ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଶରୀରର ପାଖାପାଖି ୭୦ ପ୍ରତିଶତ ଅଙ୍ଗପ୍ରତ୍ୟଙ୍ଗ ପାଣିରେ ହିଁ ତିଆରି ହୋଇଛି। ତେଣୁ ସ୍ୱାସ୍ଥ୍ୟ ପାଇଁ ପାଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଦୁଇରୁ ୩ ଲିଟର ପାଣି ପିଇବା ଉଚିତ।
ତେବେ ଥଣ୍ଡା ଓ ଗରମ ପାଣି କେଉଁ ସମୟରେ ପିଇବା ଉଚିତ ଏହା ଜାଣି ରଖିବା ଆବଶ୍ୟକ। ଏକ୍ସସରସାଇଜ୍ ପରେ ଗୋଟିଏ ଗ୍ଲାସ ଥଣ୍ଡା ପାଣି ପିଇଲେ ଶରୀର ଥଣ୍ଡା ହୋଇଥାଏ। ସେହିପରି ଉଷୁମ ପାଣି ଶରୀରରୁ ଟକ୍ସିନ୍ ବାହାର କରିବାରେ ସାହାଯ୍ୟ କରିଥାଏ।
କେବଳ ଏତିକି ନୁହେଁ, ଉଷୁମ ପାଣି ପିଇଲେ ଖାଦ୍ୟ ହଜମ ହୋଇଥାଏ ଏବଂ ପାଚନ କ୍ରିୟା ଠିକ୍ ରହିଥାଏ। ଉଷୁମ ପାଣି ଓଜନ କମ୍ କରିବା ପାଇଁ ସାହାଯ୍ୟ କରିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଖାଇବା ପୂର୍ବରୁ ୫୦୦ ମିଲିଲିଟର ପାଣି ପିଇଲେ ଶରୀରରେ ୩୦ ପ୍ରତିଶତ ମେଟାବୋଲିଜିମ୍ର ବୃଦ୍ଧି ଘଟିଥାଏ। ଅଳ୍ପ ଉଷୁମ ପାଣି ପ୍ରତିଦିନ ପିଇଲେ ଓଜନ କମ୍ ହୋଇଥାଏ। ଆସନ୍ତୁ ଜାଣିବା ଉଷୁମ ପାଣି ପିଇଲେ ଅନ୍ୟ କ’ଣସବୁ ଲାଭ ମିଳିଥାଏ।
୧. ଉଷୁମ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ପରିବର୍ତ୍ତନ ହୋଇଥାଏ। ଉଷୁମ ପାଣି ଶରୀରରେ ଥିବା ତାପମାତ୍ରାକୁ କମ୍ କରିଥାଏ ଓ ମେଟାବୋଲିଜିମ୍କୁ ସକ୍ରିୟ କରିଥାଏ।
୨. ଉଷୁମ ପାଣି ଶରୀରରେ ଫ୍ୟାଟ୍ ବ୍ରେକ୍କୁ ଡାଉନ୍ କରି ଏହାକୁ ଅଣୁ ଭାବରେ ଶରୀରରେ ଜମା କରିଥାଏ। ଯାହାଦ୍ୱାରା ଆପଣଙ୍କ ଡାଇଜେଷ୍ଟିଭ୍ ସିଷ୍ଟମ୍କୁ ଫ୍ୟାଟ୍କୁ ବର୍ଣ୍ଣ କରିବା ସହଜ ହୋଇଥାଏ।
୩. ଖାଇବାର ୩୦ ମିନିଟ୍ ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇଲେ ଆପଣଙ୍କୁ ଭୋକ କମ୍ କମ୍ ଲାଗିଥାଏ। ତେଣୁ ଅଧିକ କ୍ୟାଲୋରୀ ଶରୀରକୁ ଯାଇନଥାଏ।
୪. ପାଣି ଶରୀରରେ ଏକ ଲୁବ୍ରିକାଣ୍ଟ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥାଏ। ଏହି ଲୁବ୍ରିକାଣ୍ଟ ଶରୀରରେ ଡାଇଜେଷ୍ଟିମ୍ ସିଷ୍ଟମକୁ ସୁସ୍ଥ ରଖିଥାଏ।