ଘରେ କାନ୍ଥ ଘଣ୍ଟା ଅଛି କି? ତା’ହେଲେ ପଢ଼ି ନିଅନ୍ତୁ ବାସ୍ତୁ ସହିତ ଘଣ୍ଟାର ସଂପର୍କ ବିଷୟରେ, ପାଇବେ ଅନେକ ଫାଇଦା

ବାସ୍ତୁ ଶାସ୍ତ୍ରର କିଛି କିଛି କଥା ନିତିଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏହା ଜୀବନକୁ ଅଧିକ ସୁଖମୟ କରିଥାଏ। ଆପଣ କେବେ ଭାବିଛନ୍ତି କି କାନ୍ଥରେ ଟଙ୍ଗା ଯାଇଥିବା ଘଣ୍ଟା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଘଣ୍ଟା ଆପଣଙ୍କ ଖରାପ ସମୟକୁ ଭଲ ସମୟରେ ପରିବର୍ତ୍ତନରେ କରିଥାଏ। ଆସନ୍ତୁ ଜାଣିବା କିପରି: ୧- ବାସ୍ତୁ ଶାସ୍ତ୍ର ଅନୁସାରେ ପେଣ୍ଡୁଲମ୍‌ ଘଣ୍ଟା ଘରେ ଲଗାଇଲେ ଶୁଭଫଳ ମିଳିଥାଏ। ଏହା ଦ୍ୱାରା […]

clock

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 02:05 PM IST

ବାସ୍ତୁ ଶାସ୍ତ୍ରର କିଛି କିଛି କଥା ନିତିଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏହା ଜୀବନକୁ ଅଧିକ ସୁଖମୟ କରିଥାଏ। ଆପଣ କେବେ ଭାବିଛନ୍ତି କି କାନ୍ଥରେ ଟଙ୍ଗା ଯାଇଥିବା ଘଣ୍ଟା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଘଣ୍ଟା ଆପଣଙ୍କ ଖରାପ ସମୟକୁ ଭଲ ସମୟରେ ପରିବର୍ତ୍ତନରେ କରିଥାଏ। ଆସନ୍ତୁ ଜାଣିବା କିପରି:

୧- ବାସ୍ତୁ ଶାସ୍ତ୍ର ଅନୁସାରେ ପେଣ୍ଡୁଲମ୍‌ ଘଣ୍ଟା ଘରେ ଲଗାଇଲେ ଶୁଭଫଳ ମିଳିଥାଏ। ଏହା ଦ୍ୱାରା ବ୍ୟକ୍ତି ପ୍ରଂଶସିତ ହୋଇଥାଏ।

୨- ପେଣ୍ଡୁଲମ୍‌ ଘଣ୍ଟାକୁ ଉତ୍ତର ଓ ପୂର୍ବ ଦିଗ କିମ୍ବା ପଶ୍ଚିମ ଦିଗରେ ଲଗାଇଲେ ଶୁଭ ହୋଇଥାଏ।

୩- ଘରେ ଗୋଲାକାର ଓ ଚକ୍ରି ଆକାରର ଘଣ୍ଟା ଲଗାଇବା ଉଚିତ୍‌। ଏହା ଦ୍ୱାରା ଘରେ  ଭଲପାଇବା  ଓ  ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।  ସକାରାତ୍ମକ ପ୍ରଭାବ ପଡ଼ିଥାଏ।

କ’ଣ କଲେ ଅଶୁଭ ଫଳ ମିଳିଥାଏ

-ଘରର ଦ୍ୱାର ମୁହଁ କାନ୍ଥରେ ଘଣ୍ଟା ଟାଙ୍ଗନ୍ତୁ ନାହିଁ। ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

- ଘରର କାନ୍ଥରେ ଭୁଲରେ ଦକ୍ଷିଣ  ଦିଗର କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ। ଘରର ମୁଖ୍ୟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ। ।

- ଘରେ ଭୁଲରେ ଖରାପ ଓ ବନ୍ଦ  ହୋଇ ଯାଇଥିବା ଘଣ୍ଟା ରଖନ୍ତୁ ନାହିଁ। ନକାରାତ୍ମକ ପ୍ରଭାବ ପଡ଼ିବ।

ସୌଜନ୍ୟ-ୟଙ୍ଗିସ୍ତାନ

Related story