Advertisment

 ଖାଇବା ପରେ ବଜ୍ରାସନରେ ବସିବା ଭଲ

ଭୁବନେଶ୍ୱର: ବଜ୍ରାସନ ଶବ୍ଦର ସୃଷ୍ଟି ଦୁଇଟି ଶବ୍ଦ ବଜ୍ର ଯାହାର ଅର୍ଥ ଡାଇମଣ୍ଡ ଏବଂ ଆସନର ଅର୍ଥ ବସିବା। ଏହି ଆସନକୁ ଡାଇମଣ୍ଡ ପୋଜ ମଧ୍ୟ କୁହାଯାଏ। ଏହି ଆସନରେ କେବଳ ଖାଲି ବସାଯାଏ ତାହା ନୁହେଁ। ଏହି ଆସନରେ ବସି କ୍ରିୟା, ଯୋଗ, ପ୍ରାଣାୟାମ ମଧ୍ୟ କରାଯାଏ। ଅନ୍ୟ ଯୋଗାସନକୁ କେବଳ ଖାଲି ପେଟରେ କରିବାର ନିୟମ ଥିବା ବେଳେ ଏହା ଏପରି ଏକ ଆସନ ଯାହାକୁ ଖାଇବା ପରେ ମଧ୍ୟ କରାଯାଏ।। ଏହି […]

ଅଦ୍ୟତନ ହୋଇଛି
 ଖାଇବା ପରେ ବଜ୍ରାସନରେ ବସିବା ଭଲ

vajrasana-1

Advertisment

vajrasanaଭୁବନେଶ୍ୱର: ବଜ୍ରାସନ ଶବ୍ଦର ସୃଷ୍ଟି ଦୁଇଟି ଶବ୍ଦ ବଜ୍ର ଯାହାର ଅର୍ଥ ଡାଇମଣ୍ଡ ଏବଂ ଆସନର ଅର୍ଥ ବସିବା। ଏହି ଆସନକୁ ଡାଇମଣ୍ଡ ପୋଜ ମଧ୍ୟ କୁହାଯାଏ। ଏହି ଆସନରେ କେବଳ ଖାଲି ବସାଯାଏ ତାହା ନୁହେଁ। ଏହି ଆସନରେ ବସି କ୍ରିୟା, ଯୋଗ, ପ୍ରାଣାୟାମ ମଧ୍ୟ କରାଯାଏ। ଅନ୍ୟ ଯୋଗାସନକୁ କେବଳ ଖାଲି ପେଟରେ କରିବାର ନିୟମ ଥିବା ବେଳେ ଏହା ଏପରି ଏକ ଆସନ ଯାହାକୁ ଖାଇବା ପରେ ମଧ୍ୟ କରାଯାଏ।। ଏହି ଆସନ କେବଳ ଆପଣଙ୍କ ଶରୀରର ଓଜନ ହ୍ରାସ କରେ ତା’ନୁହେଁ, ଶରୀରର ଅନ୍ୟ ସମସ୍ୟା ମଧ୍ୟ ସହଜରେ ଦୂର କରେ। ଆସନ୍ତୁ ପ୍ରତିଦିନ ଏହି ଆସନରେ କିଛି ମିନିଟ୍ ବସିବା ଦ୍ୱାରା କେଉଁ ପ୍ରକାର ସ୍ୱାସ୍ଥ୍ୟଗତ ଉନ୍ନତି ହୁଏ ତାହା ଜାଣିବା।

Advertisment

କିପରି କରିବେ:

  • ପ୍ରଥମେ ଆସନ ଉପରେ ଆଣ୍ଠେଇଲା ପରି ବସନ୍ତୁ
  • ତାପରେ ଦୁଇ ପାଦକୁ ପକ୍କା ସହ ସମତଳ କରି ରଖନ୍ତୁ, ଯେପରି ଦୁଇ ପାଦର ଗୋଇଠି ଉପରେ ନିତମ୍ବ ରହିବ
  • ଦୁଇ ପାପୁଲିକୁ ଜଘଂ ଉପରେ ଚିତ୍ରରେ ଦେଖାଯାଇଥିବା ଭଳି ରଖନ୍ତୁ

ସମୟ:

ଆରମ୍ଭରେ ଏକ ରୁ ଦୁଇ ମିନିଟ୍ ଏପରି ବସନ୍ତୁ। ଧୀରେ ଧୀରେ ସମୟର ସୀମା ବଢ଼ାଇବେ। ଏହି ଆସନରେ ଜଣେ ଅଧଘଣ୍ଟା ପର୍ଯ୍ୟନ୍ତ ବସିପାରିବେ। ଏହି ଆସନ ପାଇଁ ସେମିତି କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ।

Advertisment

ଲାଭ:

-ଖାଦ୍ୟ ହଜମ କରାଏ

-ନିତମ୍ବର ମାଂସପେଶୀ କମାଏ

-କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୁଏ

-କିଛି ସମୟ ଏହି ଆସନରେ ବସିଲେ ମାନସିକ ସ୍ତରରେ ଶାନ୍ତି ଆସିବା ସହ ଆଧ୍ୟାତ୍ମିକ ଦିଗକୁ ମନ ବଳାଏ

-ରକ୍ତସଞ୍ଚାଳନ ଉତ୍ତମ ରୂପେ ହେବା ସହ ପରିଶ୍ରା ସମସ୍ୟା ଦୂର ହୁଏ

-ଗଣ୍ଠି ଜନିତ (ଆର୍ଥ୍ରାଇଟିସ୍ )ସମସ୍ୟା ଥିଲେ ଏହି ଆସନ ପେନ୍‌କିଲର ଭାବେ କାମ କରେ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe