ଧୂମ୍ରପାନ ଶରୀର ପ୍ରତି କ୍ଷତିକାରକ। ଏ କଥା ସମସ୍ତେ ଜାଣିଥାନ୍ତି। ହେଲେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପକ୍ଷେ ଏହାକୁ ଛାଡିବା କାଠିକର ପାଠ ହୋଇଥାଏ। ବିଶେଷ କରି ଫିଲ୍ମ ଜଗତରେ ପ୍ରାୟ ସବୁ କଳାକାରଙ୍କୁ ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଥାଏ। ରିଲ୍ ଲାଇଫ୍ରେ ଏପରି ହେଉଥିଲେ ମଧ୍ୟ ଏମିତି ବହୁ କଳାକାର ଅଛନ୍ତି ଯେଉଁମାନେ ଧୂମ୍ରପାନ କରି ନ ଥାନ୍ତି ଅଥବା ସିଗାରେଟ୍ ଛାଡି ସାରିଛନ୍ତି। ଆସନ୍ତୁ ଜାଣିବା ବି-ଟାଉନ୍ର ଏମିତି କିଛି ସ୍ମୋକର ଆକ୍ଟରଙ୍କ ସମ୍ପର୍କରେ ଯେଉଁମାନେ ସିଗାରେଟ୍କୁ ଅଲ୍ବିଦା କରିଛନ୍ତି।
ହ୍ରିତିକ ରୋସନ: ହ୍ରିତିକଙ୍କୁ ସିଗାରେଟ୍ ଛାଡିବାକୁ ବହୁତ ସମୟ ଲାଗିଥିଲା। ୫ ଥର ପ୍ରୟାସ କରି ବିଫଳ ହୋଇଥିଲେ ସେ। ପରେ ଏକ ବହି ପଢି ସିଗାରେଟ୍ ଛାଡିବାର ଉପାୟ ଜାଣିଥିଲେ ଓ ଏହାକୁ କାମରେ ଲଗାଇ ଥିଲେ। ଯାହା ତାଙ୍କୁ ବହୁତ୍ ଫାଇଦା ଦେଇଥିଲା ଓ ସେ ଏବେ ସ୍ମୋକିଂ ଠାରୁ କାହିଁ କେତେ ଦୂରରେ।
ସୈଫଲ୍ଲୀ ଖାନ: ଛୋଟା ନବାବଙ୍କ ଉପରେ ସ୍ମୋକିଂର ଅସର ସବୁଠୁ ଅଧିକା ପଡିଥିଲା। ସେ ଥିଲେ ଚେନ୍ ସ୍ମୋକର। ଏପରିକି ଧୂମ୍ରପାନ ଯୋଗୁଁ ସେ ଥରେ ହୃଦଘାତର ମଧ୍ୟ ସମ୍ମୁଖୀନ ହୋଇଥିଲେ। ଏହାପରେ ସେ ଜେଣ୍ଟିଲ ମ୍ୟାନ୍ ବନି ଯାଇଥିଲେ।
ଅର୍ଜୁନ ରାମପାଲ: କଲେଜ ଦିନରୁ ସ୍ମୋକିଂର ବଦଭ୍ୟାସ୍ରେ ପଡି ଯାଇଥିଲେ ଅର୍ଜୁନ। ତାଙ୍କ ପାଇଁ ସିଗାରେଟ୍ ଛାଡିବା ସହଜ ନ ଥିଲା। ଖରାପ ଅଭ୍ୟାସ ଛାଡିବାକୁ ବହୁତ ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲେ। ପିଲାଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ଅନୁଭବ କରିବା ପରେ ସେ ସିଗାରେଟ୍କୁ ଟାଟା ବାଏ ବାଏ କରିଦେଲେ।
କୋଙ୍କଣା ସେନ ଶର୍ମା: ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ମଧ୍ୟ ଚେନ୍ ସ୍ମୋକର ଥିଲେ। ହେଲେ ମାଆ ହେବା ପରେ ସେ ସ୍ମୋକିଂ ଛାଡି ଦେଇଥିଲେ।
ରଣବୀର କପୁର: ରଣବୀର କପୁର ମଧ୍ୟ କଲେଜ ଦିନରୁ ସ୍ମୋକିଂ କରୁଥିଲେ। ହେଲେ ମାଆଙ୍କ ଆକଟ୍ ପରେ ସେ ଏହାକୁ ଛାଡି ଦେଇଛନ୍ତି।
ବିବେକ ଓବରୟେ: ସିଗାରେଟ୍ ବିବେକଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲା। ସେ ଏତେ ମାତ୍ରାରେ ସ୍ମୋକିଂ କରୁଥିଲେ ଯେ, ତାଙ୍କୁ କ୍ୟାନସର ହୋଇଯାଇଥିଳା। ଭାଗ୍ୟ ଭଲ ଥିଲା ପ୍ରଥମ ଷ୍ଟେଜରୁ ହି ତାଙ୍କୁ ରୋଗ ଜଣାପଡି ଯାଇଥିଲା। ଏହାପରେ ସେ ସିଗାରେଟ୍ ଛାଡିଦେଇଥିଲେ। ଏବେ ସେ ୱାଲ୍ଡ ହେଲଥ୍ ଅରଗାନାଇଜେସନ୍ର ବ୍ରାଣ୍ଡ ଆମ୍ବାସାଡାର ଅଛନ୍ତି।