ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଞ୍ଜା ପ୍ରତିରୋପଣ ଅସ୍ତ୍ରୋପଚାର ହେଉଛି ଖରାପ ହୋଇଥିବା ଖଞ୍ଜା ସ୍ଥାନରେ ଏକ କୃତ୍ରିମ ଖଞ୍ଜା ଲଗାଇବା। ଏହି ପ୍ରତିରୋପଣ ଆଣ୍ଠୁ, କାନ୍ଧ କିମ୍ୱା କଟିରେ ହୋଇଥାଏ। ତେବେ କେଉଁ ପରିସ୍ଥିତିରେ ଆଣ୍ଠୁ ପ୍ରତିରୋପଣ ଦରକାର ହୋଇଥାଏ, କଟି ପ୍ରତିରୋପଣ ପାଇଁ କିଛି ବୟସସୀମା ଅଛି ନା ନାହିଁ- ଏସବୁ ବିଷୟରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରା କ’ଣ କହିଛନ୍ତି, ଆସନ୍ତୁ ଜାଣିବା।
ଆଣ୍ଠୁ ପ୍ରତିରୋପଣ କେତେବେଳେ ଦରକାର ହୋଇଥାଏ ?
ଔଷଧ ଦ୍ୱାରା ଏହି ରୋଗ ଭଲ ହୋଇପାରିବ କି ?
ପ୍ରତିଦିନ ବ୍ୟାୟାମ, ଫିଜିଓଥେରାପି ଓ ଚାଲିଲେ ଆଣ୍ଠୁଗଣ୍ଠିର ସମସ୍ୟାକୁ କିଛି ମାତ୍ରାରେ କମ୍ କରାଯାଇପାରେ। କିନ୍ତୁ ଯନ୍ତ୍ରଣା ଅଧିକ ହେଲେ ଆଣ୍ଠୁ ପ୍ରତିରୋପଣ କରିବାକୁ ପଡ଼ିଥାଏ।
ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପ୍ରଚାର ପରେ ରୋଗୀ କ’ଣ ସବୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍ ?
- ତଳେ ବସିବେ ନାହିଁ
- ଚକା ପକାଇ ବସିବେ ନାହିଁ
- ଇଣ୍ଡିଆନ୍ ଟଏଲେଟ୍ ବ୍ୟବହାର ନ କରି କମୋଡ୍ ବ୍ୟବହାର କରିବେ
- ଦୌଡ଼ିବା, ଡେଇଁବା କିମ୍ୱା ଫୁଟବଲ୍ ଖେଳିବେ ନାହିଁ
- ଆଣ୍ଠୁକୁ ଅଧିକ ନୁଆଁଇବେ ନାହିଁ
- ଏକ୍ସସରସାଇଜ୍ଠାରୁ ଦୂରେଇ ରହିବେ
ଏହାଦ୍ୱାରା ଆଣ୍ଠୁର ଲାଇଫ୍ ସ୍ପାନ୍ ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ବଢ଼ିଥାଏ।
ଏଠାରେ ଦିଆଯାଇଥିବା ଭିଡିଓଟିକୁ ଦେଖିଲେ, ଡାକ୍ତର ବେହେରା କହିଥିବା ଅନ୍ୟ କଥାଗୁଡ଼ିକ ସମ୍ପର୍କରେ ଜାଣନ୍ତୁ। ଏଥିରେ ଆପଣ କଟି ପ୍ରତିରୋପଣ ସଂପର୍କରେ ସବିଶେଷ ତଥ୍ୟ ପାଇପାରିବେ।
https://youtu.be/oD2OcQw7GCg