ପିଲାଙ୍କୁ ହୋଇଛି କି ଡିସଲେକ୍ସିଆ ରୋଗ, ଜାଣନ୍ତୁ ଏହାର ପ୍ରତିକାର...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶନିବାର ଛାତ୍ରମାନଙ୍କ ସହ ଏକ ଭିଡ଼ିଓ କନଫରେନ୍ସି ‘ସ୍ମାର୍ଟ ଇଣ୍ଡିଆ ହାକାଥନ୍‌-୨୦୧୯’ରେ ବାର୍ତ୍ତାଳାପ କରିଥିଲେ। ଆଲୋଚନା ସମୟରେ  ଡେରାଡ଼ୁନର ଜଣେ ଛାତ୍ର ଏପରି ଭିଡିଓ କନଫରେନ୍ସି କାର୍ଯ୍ୟକ୍ରମ  ଡିସ୍ଲେକ୍ସିଆ ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ବେଶ ଲାଭଦାୟକ ହୋଇପାରିବ ବୋଲି କହିଥିଲେ। ପ୍ରସଙ୍ଗ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଡିସ୍ଲେକ୍ସିଆ ରୋଗ ସହ ସାଂପ୍ରତିକ ରାଜନୀତିକୁ ଯୋଡ଼ି ରାହୁଲ ଗାନ୍ଧୀ ଓ ସୋନିଆଙ୍କର ମଜାକ ଉଡ଼ାଇଥିଲେ ଯେଉଁଥିପାଇଁ ତାଙ୍କୁ ସୋଶାଲ ମିଡିଆରେ  ଟ୍ରଲ୍‌ର […]

dyc

Niharika Rout
  • Published: Thursday, 07 March 2019
  • , Updated: 07 March 2019, 11:44 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶନିବାର ଛାତ୍ରମାନଙ୍କ ସହ ଏକ ଭିଡ଼ିଓ କନଫରେନ୍ସି ‘ସ୍ମାର୍ଟ ଇଣ୍ଡିଆ ହାକାଥନ୍‌-୨୦୧୯’ରେ ବାର୍ତ୍ତାଳାପ କରିଥିଲେ। ଆଲୋଚନା ସମୟରେ  ଡେରାଡ଼ୁନର ଜଣେ ଛାତ୍ର ଏପରି ଭିଡିଓ କନଫରେନ୍ସି କାର୍ଯ୍ୟକ୍ରମ  ଡିସ୍ଲେକ୍ସିଆ ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ବେଶ ଲାଭଦାୟକ ହୋଇପାରିବ ବୋଲି କହିଥିଲେ। ପ୍ରସଙ୍ଗ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଡିସ୍ଲେକ୍ସିଆ ରୋଗ ସହ ସାଂପ୍ରତିକ ରାଜନୀତିକୁ ଯୋଡ଼ି ରାହୁଲ ଗାନ୍ଧୀ ଓ ସୋନିଆଙ୍କର ମଜାକ ଉଡ଼ାଇଥିଲେ ଯେଉଁଥିପାଇଁ ତାଙ୍କୁ ସୋଶାଲ ମିଡିଆରେ  ଟ୍ରଲ୍‌ର ଶିକାର ହେବାକୁ ପଡ଼ିଥିଲା।

ଡିସ୍ଲେକ୍ସିଆ ରୋଗ ସହ ରାଜନୀତିକୁ ଯୋଡ଼ି ପ୍ରଧାନମନ୍ତ୍ରୀ ସିନା ମଜା କଲେ, ହେଲେ ଏଠି ଆମ କହିବାକୁ ଚାହିଁବୁ, ଡିସ୍ଲେକ୍ସିଆ ରୋଗ ଏକ ଗମ୍ଭୀର ପ୍ରସଙ୍ଗ।

ଏଠାରେ ପ୍ରଶ୍ନ ଉଠେ, କ’ଣ ଏହି ଡିସ୍ଲେକ୍ସିଆ ରୋଗ ? ଏହା କାହିଁକି ହୁଏ, ଏହାର ଲକ୍ଷଣ ଓ ପ୍ରତିକାର କଣ ?

