Advertisment

ଆଣ୍ଟି ବ୍ୟାକଟେରିଆଲ ସାବୁନ ବ୍ୟବହାର କରୁଛନ୍ତି କି? ସାବଧାନ, ଗର୍ଭସ୍ଥ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ

ଗର୍ଭାବସ୍ଥାରେ ଏପରି ବହୁତ କିଛି ଜିନିଷ ଅଛି, ଯେଉଁଗୁଡିକ ପ୍ରତି ଧ୍ୟାନ ଦେବା ଜରୁରୀ। ଏହା ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପାଇଁ ଭଲ ହୋଇଥାଏ। ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି, ପ୍ରସୂତୀ ସମୟରେ ଆଣ୍ଟି ବ୍ୟାକଟେରିଆଲ ସାବୁନ ବ୍ୟବହାର ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ରସୂତୀ ସମୟରେ ଆଣ୍ଟି ବ୍ୟାକଟେରିଆଲ ସାବୁନ ବ୍ୟବହାର କରେ ପିଲାଙ୍କର କ’ଣ କ୍ଷତି ହୋଇଥାଏ। ସର୍ଭେ ରିପୋର୍ଟ ଅନୁସାରେ ଏହି ପ୍ରକାରର ସାବୁନରେ […]

ଅଦ୍ୟତନ ହୋଇଛି
ଆଣ୍ଟି ବ୍ୟାକଟେରିଆଲ ସାବୁନ ବ୍ୟବହାର କରୁଛନ୍ତି କି? ସାବଧାନ, ଗର୍ଭସ୍ଥ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ
Advertisment

ଗର୍ଭାବସ୍ଥାରେ ଏପରି ବହୁତ କିଛି ଜିନିଷ ଅଛି, ଯେଉଁଗୁଡିକ ପ୍ରତି ଧ୍ୟାନ ଦେବା ଜରୁରୀ। ଏହା ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପାଇଁ ଭଲ ହୋଇଥାଏ। ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି, ପ୍ରସୂତୀ ସମୟରେ ଆଣ୍ଟି ବ୍ୟାକଟେରିଆଲ ସାବୁନ ବ୍ୟବହାର ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ରସୂତୀ ସମୟରେ ଆଣ୍ଟି ବ୍ୟାକଟେରିଆଲ ସାବୁନ ବ୍ୟବହାର କରେ ପିଲାଙ୍କର କ’ଣ କ୍ଷତି ହୋଇଥାଏ।

Advertisment

ସର୍ଭେ ରିପୋର୍ଟ ଅନୁସାରେ ଏହି ପ୍ରକାରର ସାବୁନରେ ଟକ୍ସିନ ରହିଥାଏ, ଯାହା ଶିଶୁଙ୍କୁ ମୋଟା କରିଦେଇଥାଏ। ମୂଷାଙ୍କ ପରେ ଗବେଷଣରୁ ଜଣାପଡିଛି ଯେ, ଝିଅମାନଙ୍କ କ୍ଷେତ୍ରରେ ଏହି କେମିକାଲ ୧୧ ପ୍ରତିଶତ ଶୀଘ୍ର ଟ୍ରାନ୍ସଫର ହେଉଥିବା ବେଳେ ପୁଅମାନଙ୍କ କ୍ଷେତ୍ରରେ ୮ ପ୍ରତିଶତ ହୋଇଥାଏ। ସାବୁନରେ ଥିବା ଟ୍ରାଇକ୍ଲୋକାର୍ବନ କେମିକାଲ ପ୍ଲେସେଣ୍ଟା ଓ ବ୍ରେଷ୍ଟଫିଡିଙ୍ଗ ଜରିଆରେ ଶିଶୁଙ୍କ ଶରୀରକୁ ଚାଲିଯାଇଥାଏ।

ଗବେଷକଙ୍କ ମତରେ ଏହି କେମିକାଲ ପ୍ରଭାବରେ ଶିଶୁ ପ୍ରତି ରୋଗର ଭୟ ବଢିଯାଇଥାଏ।  ପିଲାମାନଙ୍କ ହରମୋନରେ ପରିବର୍ତ୍ତନ ଘଟିଥାଏ, ଯାହାକୁ ବଦଳାଯାଇପାରିବ ନାହିଁ। କେବଳ ଏତିକି ନୁହେଁ ଏହି କେମିକାଲ ପିଲାର ମସ୍ତିଷ୍କ ବିକାଶରେ ବାଧା ସୃଷ୍ଟି କରିଥାଏ ଓ କେମିକାଲ ଫ୍ୟାଟ ରୂପରେ ଠୁଳ ହୋଇ ରହିଥାଏ।

Advertisment

ଗତବର୍ଷ ଆମେରିକା ୧୯ଟି ଅଲଗା ଅଲଗା ଆଣ୍ଟି ବ୍ୟାକଟେରିଆଲ ସାବୁନ ଉପରେ ପ୍ରତିବନ୍ଧକ ଲଗାଇଛି। ବ୍ରିଟିଶ୍ ଫର୍ମ ୟୁନିଲିୱର ପକ୍ଷରୁ କୁହାଯାଇଛି, ଚଳିତବର୍ଷ ଶେଷ ସୁଦ୍ଧା ଏହି ପ୍ରକାରର କେମିକାଲକୁ ଶେଷ କରିଦିଆଯିବ।

ସାନ ଫ୍ରାନ୍ସିସକୋର ଏକ ୟୁନିଭର୍ସିଟିର ନୂଆ ସର୍ଭେ ଅନୁସାରେ, ଜୀବାଣୁ ମାରିବା ପାଇଁ ଆଣ୍ଟି ବ୍ୟାକଟେରିଆଲ ସାବୁନ ପ୍ରଭାବଶାଳୀ ନୁହେଁ। ୨୦୦ରୁ ଅଧିକ ଗବେଷକଙ୍କ ମତରେ ଆଣ୍ଟି ବ୍ୟାକଟେରିଆଲ ସାବୁନ ଆମର ବହୁତ କ୍ଷତି କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe