ଘରର ବାଲ୍‌କୋନୀ ପାଇଁ ପାଞ୍ଚୋଟି ବାସ୍ତୁ ଟିପ୍ସ

ଘର ନିର୍ମାଣ ସମୟରେ ସମସ୍ତେ ବାସ୍ତୁକୁ ଗୁରୁତ୍ୱ ଦେଇଥାନ୍ତି। ଶୋଇବା ଘର କେଉଁ ଦିଗରେ ରହିବ, ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିବ- ଏସବୁ ସାଧାରଣତଃ ବାସ୍ତୁ ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ। ଘରର ବାଲ୍‌କୋନୀର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ଘରର ବାଲ୍‌କୋନୀ ନିର୍ମାଣ ସମୟରେ ବାସ୍ତୁ ଅନୁଯାୟୀ କେଉଁ କଥା ଗୁଡ଼ିକ ଉପରେ ଧ୍ୟାନ ଦେବେ। ଘରର ବାଲ୍‌କୋନୀ ଉତ୍ତର-ପୂର୍ବ ଦିଗରେ ନିର୍ମାଣ କରିବା ଉଚିତ। ଘରର ପଶ୍ଚିମ-ଦକ୍ଷିଣ ଦିଗରେ ବାଲ୍‌କୋନୀ ନିର୍ମାଣ […]

balcony

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 11:29 AM IST

ଘର ନିର୍ମାଣ ସମୟରେ ସମସ୍ତେ ବାସ୍ତୁକୁ ଗୁରୁତ୍ୱ ଦେଇଥାନ୍ତି। ଶୋଇବା ଘର କେଉଁ ଦିଗରେ ରହିବ, ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିବ- ଏସବୁ ସାଧାରଣତଃ ବାସ୍ତୁ ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ। ଘରର ବାଲ୍‌କୋନୀର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ଘରର ବାଲ୍‌କୋନୀ ନିର୍ମାଣ ସମୟରେ ବାସ୍ତୁ ଅନୁଯାୟୀ କେଉଁ କଥା ଗୁଡ଼ିକ ଉପରେ ଧ୍ୟାନ ଦେବେ।

  • ଘରର ବାଲ୍‌କୋନୀ ଉତ୍ତର-ପୂର୍ବ ଦିଗରେ ନିର୍ମାଣ କରିବା ଉଚିତ। ଘରର ପଶ୍ଚିମ-ଦକ୍ଷିଣ ଦିଗରେ ବାଲ୍‌କୋନୀ ନିର୍ମାଣ କରନ୍ତୁ ନାହିଁ।
  • ବାଲ୍‌କୋନୀରେ ଦୋଳି କିମ୍ୱା ଝୁଲା ରଖୁଥିଲେ, ଧ୍ୟାନ ଦିଅନ୍ତୁ ଏଥିରେ ବସୁଥିବା ବ୍ୟକ୍ତିଙ୍କ ମୁହଁ ଉତ୍ତର ଓ ଦକ୍ଷିଣ ଦିଗକୁ ରହୁଥିବ।
  • ବାସ୍ତୁଶାସ୍ତ୍ର ଅନୁସାରେ ବାଲ୍‌କୋନୀରେ ଛୋଟ ଗଛ ଲଗାଇବା ଶୁଭ।
  • ବାଲ୍‌କୋନୀରେ ଫର୍ଣ୍ଣିଚର ରଖୁଥିଲେ ଦକ୍ଷିଣ-ପଶ୍ଚିମ ଆଡକୁ ମୁହଁ କରି ରଖନ୍ତୁ। ପୂର୍ବ-ଉତ୍ତର ଦିଗ ଆଡକୁ ମୁହଁ କରି ରଖନ୍ତୁ ନାହିଁ।
  • ବାଲ୍‌କୋନୀର ଛାତ ଘରର ଛାତ ଠାରୁ ଉଚ୍ଚ ହେବା ଉଚିତ ନୁହେଁ। ସେହିପରି ଘରର ଛାତ ସହିତ ମିଶାଇ ବାଲ୍‌କୋନୀର ଛାତ କରନ୍ତୁ ନାହିଁ। ଘରର ଛାତଠାରୁ ଟିକେ ତଳେ ବାଲୋକନୀର ଛାତ ରହିଲେ ଭଲ।

Related story