ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ବ୍ୟସ୍ତବହୁଳ ଜୀବନରେ ଅତ୍ୟଧିକ କାମର ଚାପ ଯୋଗୁ ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି ହୁଏ। ଏପରିକି, ବୟସ ମାତ୍ର ୩୦ ଛୁଇଁଲା ବେଳକୁ ନାନା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି।
ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ। ୩୦ ବର୍ଷ ବୟସ ପରେ ସାଧାରଣତଃ ଅନେକ ମହିଳାଙ୍କ ତ୍ୱଚାରେ ରେଖା ପଡ଼ିବା ଓ କୁଞ୍ଚନ ସମସ୍ୟା ସୃଷ୍ଟି ହୋଇଥାଏ। ଏହାର କାରଣ ପ୍ରଦୂଷଣ ଏବଂ ଅତ୍ୟଧିକ କାମର ଚାପ ବୋଲି ଗବେଷଣାରୁ ଜଣାପଡ଼ିଛି।
ଏହା ବ୍ୟତୀତ ଏମିତି କିଛି କାରଣ ପାଇଁ ଶରୀରର ଓଜନ ବଢ଼ିବା ସହିତ ମୁହଁରେ ଚର୍ବି ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ହୋଇଥାଏ।
ଆଜି ଆମେ ଆପଣଙ୍କୁ ଏମିତି ୫ଟି ଯୋଗ ବିଷୟରେ କହିବୁ, ଯାହା ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ମୁହଁର ଚର୍ବି ଅତି ସହଜରେ କମିଯିବ। ଆସନ୍ତୁ, ସେହି ଯୋଗାସନଗୁଡ଼ିକ ସମ୍ପର୍କରେ ଜାଣିବା।
ଏହି ଯୋଗାସନ କରିବା ପାଇଁ ପ୍ରଥମେ ଆଣ୍ଠୁ ମାଡ଼ି ତଳେ ବସନ୍ତୁ। ଏହାପରେ ନିଜ ହାତର ଆଙ୍ଗୁଠିକୁ ନେଇ ଭୂମିରେ ମାଡି ରଖନ୍ତୁ। ଏହିପରି ବସିବା ପରେ ଯେତିକି ପାରୁଛନ୍ତି, ଜିଭକୁ ବାହାର କରନ୍ତୁ। ଏପରି କରିବା ପରେ ସିଂହ ପରି ଶବ୍ଦ କରନ୍ତୁ।
୨. 'ଫିସ୍ ଫେସ୍' ବା ମାଛ ପରି ମୁହଁ:
ମୋବାଇଲ୍ ଫୋନ୍ରେ ସେଲ୍ଫି ନେବା ସମୟରେ ଝିଅମାନେ ଅଧିକାଂଶ ସମୟରେ 'ପାଉଟ୍' ପୋଜ୍ ଦେଇ ସେଲ୍ଫି ନେଇଥା’ନ୍ତି। 'ଫିସ୍ ଫେସ୍' ମଧ୍ୟ ସେହିପରି ଏକ ପୋଜ୍ । ଏଥିରେ କେବଳ ଆପଣ ଓଠ ଏବଂ ଗାଲ ଦୁଇଟିକୁ ଟିକେ ଅଧିକ ପାଟି ଭିତରକୁ ନେବାକୁ ପଡ଼ିବ। ଯାହାକୁ ପ୍ରତିଦିନ କଲେ ଆପଣଙ୍କ ତ୍ୱଚା ସମସ୍ୟା ଦୂର ହେବ।
୩.ମାଉଥ୍ ୱାଶ୍ ଟେକ୍ନିକ୍:
ମୁହଁ ଧୋଇବା ଏବଂ କୁଳି କରିବା ସମୟରେ ଆପଣ ଏହି ଆସନକୁ ଅଭ୍ୟାସ କରିପାରିବେ। ସକାଳୁ ଉଠି ପାଟି କୁଳି କରିବା ପରେ ପାଟିରେ ପବନ ପୁରାଇ ତାହାକୁ ବାମରୁ ଡାହାଣ କୋଣକୁ ନିଅନ୍ତୁ। ସକାଳେ ୨୦ରୁ ୩୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏପରି କରନ୍ତୁ, ଦେଖିବେ ମୁହଁର ଚର୍ବି କମିଯିବ।
୪. ଜିଭ ବନ୍ଧ:
ଏହି ଆସନ ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ଦେଇଥାଏ। ଗୋଟିଏ ସ୍ଥାନରେ ଆରାମରେ ବସନ୍ତୁ। ଏହା ପରେ ମୁହଁକୁ ଖୋଲା ରଖି ଜିଭକୁ ଓଲଟାଇ ତାଳୁ ଓଲଟାଇବାକୁ ଚେଷ୍ଟା କରନ୍ତୁ ଏବଂ ଏହି ସମୟରେ ଧିରେ ଧିରେ ନିଃଶ୍ୱାସ ନିଅନ୍ତୁ।
୫.ଜ' ରିଲିଜ୍ ବା ଗଳାକୁ ଓଟାରିବା:
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହି ସମସ୍ତ ବ୍ୟାୟାମ କରିବା ଦ୍ୱାରା ମହିଳା ସର୍ବଦା ଯୁବସୁଲଭ ରହିଥା’ନ୍ତି। ସେଥିପାଇଁ ଟଙ୍କା ଖର୍ଚ୍ଚ କରି କସ୍ମେଟିକ୍ ସର୍ଜରୀ ଏବଂ ଇଞ୍ଜେକ୍ସନ୍ ନେବା କଥା ଭୁଲି ଯାଆନ୍ତୁ। ପାରୁଛନ୍ତି ଯଦି, କିଛି ସମୟ ବାହାର କରି ଏହି ସମସ୍ତ ବ୍ୟାୟାମକୁ ଅଭ୍ୟାସ କରନ୍ତୁ। ମୁହଁର ଚର୍ବି କମାନ୍ତୁ ଆଉ ସୁନ୍ଦର ଦିଶନ୍ତୁ।
ଫଟୋ ସୌଜନ୍ୟ: ଇଣ୍ଡିଆଟୁଡେ