ପାଠପଢ଼ାରେ ପିଲାର ମନ ଲାଗୁନି ? ଜାଣନ୍ତୁ କେମିତି ସଜାଇବେ ତା’ ଷ୍ଟଡି ରୁମ୍‌

ସବୁ ବାପାମାଆ ଚାହାନ୍ତି ତାଙ୍କ ପିଲା ଅନ୍ୟମାନଙ୍କଠାରୁ ଆଗରେ ରହୁନ୍ତୁ। ପାଠପଢ଼ାରେ ପ୍ରଥମ ହୁଅନ୍ତୁ ଓ ନିଜ ପାଇଁ ଭଲ ଭବିଷ୍ୟତ ବନାନ୍ତୁ। ଏଥିପାଇଁ ବାପାମାଆ ବହୁତ କିଛି କରିଥାନ୍ତି। ପିଲା ଭଲ ପଢ଼ି ନିଜ ଗୋଡ଼ରେ ଛିଡା ହୋଇ ଭଲ ଦୁଇ ପଇସା ରୋଜଗାର କରିବା ସବୁ ବାପାମାଆଙ୍କର ଇଚ୍ଛା। ତେବେ ପିଲାଙ୍କ ପାଠପଢ଼ା ଉପରେ ସେମାନଙ୍କ ନିତିଦିନ ରହଣି ଓ ଚାଲିଚଳଣ ବହୁ ମାତ୍ରାରେ ନିର୍ଭର କରିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପିଲାଙ୍କ ରୁମ୍‌ ସେମାନଙ୍କ […]

study-room

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 09:36 AM IST

ସବୁ ବାପାମାଆ ଚାହାନ୍ତି ତାଙ୍କ ପିଲା ଅନ୍ୟମାନଙ୍କଠାରୁ ଆଗରେ ରହୁନ୍ତୁ। ପାଠପଢ଼ାରେ ପ୍ରଥମ ହୁଅନ୍ତୁ ଓ ନିଜ ପାଇଁ ଭଲ ଭବିଷ୍ୟତ ବନାନ୍ତୁ। ଏଥିପାଇଁ ବାପାମାଆ ବହୁତ କିଛି କରିଥାନ୍ତି। ପିଲା ଭଲ ପଢ଼ି ନିଜ ଗୋଡ଼ରେ ଛିଡା ହୋଇ ଭଲ ଦୁଇ ପଇସା ରୋଜଗାର କରିବା ସବୁ ବାପାମାଆଙ୍କର ଇଚ୍ଛା। ତେବେ ପିଲାଙ୍କ ପାଠପଢ଼ା ଉପରେ ସେମାନଙ୍କ ନିତିଦିନ ରହଣି ଓ ଚାଲିଚଳଣ ବହୁ ମାତ୍ରାରେ ନିର୍ଭର କରିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପିଲାଙ୍କ ରୁମ୍‌ ସେମାନଙ୍କ ପାଠପଢ଼ା ଉପରେ ବହୁତ ପ୍ରଭାବ ପକାଇଥାଏ। ଏପରି ୧୦ଟି ଉପାୟ ଅବଲମ୍ବନ କରନ୍ତୁ ଯାହା ପିଲାଙ୍କ ପାଠପଢ଼ା ଓ ଏକାଗ୍ରତା ବୃଦ୍ଧିରେ ସହାୟକ ହୋଇଥାଏ।

୧. ପିଲା ଯେଉଁ ଘରେ ଶୋଉଛି, ସେ ଘରେ ପଢ଼ିବାର ବ୍ୟବସ୍ଥା କରନ୍ତୁ ନାହିଁ। ସବୁବେଳେ ଧ୍ୟାନ ଦିଅନ୍ତୁ ପିଲାର ଶୋଇବା ଘର ଓ ପଢ଼ା ଘର ଅଲଗା ରହିବ।

୨. ପିଲାଙ୍କ ରୁମ୍‌ର ରଙ୍ଗ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଘରର ରଙ୍ଗ ଅଧିକ ଚମକଦାର କରନ୍ତୁ ନାହିଁ। ଘରେ ବିଭିନ୍ନ ଫଟୋ ଓ ମଜାଦାର ପୋଷ୍ଟର ସଜାନ୍ତୁ। ଘର ଛାତର ହାଇଟ୍‌ ଅଧିକ ରଖନ୍ତୁ। କେବେ ବି ଛାତର ରଙ୍ଗକୁ ବ୍ରାଇଟ୍‌ ରଖନ୍ତୁ ନାହିଁ। ଏହା ପିଲାଙ୍କ ମଧ୍ୟରେ ଡିପ୍ରେସନ୍‌ ବଢ଼ାଇଥାଏ।

