a22
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନ ଆସିବା ମାତ୍ରେ ଆମମାନଙ୍କର ଖାଦ୍ୟପାନୀୟରେ ବହୁ ପରିବର୍ତ୍ତନ ଆସିଥାଏ। ଏହି ସମୟରେ ଆମେ ତାଜା ଫଳ ଖାଇବା ସହ ପାନୀୟ ପିଇବାକୁ ପସନ୍ଦ କରିଥାଉ। ଖରାଦିନେ ପ୍ରାୟତଃ ମାର୍କେଟରେ ଭିନ୍ନ ଭିନ୍ନ ସ୍ଥାନରେ ଫଳ ରସ ଦୋକାନମାନ ଥିବାର ଆପଣ ଦେଖିବାକୁ ପାଉଥିବେ। ଆମେ ମଧ୍ୟ ଅନେକ ସମୟରେ ରାସ୍ତା କଡ଼ରେ ଥିବା ଫଳ ରସ ପିଇଥାଉ।
/odisha-reporter/media/post_attachments/wp-content/uploads/2019/04/a66.jpg)
ତେବେ ଆପଣ ଏହା ମଧ୍ୟ ଜାଣିଥିବେ ଯେ, ପ୍ରାୟତଃ ସବୁ ଗଳି ବା ଛକ ସ୍ଥାନରେ ଆଖୁ ରସ ମଧ୍ୟ ବିକ୍ରୀ ହେଉଥାଏ। ଏହା ମଧ୍ୟ ଆମ ସମସ୍ଥଙ୍କୁ ବହୁତ ପସନ୍ଦ ଆସେ। ତେବେ ଆପଣଙ୍କ ପାଟିକୁ ଭଲ ଲାଗୁଥିବା ଏହି ରସ ଦେହକୁ ଗଲେ ଅନେକ କ୍ଷତି ଘଟାଇବାର ମଧ୍ୟ ସମ୍ଭାବନା ଥାଏ।
ତେବେ ଏହା ଆମ ଶରୀରରେ କ’ଣ କ୍ଷତି କରାଇଥାଏ ପଢ଼ନ୍ତୁ।
/odisha-reporter/media/post_attachments/wp-content/uploads/2019/04/a11-4.jpg)
୧, ଏଥିରେ ପୋଟାସିୟମ୍, ଆଇରନ୍ ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ତଥାପି ଏହା ଅନେକଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇପାରେ।
୨, ତେବେ ଖରାଦିନେ ଏହାର ରସ କମ୍ ପିଇଲେ ଭଲ। ଯଦି ଆପଣଙ୍କର କିଛି ଶାରୀରିକ ସମସ୍ୟା ଅଛି, ତାହାଲେ ଏହାର ମାତ୍ରା ବଢ଼ି ଯାଇଥାଏ।
୩, ଏହା ଆମ ରକ୍ତକୁ ପତଳା କରିଥାଏ। ଏଥିରେ ପୋଲିକୋଷନାଲ୍ ନାମକ ଏକ ଦ୍ରବ୍ୟ ରହିଥାଏ ଯାହା ଆମ ରକ୍ତକୁ ପତଳା କରିପାରେ।
/odisha-reporter/media/post_attachments/wp-content/uploads/2019/04/a55-1.jpg)
୪, ଯଦି ଆପଣଙ୍କୁ କାଶର ସମସ୍ୟା ଅଛି ତାହାଲେ ଆପଣ ଏହାକୁ ପିଇବା କ୍ଷତିକାରକ ହୋଇପାରେ। କାଶ ହେଲାବେଳେ ଆପଣ ଆଖୁ ରସ କଦାପି ପିଅନ୍ତୁ ନାହିଁ। ଏହା ଆପଣଙ୍କ ଶରୀରରେ କଫ ସମସ୍ୟା ବଢ଼ାଇପାରେ।
୫, ଆପଣଙ୍କ ଓଜନ ଯଦି ଅଧିକା ଅଛି ତାହାଲେ ଆପଣ ଆଖୁ ରସ ବିଲ୍କୁଲ୍ ପିଅନ୍ତୁ ନାହିଁ। ଏହା ଆପଣଙ୍କ ଓଜନ ଆହୁରି ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଅନେକ ମାତ୍ରାରେ କ୍ୟାଲୋରି ଏବଂ ସୁଗାର ରହିଥାଏ। ଯାହା ଆପଣଙ୍କ ଓଜନ ବଢ଼ାଇଥାଏ।
/odisha-reporter/media/post_attachments/wp-content/uploads/2019/04/a33-4.jpg)
୬, ଯଦି ଆପଣଙ୍କର ପେଟ ଜନିତ କୌଣସି ସମସ୍ୟା ରହିଛି ତାହାଲେ ଆପଣ ଆଖୁ ରସ ବିଲ୍କୁଲ୍ ପିଅନ୍ତୁ ନାହିଁ।
୭, ଆଖୁ ରସରେ ନାଚୁରାଲ୍ ସୁଗାର୍ର ମାତ୍ରା ଅଧିକ ଥାଏ। ତେବେ ଆପଣ ଏହାକୁ ନିୟମିତ ଯଦି ପିଉଛନ୍ତି ତାହାଲେ ଆପଣଙ୍କୁ ଡାଇବେଟିସ୍ ହେବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ।
୮, ଡାଇବେଟିସ୍ ରୋଗୀ ତ ବିଲ୍କୁଲ୍ ଏହି ରସ ପିଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ହାନିକାରକ ହୋଇଥାଏ।
/odisha-reporter/media/post_attachments/wp-content/uploads/2019/04/a44-2.jpg)
୯, ଯଦି ଆପଣ ଏହି ରସ କେବେ ପିଉଛନ୍ତି ତାହାଲେ ରସ ବାହାରିବାର ୧୫ ମିନିଟ୍ ଭିତରେ ହିଁ ଏହାକୁ ପିଅନ୍ତୁ। କାରଣ ଅଧିକ ସମୟ ଏହା ରହିଲେ ସେଥିରେ ଅକ୍ସିସାଇଡ୍ ନାମକ ଏକ ବ୍ୟାକ୍ଟେରିଆ ଜନ୍ମ ନେଇଥାଏ। ଯେଉଁଥିପାଇଁ ସଂକ୍ରମଣ ହେବାର ଅନେକ ସମ୍ଭାବନା ରହିଥାଏ।
୧୦, ଆପଣ ଏ ବିଷୟରେ ଅଜ୍ଞ ଥିବେ ଯେ, ପ୍ରାୟ ସବୁ ସ୍ଥାନରେ ଆଖୁରୁ ରସ ବାହାର କରିବା ପାଇଁ ମେସିନର ବ୍ୟବହାର କରନ୍ତି। ଆଉ ସେହି ମେସିନ୍କୁ ଚଳାଇବା ପାଇଁ ଏକ ପ୍ରକାର ତେଲର ବ୍ୟବହାର କରାଯାଏ। ସେହି ତେଲ ଯଦି ଭୁଲ୍ରେ ବି ଆଖୁ ରସରେ ମିଶି ଆପଣଙ୍କ ପେଟକୁ ଚାଲିଯାଏ ତାହାଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/a22-3.jpg)