ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକ ଖାଦ୍ୟ ଖାଇବା ପୂର୍ବରୁ, ଖାଇବା ପରେ, ବାହାରୁ ଘରକୁ ଆସିବା ପରେ ଏବଂ ଟଏଲେଟ୍ରୁ ଆସିବା ପରେ ବାରମ୍ୱାର ହାତକୁ ଭଲ ଭାବରେ ଧୋଇଥା'ନ୍ତି। ଏହି କାମ ଅନ୍ୟମାନଙ୍କୁ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥା'ନ୍ତି। ଆମେରିକାର ଏକ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ ଅନୁସାରେ, ଶରୀର ସୁସ୍ଥ ରହିବା ପାଇଁ ହାତକୁ ସଫା ରଖିବା ଜରୁରୀ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପ୍ରତିଷ୍ଠାନର ସୂଚନା ଅନୁସାରେ ଆବଶ୍ୟକତାଠାରୁ ଅଧିକ ହାତ ଧୋଇବା ଅଭ୍ୟାସ ଆପଣଙ୍କୁ ଅସୁସ୍ଥ ମଧ୍ୟ କରିପାରେ।
ତେବେ ପ୍ରଶ୍ନ ଉଠୁଛି, ସୁସ୍ଥ ରହିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦିନକୁ କେତେ ଥର ହାତ ଧୋଇବା ଦରକାର।
ହାତ ଧୋଇବା ଦ୍ୱାରା ଖରାପ ବ୍ୟାକ୍ଟେରିଆ ବାହାରି ଯାଇଥା'ନ୍ତି ସତ, କିନ୍ତୁ ବାରମ୍ୱାର ହାତ ଧୋଇବା ଦ୍ୱାରା ଶରୀରକୁ ସୁରକ୍ଷା ଦେଉଥିବା ବ୍ୟାକ୍ଟେରିଆଙ୍କୁ କିଛି ମାତ୍ରାରେ କ୍ଷତି ପହଞ୍ଚିଥାଏ।
ବାରମ୍ୱାର ହାତ ଧୋଇଲେ, ତ୍ୱଚାରେ ଥିବା ତୈଳ ଅଂଶ ବାହାରି ଯାଇଥାଏ ଏବଂ ଚର୍ମ ଶୁଖିଲା ହୋଇଯାଏ। ଯଦି ଚର୍ମ ଶୁଖିଯାଏ, ତେବେ ସେଥିରେ ଥିବା ଉପକାରୀ ବ୍ୟାକ୍ଟେରିଆ ମଧ୍ୟ ବାହାରି ଯାଇଥା'ନ୍ତି।