଦରମା ଘଣ୍ଟା ହିସାବରେ ସ୍ଥିର ହୋଇଥାଏ। ପ୍ରତି ଘଣ୍ଟାରେ ୧୩,୦୦୦ରୁ ଅଧିକ ଦରମା ମିଳିଥାଏ।

ବେଡ ଟେଷ୍ଟ: ବିଛଣାରେ ଶୋଇ ଏହାକୁ ଟେଷ୍ଟ କରିବାର ଚାକିରି ଆଜିକାଲି ବହୁତ ଚାଲିଛି। ଏହି ଚାକିରି ପାଇଁ ଦରମା ମଧ୍ୟ କିଛି କମ ନୁହେଁ। ଏହାକୁ କଲେ ବାର୍ଷିକ ୨୬ ଲକ୍ଷ ଟଙ୍କା ଦରମା ମିଳିବ।

Related story