 

ଏହି ରୋଗରେ ପୀଡିତ ପିଲାମାନେ ମୁଖ୍ୟତଃ ଲେଖାପଢାରେ ଦୁର୍ବଳ ଥାନ୍ତି। ଫଳରେ ପାଠପଢାରେ ସେମାନେ ପଛେଇ ଯାଇଥାନ୍ତି।  ସେମାନେ ଅନେକ ଅନ୍ତର୍ନିହିତ ଗୁଣର ଅଧିକାରୀ ହୋଇଥାନ୍ତି। ହେଲେ ତାହାର ପରିପ୍ରକାଶ କରିପାରି ନ ଥାନ୍ତି। ଅମୀର ଖାନଙ୍କ ଅଭିନୀତ ‘ତାରେ ଜମିନ ପର’ ଫିଲ୍ମରେ ଏହି ରୋଗ ବିଷୟରେ ସବିଶେଷ ଆଲୋଚନା ହୋଇଛି। ଏଥିରେ ଡିସ୍ଲେକ୍ସିଆ ରୋଗରେ ପୀଡିତ ହୋଇଥିବା କୁନି କଳାକାର ଦର୍ଶୀଲ ସଫାରୀଙ୍କର କିପରି ଚିକିତ୍ସା କରାଯାଉଛି ତାହା ଦର୍ଶାଯାଇଛି।

ଡିସ୍ଲେକ୍ସିଆ ରୋଗ ଏକ ଗମ୍ଭୀର ସମସ୍ୟା। ଏଥିରେ ପୀଡିତ ପିଲା ଓ ବଡ଼ମାନେ ପଢିବା, ଲେଖିବା ଓ ମନେ ରଖିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେମାନେ ଖୁବ ବୁଦ୍ଧିମାନ  ହୋଇଥିଲେ ହେଁ ଏହାର ଉପଯୋଗ କରିପାରି ନ ଥାନ୍ତି। ଏମାନେ ମନ୍ଥର ଗତିରେ ଲେଖାପଢା କରୁଥିବା ବେଳେ ଶବ୍ଦର ସାମଞ୍ଜସ୍ୟ ତଥା ତାହାର ପ୍ରକୃତ ଅର୍ଥ ଏବଂ ଉପଯୋଗିତା ବିଷୟରେ ଜାଣି ପାରି ନ ଥାନ୍ତି।

କେମିତି ରୋଗରୁ ପାଇବେ ମୁକ୍ତି

ଏହି ରୋଗର ନିରାକରଣ ନିଶ୍ଚିତ ଭାବେ କଷ୍ଟକର। କାରଣ ଏଥିପାଇଁ ଔଷଧ ଅପେକ୍ଷା ପିଲାଙ୍କ ଅଭିଭାବକଙ୍କ ଧୈର୍ଯ୍ୟର ଆବଶ୍ୟକତା ବେଶି। ସେମାନେ ପିଲାମାନଙ୍କୁ ଯଥେଷ୍ଟ ସମୟ ଦେବା ଦରକାର। ଆକ୍ରାନ୍ତ ପିଲାମାନଙ୍କୁ  ପ୍ରତି ଶବ୍ଦର ତାତ୍ପର୍ଯ୍ୟ, ତାହାର ଆକ୍ଷରିକ ଶବ୍ଦ ତଥା ଚିତ୍ର ବିଷୟରେ ବୁଝାଇବା ଦରକାର। ଏପରି ପିଲାଙ୍କ ଉପରେ ଚିଡ଼ିବା, ରାଗିବା କିମ୍ବା ମାଡ଼ ମାରିବା ଉଚିତ ନୁହେଁ। ବରଂ ସେମାନେ ପ୍ରତି ଶବ୍ଦ କିପରି ଠିକ ଭାବେ ବୁଝି ପାରିବେ ସେଥିପାଇଁ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ।

ତେବେ ଏହି ରୋଗ ହେବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ। ଯଦି ପରିବାରର ବାପା, ମା’ କିମ୍ବା ଅନ୍ୟ କୌଣସି ସଦସ୍ୟଙ୍କର ପୂର୍ବରୁ କୌଣସି ମାନସିକ ରୋଗ ଥାଏ ତା ହେଲେ ପିଲାଙ୍କୁ ଡିସଲେକ୍ସିଆ ରୋଗ ହେବାର ଆଶଙ୍କା ଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି।

Related story