କୃଷି ବିଜ୍ଞାନର ଚମତ୍କାରିତା: ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାର ଫଳ

ସୃଷ୍ଟିରେ ବେଳେବଳେ ଏଭଳି ଅଦ୍ଭୁଦ ଘଟଣା ଘଟିଥାଏ, ଯାହା ଆମକୁ ଖୁବ ଆଶ୍ଚର୍ଯ୍ୟ କରିଥାଏ। ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାର ଫଳ ହିଁ ଫଳିଥାଏ। କିନ୍ତୁ ବିଶ୍ୱରେ ଏମିତି ଏକ ଗଛ ଅଛି, ଯେଉଁଥିରେ ୪୦ଟି ଭିନ୍ନ ଭିନ୍ନ ପ୍ରକାର ଫଳ ଫଳୁଛି । ତେବେ ଏହା କୌଣସି ପ୍ରାକୃତିକ କିମ୍ବା ବୈଜ୍ଞାନିକ ପ୍ରକ୍ରିୟାରେ ସମ୍ଭବ ହୋଇନି ବରଂ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଜଣେ କଳାକାର। ଆମେରିକାର ନ୍ୟୁୟର୍କ ସହରରେ ରହୁଥିବା ଭିଜୁଆଲ ଆର୍ଟିଷ୍ଟ […]

tree

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 03:35 PM IST

ସୃଷ୍ଟିରେ ବେଳେବଳେ ଏଭଳି ଅଦ୍ଭୁଦ ଘଟଣା ଘଟିଥାଏ, ଯାହା ଆମକୁ ଖୁବ ଆଶ୍ଚର୍ଯ୍ୟ କରିଥାଏ। ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାର ଫଳ ହିଁ ଫଳିଥାଏ। କିନ୍ତୁ ବିଶ୍ୱରେ ଏମିତି ଏକ ଗଛ ଅଛି, ଯେଉଁଥିରେ ୪୦ଟି ଭିନ୍ନ ଭିନ୍ନ ପ୍ରକାର ଫଳ ଫଳୁଛି ।

ତେବେ ଏହା କୌଣସି ପ୍ରାକୃତିକ କିମ୍ବା ବୈଜ୍ଞାନିକ ପ୍ରକ୍ରିୟାରେ ସମ୍ଭବ ହୋଇନି ବରଂ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଜଣେ କଳାକାର। ଆମେରିକାର ନ୍ୟୁୟର୍କ ସହରରେ ରହୁଥିବା ଭିଜୁଆଲ ଆର୍ଟିଷ୍ଟ ‘ସୌମବାନ ଅକେନ୍‌; ଅନେକ ବର୍ଷର ପରିଶ୍ରମ ପରେ ଏଭଳି କଲମି ଗଛ ବିକଶିତ କରିଛନ୍ତି। ଯେଉଁଥିରେ କି ହଳଦିଆ ଓ ଲାଲ ରଙ୍ଗର କୋଳି, ଚେରି ଓ ବାଦାମ ଭଳି ଫଳ ଫଳିଥାଏ। କଲମୀ କୌଶଳକୁ ବ୍ୟବହାର କରି ସୌମବାନ ଏହି ଅଦ୍ଭୁଦ ଗଛର ବିକାଶ କରିଛନ୍ତି। ସେ ଅନ୍ୟ ଗଛର ଡାଳକୁ ଆଣି ଏକାଠି କରି ଏଭଳି ଗଛ ବିକଶିତ କରିଥିଲେ।ଏଥିପାଇଁ ସେ ଫଳଚାଷ କରୁଥିବା ବିଶେଷଜ୍ଞଙ୍କ ସାହାଯ୍ୟ ନେଇଥିଲେ। ତାଙ୍କର ଏହି ସଫଳତାରେ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ଼୍ୟ ହୋଇଯାଇଥିଲେ। ଏହି ଗଛର ଫଳ ଗୁଡ଼ିକ କେବଳ ମିଠା ନୁହେଁ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ। ସୌମବାନ ଏହିଭଳି ମୋଟ ୧୬ଟି ଗଛ ବିକଶିତ କରି ପାରିଛନ୍ତି।

Related story