ବ୍ୟବସାୟରେ କ୍ଷତି ସହୁଥିଲେ ଆପଣାନ୍ତୁ ଏ ଉପାୟ, ବଦଳି ଯିବ ସ୍ଥିତି

ବାସ୍ତୁଶାସ୍ତ୍ର ଉପରେ କେଉଁ ଆବାହନ କାଳରୁ ବିଶ୍ୱାସ ରହିଆସିଛି। ଘର, ଅଫିସ, ବ୍ୟବସାୟ ଓ ବିଭିନ୍ନ ସମସ୍ୟା ବାସ୍ତୁଶାସ୍ତ୍ର ମାଧ୍ୟମରେ ଦୂର କରାଯାଇଥାଏ। ବ୍ୟବସାୟରେ  କ୍ଷତି ହେଲେ ଏହା ବାସ୍ତୁଦୋଷର ପ୍ରଭାବ। ଯଦି ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତେବେ ନିଜ  ବ୍ୟବସାୟର ବାସ୍ତୁ ନେଇ ଟିକେ ଯାଂଚ କରନ୍ତୁ। ଏହାସହ ଏପରି କିଛି ଉପାୟ ଅଛି ଯାହାକୁ ଆପଣେଇଲେ ଆପଣଙ୍କ ବ୍ୟବସାୟ କ୍ଷତିରୁ ଲାଭରେ ଚାଲିବ।  ଆସନ୍ତୁ ଜାଣିବା କ’ଣ କଲେ ବ୍ୟବସାୟରେ ମିଳିବ […]

shop-brothers

Rakesh Mallick
  • Published: Tuesday, 06 June 2017
  • , Updated: 06 June 2017, 10:29 AM IST

ବାସ୍ତୁଶାସ୍ତ୍ର ଉପରେ କେଉଁ ଆବାହନ କାଳରୁ ବିଶ୍ୱାସ ରହିଆସିଛି। ଘର, ଅଫିସ, ବ୍ୟବସାୟ ଓ ବିଭିନ୍ନ ସମସ୍ୟା ବାସ୍ତୁଶାସ୍ତ୍ର ମାଧ୍ୟମରେ ଦୂର କରାଯାଇଥାଏ। ବ୍ୟବସାୟରେ  କ୍ଷତି ହେଲେ ଏହା ବାସ୍ତୁଦୋଷର ପ୍ରଭାବ। ଯଦି ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତେବେ ନିଜ  ବ୍ୟବସାୟର ବାସ୍ତୁ ନେଇ ଟିକେ ଯାଂଚ କରନ୍ତୁ। ଏହାସହ ଏପରି କିଛି ଉପାୟ ଅଛି ଯାହାକୁ ଆପଣେଇଲେ ଆପଣଙ୍କ ବ୍ୟବସାୟ କ୍ଷତିରୁ ଲାଭରେ ଚାଲିବ।  ଆସନ୍ତୁ ଜାଣିବା କ’ଣ କଲେ ବ୍ୟବସାୟରେ ମିଳିବ ଲାଭ।

୧. ପଇସା ଓ ଦରକାରୀ ଜିନିଷକୁ ଆଲମାରୀର ଉତ୍ତର ଦିଗରେ ରଖନ୍ତୁ।

୨.  ବିକ୍ରି ଜିନିଷ ରଖୁଥିବା ସେଲଫ, ଆଲମାରୀ ସୋକେସ ଓ କେସ କାଉଣ୍ଟରକୁ ଉତ୍ତର ପଶ୍ଚିମ ଦିଗରେ ବନାନ୍ତୁ। ଏହାର ଆପଣଙ୍କ ପାଇଁ ଶୁଭ ହେବ।

୩. ଆପଣ ବସୁଥିବା ସ୍ଥାନ ପଛରେ ମନ୍ଦିର ନ ରହିବା ଉଚିତ।

୪. ମାଲିକ ସବୁବେଳେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ବସିବା ଉଚିତ୍। ଏହା ଦ୍ୱାରା ସକରାତ୍ମାକ ପ୍ରଭାବ ପଡ଼ିଥାଏ।

୫. ବସି କାମ କରୁଥିବା ଟେବୁଲ ସବୁବେଳେ ଆୟତକାର ହୋଇଥିବା ଦରକାର।

୬. ଫ୍ୟାକ୍ଟ୍ରି ଓ କାର୍ଯ୍ୟାଳୟର କେନ୍ଦ୍ର ସ୍ଥାନ ଖାଲି ରଖିବା ଉଚିତ। ଏଠାରେ କୌଣସି ଭାରି ବସ୍ତୁ ରଖିନ୍ତୁ ନାହିଁ।

୭. ବାସ୍ତୁ ଅନୁସାରେ ଆକାଉଣ୍ଟ ଡିପାଣ୍ଟମେଣ୍ଟ ଓ ରିସେସନ୍‌ ଉତ୍ତର-ପୂର୍ବ ଦିଗରେ କରନ୍ତୁ।

 

Related story