ଅଳ୍ପ ଖର୍ଚ୍ଚରେ ଆଡମ୍ବର: ଜାଣନ୍ତୁ ବଜେଟ୍‌ ବାହାଘରର ଫଣ୍ଡା, ଟେନ୍‌ସନ୍‌ କମିଯିବ

ଘରେ ବିବାହ ଯୋଗ୍ୟ ପୁଅ କି ଝିଅ ଥିଲେ ପରିବାର ଲୋକଙ୍କ ଚିନ୍ତା ବଢି ଯାଇଥାଏ। ବିବାହ ପାଇଁ ଅର୍ଥ କେଉଁଠୁ ଆସିବ, ପ୍ରସ୍ତୁତି କେମିତି ହେବ ଆଦି ଚିନ୍ତା ଘାରି ହେଉଥାଏ। ବିଶେଷ କରି ମଧ୍ୟବିତ୍ତ ଓ ଗରିବ ପରିବାର କଥା ନ କହିବା ଭଲ। ଖର୍ଚ୍ଚକୁ ନେଇ ପରିବାର ଲୋକଙ୍କୁ ଛାଡନ୍ତୁ ନିଜେ ପୁଅ, ଝିଅ ମଧ୍ୟ ଚିନ୍ତାରେ ଥାନ୍ତି। କମ ଖର୍ଚ୍ଚରେ ଆଡମ୍ବରପୂର୍ଣ୍ଣ ବିବାହ କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ହେଲେ ଏହା […]

indian-wedding-ceremony

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 09:39 PM IST

ଘରେ ବିବାହ ଯୋଗ୍ୟ ପୁଅ କି ଝିଅ ଥିଲେ ପରିବାର ଲୋକଙ୍କ ଚିନ୍ତା ବଢି ଯାଇଥାଏ। ବିବାହ ପାଇଁ ଅର୍ଥ କେଉଁଠୁ ଆସିବ, ପ୍ରସ୍ତୁତି କେମିତି ହେବ ଆଦି ଚିନ୍ତା ଘାରି ହେଉଥାଏ। ବିଶେଷ କରି ମଧ୍ୟବିତ୍ତ ଓ ଗରିବ ପରିବାର କଥା ନ କହିବା ଭଲ। ଖର୍ଚ୍ଚକୁ ନେଇ ପରିବାର ଲୋକଙ୍କୁ ଛାଡନ୍ତୁ ନିଜେ ପୁଅ, ଝିଅ ମଧ୍ୟ ଚିନ୍ତାରେ ଥାନ୍ତି। କମ ଖର୍ଚ୍ଚରେ ଆଡମ୍ବରପୂର୍ଣ୍ଣ ବିବାହ କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ହେଲେ ଏହା ସମ୍ଭବ କି ? ଆଜ୍ଞା ନିଶ୍ଚିତ ସମ୍ଭବ। ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା କମ ଖର୍ଚ୍ଚରେ ଜାକଜମକରେ ବିବାହ ହୋଇପାରିବ। ଆସନ୍ତୁ ଜାଣିବା ଏମିତି କିଛି ଉପାୟ, ଯାହା ଆମକୁ ଅନାବଶ୍ୟକ ଖର୍ଚ୍ଚରୁ ମୁକ୍ତି ଦେବ।

ଅଯଥା ଅତିଥି ତାଲିକାରେ ପକାନ୍ତୁ ପୂର୍ଣ୍ଣଚ୍ଛେଦ: ବିବାହ ଉତ୍ସବକୁ କାହାକୁ ନିମନ୍ତ୍ରଣ କରିବେ କାହାକୁ କରିବେ ନାହିଁ ତାକୁ ନେଇ ବହୁତ ଭାବିବାକୁ ପଡିଥାଏ। ଯଥା ସମ୍ଭବ ଅତିଥିଙ୍କ ସଂଖ୍ୟା କମ ରଖନ୍ତୁ। ସମସ୍ତ ପରିଚିତ ଲୋକଙ୍କୁ ନିମନ୍ତ୍ରଣ ନ କରି ଘନିଷ୍ଠ ଲୋକଙ୍କୁ ଡାକନ୍ତୁ। ଏହାଦ୍ୱାରା ବିବାହ ଉତ୍ସବରେ ଅଯଥା ଗହଳି ହେବ ନାହିଁ ଓ ଖର୍ଚ୍ଚ ବଜେଟ ଭିତରେ ହେବ।

ଉପହାର ବଦଳରେ ସାହାଯ୍ୟ: ବିବାହ ଉତ୍ସବକୁ ସମ୍ପର୍କୀୟମାନେ ଉପହାର ନେଇ ଆସିଥାନ୍ତି। ସମ୍ପର୍କୀୟମାନେ ଉପହାର ଦେବା ବଦଳରେ କିପରି ସାହାଯ୍ୟ କରି ପାରିବେ ସେ ବିଷୟରେ ସେମାନଙ୍କ ସହ କଥା ହୁଅନ୍ତୁ। ଯଦି ଆପଣଙ୍କର କୌଣସି ବନ୍ଧୁ ଫଟୋଗ୍ରାଫି କରୁଛନ୍ତି, ତେବେ ତାଙ୍କୁ ବିବାହର ଅର୍ଡର ଦିଅନ୍ତୁ। ସେ କମ ଅର୍ଥରେ ଆପଣଙ୍କୁ ସାହାଯ୍ୟ କରି ପାରିବେ।

ମଣ୍ଡପକୁ ଯାଆନ୍ତୁ ନାହିଁ: ମଣ୍ଡପରେ ବିବାହ କଲେ ବହୁତ ଅର୍ଥ ଖର୍ଚ୍ଚ ହୋଇଥାଏ। ତେଣୁ ମଣ୍ଡପ ବଦଳରେ ଘରେ ବିବାହ ଉତ୍ସବ ଆୟୋଜନ କରିବାକୁ ବ୍ୟବସ୍ଥା କରନ୍ତୁ। ଯଦି ଘରେ ବିବାହ ପାଇଁ କିଛି ସମସ୍ୟା ଥିବ ତେବେ ସମ୍ପର୍କୀୟଙ୍କ ଘରେ କରିବାକୁ ଯୋଜନା କରନ୍ତୁ। ଏହାଦ୍ୱାରା ଆପଣ ଅଯଥା ଖର୍ଚ୍ଚ ରୋକି ପରିବେ।

ଭୋଜି ମେନୁ କମ କରନ୍ତୁ: ବିବାହରେ ଅଯଥା ମେନୁ ରଖନ୍ତୁ ନାହିଁ। ୧୫ରୁ ୨୦ ପ୍ରକାର ଆଇଟମ୍‌ ରଖିଦେଲେ ଅତିଥି ଖୁସି ହେବେ ବୋଲି ସମସ୍ତଙ୍କର ଧାରଣା ରହିଥାଏ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଯଥା ସମ୍ଭବ କମ ଆଇଟମ୍‌ କରନ୍ତୁ ଓ ଭଲ ଭାବେ ପ୍ରିପାରେଶନ କରନ୍ତୁ। ଏହାଦ୍ୱାରା ଖର୍ଚ୍ଚ କମ ହେବା ସହ ଅତିଥିମାନେ ଖୁସି ହେବେ।

ଅଦରକାରୀ ଉପହାର ନିଅନ୍ତୁ ନାହିଁ: ବିବାହରେ ଏମିତି ଅନେକ ଉପହାର ମିଳିଥାଏ ଯେଉଁଟା ବର କିମ୍ବା କନ୍ୟାର କାମରେ ଆସି ନ ଥାଏ। ସେ ସବୁ ଉପହାର ଦେବା ପରିବର୍ତ୍ତେ ଆପଣ ସିଧା ସାଧା ଧନ୍ୟବାଦ କାର୍ଡ ଟେ ମଧ୍ୟ ଦେଇ କରିପାରିବେ।କିମ୍ବା କିଛି ଟଙ୍କା ଭରା ଲଫାପା ଦେଇ ପାରିବେ।

ଘରେ ନିମନ୍ତ୍ରଣ କାର୍ଡ ବନାନ୍ତୁ: ଯଦି ଆପଣଙ୍କ ଘରେ ପ୍ରିଣ୍ଟର ଅଛି ତେବେ ଘରେ ନିମନ୍ତ୍ରଣ କାର୍ଡ ବନାନ୍ତୁ। ନିଜେ ବନାଇଲେ ଏହା ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ଓ ଖର୍ଚ୍ଚ ମଧ୍ୟ କମ ହେବ। ନ ହେଲେ  VistaPrint.com ରୁ ଆପଣ ଶସ୍ତାରେ ନିମନ୍ତ୍ରଣ କାର୍ଡର ଅର୍ଡର କରିପାରିବେ।

ସଜସଜ୍ଜାରେ ଫୁଲ କମ ବ୍ୟବହାର କରନ୍ତୁ: ଆଜିକାଲି ଫୁଲର ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଲୋକେ। ଏହା ଜାଣି ମଧ୍ୟ ଫୁଲ ସଜା ବହୁତ କଷ୍ଟଲି। ସାଜସଜ୍ଜାରେ ଯଥା ସମ୍ଭବ କମ ଫୁଲ ବ୍ୟବହାର କରନ୍ତୁ।

ଘରୋଇ ସଙ୍ଗୀତରେ ବିବାହ ମାହୋଲ ବନାନ୍ତୁ: ଅଧିକ ପଇସା ଖର୍ଚ୍ଚ କରି ଡିଜେ ଆଣନ୍ତୁ ନାହିଁ। ନିଜ ଘରେ ଥିବା ମ୍ୟୁଜିକ୍‌ ସିଷ୍ଟମ୍‌ରେ ବିବାହ ମାହୋଲକୁ ରଙ୍ଗୀନ କରି ହେବ।

ମଦକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ନାହିଁ: ମଦ ଉପରେ ବେଶି ପଇସା ଖର୍ଚ୍ଚ କରନ୍ତୁ ନାହିଁ। ଦାମୀ ମଦ କିଣିବା ଅପେକ୍ଷା ଶସ୍ତା ମଦ କିଣନ୍ତୁ। ବିବାହ ପୂର୍ବରୁ ଆଖପାଖରେ ରିହାତିରେ ମିଳୁଥିବା ଦୋକାନ ସହ ଯୋଗାଯୋଗ କରନ୍ତୁ।

ବ୍ୟବହୃତ ଜିନିଷ କମ ଦାମରେ କିଣନ୍ତୁ: ଏପରି କିଛି ଜିନିଷ ଅଛି ଯାହାକୁ ଦ୍ୱିତୀୟ ଥର ବ୍ୟବହାର କରିହେବ। ସବୁ ଜିନିଷ ବହୁମୁଲ୍ୟ ଦେଇ କିଣିବା ଅପେକ୍ଷା କମ ଦାମରେ ଆପଣ କିଣି ପାରିବେ। ଏଥିପାଇଁ craigslist.org ୱେବସାଇଟ୍‌କୁ ଯାଇପାରିବେ। ଏହି ସାଇଟରେ ବ୍ୟହହୃତ ଜିନିଷ କମ ଦାମ ରେ ମିଳିଥାଏ।

ଦାମୀ ଡ୍ରେସ ଭଡାରେ ଆଣିନ୍ତୁ ନାହିଁ: ଯହି ଆପଣ ଗୋଟେ ରାତି ପାଇଁ ଦାମୀ ଡ୍ରେସ ଆଣିବାକୁ ଚାହିଁଛନ୍ତି ତେବେ ତାକୁ ଭଡାରେ ଆଣିବାକୁ ଚେଷ୍ଚା କରନ୍ତିୁ। ଗୋଟିଏ ଦିନ ପାଇଁ ଅଯଥାରେ ଡ୍ରେସ୍‌ରେ ଖର୍ଚ୍ଚ କରନ୍ତୁ ନାହିଁ।

ସଙ୍ଗିତକାରଙ୍କ ସହ ଯୋଗାଯୋଗ କରନ୍ତୁ: ଯଦି ଆପଣ କମ ପଇସାରେ କୌଣସି ସଙ୍ଗୀତ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି ତେବେ ନିକଟସ୍ଥ ବିଶ୍ୱବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରି ବିବାହକୁ ଆସିବାକୁ ନିମନ୍ତ୍ରଣ କରନ୍ତୁ। ସେମାନେ କମ ପଇସାରେ ଆସି କାର୍ଯ୍ୟକ୍ରମ କରିବାକୁ ରାଜି ହୋଇଯିବେ।

ପ୍ରଥମରୁ ସବୁ କାମର ଯୋଜନା କରନ୍ତୁ: ଯେକୈଣସି କାମ କରିବା ପୂର୍ବରୁ ଯୋଜନା କରନ୍ତୁ।  ଏହା କରିବା ଦ୍ୱାରା ଆପଣଙ୍କ ସମୟ ବଞ୍ଚିବ ଓ ହଡବଡ ନ ହୋଇ ସବୁକାମ ଠିକ ଭାବରେ କରିପାରିବେ। ଅଯଥା ଖର୍ଚ୍ଚ କମ ହେବ।

ହନିମୁନ ପାଇଁ ଶସ୍ତା ସ୍ଥାନ ବାଛନ୍ତୁ: ବିବାହ ପରେ ହନିମୁନ ପାଇଁ ପାଖ ଓ ଶସ୍ତା ସ୍ଥାନ ବାଛନ୍ତୁ। ଏହାଦ୍ୱାରା ଖର୍ଚ୍ଚ କମ ହେବ। ଦୂର ଓ ଆଡମ୍ବରପୂର୍ଣ୍ଣ ସ୍ଥାନକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହୁଅନ୍ତୁ ନାହିଁ।

ବିବାହ ପ୍ରସ୍ତୁତିରେ ବନ୍ଧୁଙ୍କୁ ସାମିଲ କରନ୍ତୁ: ବିବାହ ପ୍ରସ୍ତୁତିରେ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କୁ ସାମିଲ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଶାରୀରିକ ପରିଶ୍ରମରୁ ମୁକ୍ତି ମିଳିବ ଓ ପଇସା ମଧ୍ୟ ବଞ୍ଚିବ। କୌଣସି ଜିନିଷ କିଣିବା ପୂର୍ବରୁ ଚିନ୍ତା କରନ୍ତୁ ଓ ପରୀକ୍ଷା କରି ନିଅନ୍ତୁ।

Related story