ବର ଓ କନ୍ୟାଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କ’ଣ ପାଇଁ ଅଧିକ ଜରୁରୀ?

ସାଧାରଣତଃ ବିବାହକୁ ନେଇ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଅନେକ ସ୍ୱପ୍ନ ରହିଥାଏ। ହେଲେ ଆଜିକାଲିର ଲାଇଫ୍‌ଷ୍ଟାଇଲ୍‌ ଯୋଗୁଁ ବିବାହ ବନ୍ଧନ ଅଧିକ ସମୟ ପର୍ଯ୍ୟନ୍ତ ଅତୁଟ ରହିପାରୁ ନଥିବା ଦେଖିବାକୁ ମିଳୁଛି। ତେବେ ପୂର୍ବରୁ ଆମ ପରିବାର ଲୋକେ ପୁଅ ଓ ଝିଅଙ୍କ ବିବାହ ସ୍ଥିର କରିବା ସମୟରେ କେତୋଟି ଦିଗ ଉପରେ ଗୁରୁତ୍ୱ ଦେଉଥିଲେ। ସେଥିମଧ୍ୟରୁ ଗୋଟିଏ ହେଉଛି ବର ଓ କନ୍ୟାଙ୍କ ବୟସ। ଏଥିପାଇଁ ପରିବାର ଲୋକେ ସବୁବେଳେ ପୁଅ ଠାରୁ ୫ରୁ […]

marriage

Rakesh Mallick
  • Published: Saturday, 14 July 2018
  • , Updated: 14 July 2018, 12:06 PM IST

ସାଧାରଣତଃ ବିବାହକୁ ନେଇ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଅନେକ ସ୍ୱପ୍ନ ରହିଥାଏ। ହେଲେ ଆଜିକାଲିର ଲାଇଫ୍‌ଷ୍ଟାଇଲ୍‌ ଯୋଗୁଁ ବିବାହ ବନ୍ଧନ ଅଧିକ ସମୟ ପର୍ଯ୍ୟନ୍ତ ଅତୁଟ ରହିପାରୁ ନଥିବା ଦେଖିବାକୁ ମିଳୁଛି। ତେବେ ପୂର୍ବରୁ ଆମ ପରିବାର ଲୋକେ ପୁଅ ଓ ଝିଅଙ୍କ ବିବାହ ସ୍ଥିର କରିବା ସମୟରେ କେତୋଟି ଦିଗ ଉପରେ ଗୁରୁତ୍ୱ ଦେଉଥିଲେ। ସେଥିମଧ୍ୟରୁ ଗୋଟିଏ ହେଉଛି ବର ଓ କନ୍ୟାଙ୍କ ବୟସ। ଏଥିପାଇଁ ପରିବାର ଲୋକେ ସବୁବେଳେ ପୁଅ ଠାରୁ ୫ରୁ ୬ ବର୍ଷ ସାନ ଝିଅ ସହ ବିବାହ ସ୍ଥିର କରିଥାଆନ୍ତି। ହେଲେ ଆପଣ ଜାଣିଛନ୍ତି ଏହାର ପଛରେ କ’ଣ ଯୁକ୍ତି ରହିଥାଏ?

୧- କୁହାଯାଏ, ପୁଅମାନଙ୍କ ତୁଳନାରେ ଝିଅମାନେ ଅଧିକ ମ୍ୟାଚ୍ୟୁର୍‌ ହୋଇଥାନ୍ତି। ଏପରି କ୍ଷେତ୍ରରେ ବର ଓ କନ୍ୟାଙ୍କ ବୟସ ସମାନ ହୋଇଥିଲେ ସେମାନଙ୍କ ଚିନ୍ତାଧାରା ମିଶିନଥାଏ। ଯାହାଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ।

୨- ସମୟ ସହ ମହିଳାଙ୍କ ଶରୀରରେ ହେଉଥିବା ହରମୋନ୍ ପରିବର୍ତ୍ତନ ଫଳରେ ପୁରୁଷଙ୍କ ଅନୁସାରେ ଖୁବ୍‌ଶୀଘ୍ର ବୟସ୍କ ଦେଖା ଯାଆନ୍ତି। ଫଳରେ ପୁରୁଷଙ୍କ ଠାରୁ ମହିଳାମାନେ ଅଧିକ ବଡ଼ ଦେଖା ଆଆନ୍ତି। ତେଣୁ ପରିବାର ଲୋକେ ଝିଅ ଠାରୁ ୫ରୁ ୬ ବର୍ଷ  ବଡ଼ ପୁଅ ସହ ବାହାଘର କରିଥାନ୍ତି।

୩-ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭାବୁକ ହୋଇଥାନ୍ତି। ତେଣୁ ବାପା-ମାଆ ଝିଅର ମନ କଥା ଜାଣିପାରୁଥିବା ପୁଅ ସହ ବିବାହ ଦେବାକୁ ଚେଷ୍ଟା କରନ୍ତି।

୪- ପୁଅ ଝିଅ ଠାରୁ ବୟସରେ ବଡ଼ ହେଲେ ଘରର ଛୋଟବଡ଼ କାମରେ ଝିଅ ସାହାଯ୍ୟ କରିଥାଏ। ଅନ୍ୟପକ୍ଷରେ ଯଦି ପୁଅ ଓ ଝିଅର ବୟସ  ସମାନ ହୁଏ ସେମାନଙ୍କ ମଧ୍ୟରୁ ଛୋଟ ବଡ଼ କାମ କିଏ କରିବା ଉଚିତ୍‌, ତାକୁ ନେଇ ମନାନ୍ତର ସୃଷ୍ଟି ହୋଇଥାଏ। ଫଳରେ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଥାଏ।

Related story