୩. ନେଚୁରାଲ ଲାଇଟ୍‌ ରୁମ୍‌ରେ ସକରାତ୍ମକ ଭାବ ସୃଷ୍ଟି କରିଥାଏ। ଏଥିପାଇଁ ପିଲାଙ୍କ ରୁମ୍‌ର ଝରକା ଖୋଲା ରଖନ୍ତୁ। ଯେପରି ଆଲୋକ ଓ ପବନ ଭଲରେ ରୁମ୍‌ ମଧ୍ୟକୁ ଆସି ପାରିବ।

୪. ଫେଙ୍ଗସୁଇ ମୁତାବକ, ଉତ୍ତର-ପୂର୍ବ ଦିଗ ପାଠପଢ଼ା ପାଇଁ ସବୁଠାରୁ ଉପଯୁକ୍ତ। ଏହି ଦିଗରେ ହିଁ ପିଲାଙ୍କ ଷ୍ଟଡି ଟେବୁଲ ରଖନ୍ତୁ। ଟେବୁଲରେ ଏକ କ୍ରିଷ୍ଟଲ ଗ୍ଲୋବ ରଖନ୍ତୁ। ଷ୍ଟଡି ରୁମ୍‌ରେ ୭ ଥାକିଆ ମନ୍ଦିରର ଏକ ପ୍ରତିଛବି ରଖନ୍ତୁ।

୫. ପୂର୍ବଦିଗକୁ ଜ୍ଞାନର ଦିଗ କୁହାଯାଇଥାଏ। ତେଣୁ ଧ୍ୟାନ ରଖନ୍ତୁ ଆପଣଙ୍କ ପିଲା ପୂର୍ବ ଦିଗକୁ ହିଁ ମୁହଁ କରି ପଢ଼ିବେ। ଏହାଦ୍ୱାରା ପାଠ ପଢ଼ିବା ପାଇଁ ଏକାଗ୍ରତା ଆସିଥାଏ। ଦକ୍ଷିଣ-ପଶ୍ଚିମ ଦିଗକୁ ମଧ୍ୟ ଧ୍ୟାନ ଦିଅନ୍ତୁ। ଏହି ସ୍ଥାନରେ ପିଲାର ପଢ଼ା ବହି ରଖନ୍ତୁ। ଏହା ଏକାଗ୍ରତା ବୃଦ୍ଧି କରିବା ସହ ପିଲାଙ୍କୁ ପରିଶ୍ରମୀ ବନାଇଥାଏ।

୬. ପିଲା ପଢ଼ୁଥିବା ବେଳେ ତା’ର ପଛପଟେ କୌଣସି ଝରକା ନ ରହିବା ଦରକାର। ଘରର କାନ୍ଥକୁ ପଛ କରି ପିଲା ପଢ଼ିବା ଦରକାର। ସେହିପରି ଶୋଇବା ବେଳେ ମଧ୍ୟ ମୁଣ୍ଡ ଆଡକୁ ଝରକା ରହିବ ନାହିଁ। ପିଲା ଉତ୍ତର ଓ ପୂର୍ବ ଦିଗକୁ ମୁଣ୍ଡ ଦେଇ ଶୋଇବା ଉଚିତ। ଏହାଦ୍ୱାରା ଭଲ ଦିନ ହୋଇଥାଏ।

୭. ରୁମ୍‌ରେ ବହି ରଖା ଆଲମାରୀ ରଖନ୍ତୁ ନାହିଁ।

୮. ଘରେ ଭୟଙ୍କର ଜୀବଙ୍କ ଖେଳନା ରଖନ୍ତୁ ନାହିଁ। ଏହାଦ୍ୱାରା ପିଲାଙ୍କୁ ଖରାପ ସ୍ୱପ୍ନ ଆସିଥାଏ। ଏହାସହ ଏପରି କିଛି ପୋଷ୍ଟର ଓ କମିକ୍‌ ଆକ୍ଟରଙ୍କ ଫଟୋ ମଧ୍ୟ ରୁମ୍‌ରେ ରଖନ୍ତୁ ନାହିଁ।

୯. ଝିଅମାନଙ୍କ ପାଇଁ ଉତ୍ତର-ପଶ୍ଚିମ ଦିଗ ପାଠପଢ଼ା ପାଇଁ ଉପଯୁକ୍ତ।

୧୦. ଯଦି ଆପଣଙ୍କ ପିଲା ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ତାଙ୍କ ପାଇଁ ଦକ୍ଷିଣ-ପଶ୍ଚିମ ଦିଗ ସବୁଠାରୁ ଭଲ ରହିବ। ଏହାସହ ଯଦି ପିଲା ଖେଳାଖେଳି ଉପରେ ଅଧିକ ରୁଚି ରଖୁଛି ଓ ଖେଳାଳି ହେବାକୁ ଚାହୁଁଛି ତେବେ ପଶ୍ଚିମ ଦିଗ ତାଙ୍କ ପାଇଁ ବେଷ୍ଟ ରହିବ।

Related story