ବାସ୍ତୁ ଅନୁସାରେ ରଖନ୍ତୁ ଜଳଉତ୍ସ, ନହେଲେ ଘଟିପାରେ ସ୍ୱାସ୍ଥ୍ୟହାନି

ଜଳି ହିଁ ଜୀବନ। ବିନା ପାଣିରେ ସୃଷ୍ଟିର କଳ୍ପନା ଅସମ୍ଭବ। ବଞ୍ଚିବାକୁ ହେଲେ ଆମକୁ ପାଣିର ଆବଶ୍ୟକତା ରହିଛି। ଡାକ୍ତରଙ୍କ ମୁତାବକ ସୁସ୍ଥ ଜୀବନ ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୪ରୁ ୫ ଲିଟର ପାଣି ପିଇବା ଦରକାର। ତେବେ କେବଳ ପାଣି ପିଇଦେଲେ ସ୍ୱାସ୍ଥ୍ୟ ଠିକ୍‌ ରହିଥାଏ ବୋଲି ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ନିରୋଗ ଶରୀର ପାଇଁ ପାଣି ରଖୁଥିବା ସ୍ଥାନର ବହୁତ ଗୁରୁତ୍ୱ ରହିଛି। ଘରର କେଉଁ ସ୍ଥାନରରେ ପାଣି ରଖିଲେ ଏହା […]

well

Rakesh Mallick
  • Published: Wednesday, 16 August 2017
  • , Updated: 16 August 2017, 01:53 PM IST

ଜଳି ହିଁ ଜୀବନ। ବିନା ପାଣିରେ ସୃଷ୍ଟିର କଳ୍ପନା ଅସମ୍ଭବ। ବଞ୍ଚିବାକୁ ହେଲେ ଆମକୁ ପାଣିର ଆବଶ୍ୟକତା ରହିଛି। ଡାକ୍ତରଙ୍କ ମୁତାବକ ସୁସ୍ଥ ଜୀବନ ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୪ରୁ ୫ ଲିଟର ପାଣି ପିଇବା ଦରକାର। ତେବେ କେବଳ ପାଣି ପିଇଦେଲେ ସ୍ୱାସ୍ଥ୍ୟ ଠିକ୍‌ ରହିଥାଏ ବୋଲି ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ନିରୋଗ ଶରୀର ପାଇଁ ପାଣି ରଖୁଥିବା ସ୍ଥାନର ବହୁତ ଗୁରୁତ୍ୱ ରହିଛି। ଘରର କେଉଁ ସ୍ଥାନରରେ ପାଣି ରଖିଲେ ଏହା ସ୍ୱାସ୍ଥ୍ୟ ପ୍ରତି ହିତକର ସେ ନେଇ ବାସ୍ତଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ଘରେ ଓ ବାଡିରେ କେଉଁ ସ୍ଥାନରେ ପାଣି ଉତ୍ସ ରହିବା ଆବଶ୍ୟକ।

୧. ରୋଷେଇ ଘରର ଉତ୍ତର-ପୂର୍ବ ଦିଗରେ ପାଣି ରଖନ୍ତୁ। ଏହା ସ୍ୱାସ୍ଥ୍ୟପ୍ରତି ହିତକର।

୨. ପାଣିର ସ୍ଥାନ ହେଉଛି ଦକ୍ଷିଣ-ପୂର୍ବ ଦିଗ। ତେଣୁ ପାଣି ଟାଙ୍କି ଓ ନଳକୂପ ପୂର୍ବ, ଉତ୍ତର ଅଥବା ପୂର୍ବ-ଉତ୍ତର ଦିଗରେ ରହିବା ଆବଶ୍ୟକ ବୋଲି ବାସ୍ତୁବିତମାନେ ମତ ଦିଅନ୍ତି।

୩. ଯଦି ପାଣି ପମ୍ପ ଲଗାଛନ୍ତି ତେବେ ଏହାକୁ ପୂର୍ବ, ଉତ୍ତର ଅଥବା ପୂର୍ବ-ଉତ୍ତର ଦିଗରେ ରଖନ୍ତୁ।

୪. ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ କୂଅ ଖୋଳନ୍ତୁ ନାହିଁ। ଏଥିପାଇଁ ଉତ୍ତର-ପୂର୍ବ କୋଣ ଉପଯୁକ୍ତ। ଏହାଦ୍ୱାରା ବାସ୍ତୁର ସନ୍ତୁଳନ ଠିକ୍‌ ରହିଥାଏ।

୫. ଓଭର ହେଡ ଟ୍ୟାଙ୍କ ଉତ୍ତର-ପଶ୍ଚିମ କୋଣ ମଧ୍ୟରେ ରହିବା ଦରକାର ବୋଲି ବାସ୍ତୁବିତ ମତ ଦିଅନ୍ତି। ଏହାସହ ଟାଙ୍କିର ପରିଭାଗ ଗୋଲାକାର ହେବା ଜରୁରି।

୬. ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ କୂଅ କି ନଳକୂପ ଥିଲେ ଏହାକୁ ବନ୍ଦ କରିଦିଅନ୍ତୁ। ଯଦି ବନ୍ଦ କରିବା ସମ୍ଭବ ନୁହେଁ, ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏହା ଆମେ ନୁହେଁ ଜ୍ୟୋତିର୍ବିଦମାନେ କହୁଛନ୍ତି।

୭. ବାସ୍ତୁଶାସ୍ତ୍ର ଅନୁସାରେ ଗାଧୁଆ ଘର ପୂର୍ବ ଦିଗରେ ରହିବା ଆବଶ୍ୟକ।

୮. କୌଣସି ନଳରୁ ପାଣି ଝରୁଥିଲେ ତୁରନ୍ତ ଏହାକୁ ସଜାଡି ନିଅନ୍ତୁ। ଏହା ଘର ପାଇଁ ଓ ଆପଣଙ୍କ ପାଇଁ ଭଲ ନୁହେଁ। ନଳରୁ ପାଣି ଝରିଲେ ଘରେ ଅନାହାର ରହିବାର ସ୍ଥିତି ଉପୁଜିଥାଏ।

Related story