୧୬ ଜୁଲାଇ, ରବିବାର: କେମିତି କଟିବ ଆଜିର ଦିନ

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।  ବିବାଦ ଭିତରେ ପଶନ୍ତୁ ନାହିଁ। ଘିଅ ଖାଇ ଘରୁ ବାହାରନ୍ତୁ। ବୃଷ- ବୈବାହିକ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମିଥୁନ– କୌଣସି କ୍ଷେତ୍ରରୁ ଆସି ପାରୁ ନ ଥିବା ଅର୍ଥ ଆଜି ମିଳିପାରେ। ଦୂର ଯାତ୍ରା କରିବାର ସମ୍ଭାବନା ରହିଛି। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। କର୍କଟ- ଏହି ରାଶିର ଲୋକେ ନିଜ ସ୍ୱାସ୍ଥ୍ୟ […]

Rasi

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 08:40 AM IST

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।  ବିବାଦ ଭିତରେ ପଶନ୍ତୁ ନାହିଁ। ଘିଅ ଖାଇ ଘରୁ ବାହାରନ୍ତୁ।

ବୃଷ- ବୈବାହିକ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ- କୌଣସି କ୍ଷେତ୍ରରୁ ଆସି ପାରୁ ନ ଥିବା ଅର୍ଥ ଆଜି ମିଳିପାରେ। ଦୂର ଯାତ୍ରା କରିବାର ସମ୍ଭାବନା ରହିଛି। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ।

କର୍କଟ- ଏହି ରାଶିର ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।  ସ୍ଥାନ ପରିବର୍ତ୍ତନ ହେବାର ଯୋଗ ରହିଛି। ହଠାତ୍ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି।

ସିଂହ- କୌଣସି ବିବାଦରେ ପଶନ୍ତୁ ନାହିଁ। ଯେଉଁ ଛାତ୍ରଛାତ୍ରୀମାନେ ଆଜି ପରୀକ୍ଷା ଦେଉଥିବେ ସେମାନେ ସତର୍କତା ଅବଲମ୍ୱନ କରନ୍ତୁ। ଏହାସହିତ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ।

କନ୍ୟା- ଏହି ରାଶିର ଲୋକମାନେ ଆଜି ଯାନବାହନ କିଣିବାର ଯୋଗ ରହିଛି। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। କୌଣସି ପୁରୁଣା ବନ୍ଧୁଙ୍କ ସହଯୋଗ ମିଳିପାରେ।

ତୁଳା- ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଋଣରୁ ମୁକ୍ତି ପାଇବେ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

ବିଛା- ଏହି ରାଶିର ବ୍ୟକ୍ତି ଯଦି କାହାକୁ ଅତି ବିଶ୍ୱାସ କରୁଥିବେ ତେବେ ଆଜି ସମସ୍ୟା ଆସିପାରେ।  ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବିବାଦ ଭିତରେ ପଶନ୍ତୁ ନାହିଁ।

ଧନୁ- ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟସ୍ତତା ଭିତରେ ଆଜି ଦିନଟି କଟିପାରେ। ଧନ ହାନି ମଧ୍ୟ ହୋଇପାରେ।

ମକର- ଚାକିରିରେ ପରିବର୍ତ୍ତନ ହୋଇପାରେ। ବିବାହ କ୍ଷେତ୍ରରେ ସମସ୍ୟା ଆସିପାରେ। ଧୈର୍ଯ୍ୟର ସହ କାମ କରନ୍ତୁ।

 କୁମ୍ଭ- ଏହି ରାଶିର ଲୋକେ ବିବାଦରୁ ମୁକ୍ତି ପାଇବେ। ଜୀବନରେ ହସଖୁସି ଭରି ଉଠିବ। ବ୍ୟବସାୟରେ ଲାଭବାନ ହେବେ।

ମୀନ- ସନ୍ତାନ ପ୍ରାପ୍ତିର ଯୋଗ ରହିଛି।  ପେଟରେ ଯନ୍ତ୍ରଣା ହେଉଥିଲେ ସେଥିରୁ ଉପଶମ ମିଳିପାରେ।

Related story