ଡାଇବେଟିସ୍‌ ରୋଗୀ କ’ଣ ପାଇଁ ଭୋଗିଥାନ୍ତି ଅଣ୍ଟା ଓ ବେକ ଯନ୍ତ୍ରଣା ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଦେଖିଥିବେ ସାଧାରଣ ଲୋକ ନିଜର ଖରାପ ଜୀବନଶୈଳୀ ପାଇଁ ବେକ କିମ୍ୱା ଅଣ୍ଟା ଯନ୍ତ୍ରଣାର ଶିକାର ହୋଇଥିବା ବେଳେ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ଗମ୍ଭୀର ହୋଇପଡେ। ଏକ ଗବେଷଣାରୁ ଏହି କଥା ସ୍ପଷ୍ଟ ହୋଇଛି ଯେ, ଡାଇବେଟିସ୍ ରୋଗୀ ଅଧିକ ବେକ କିମ୍ୱା ଅଣ୍ଟା ଯନ୍ତ୍ରଣାର ଶିକାର ହୋଇଥାନ୍ତି। ସିଡ୍‌ନୀ ୟୁନିଭରସିଟିର ଗବେଷକ ମାନୁଏଲ୍‌ ଫେରେରିଆ ଡାଇବେଟିସ୍‌ ଓ ନେକ୍‌ ଓ ବ୍ୟାକ୍‌ ପେନ୍‌ ମଧ୍ୟରେ ଥିବା ସମ୍ପର୍କକୁ ଗବେଷଣା […]

neck

Puspanjali Panda
  • Published: Tuesday, 26 February 2019
  • , Updated: 26 February 2019, 07:42 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଦେଖିଥିବେ ସାଧାରଣ ଲୋକ ନିଜର ଖରାପ ଜୀବନଶୈଳୀ ପାଇଁ ବେକ କିମ୍ୱା ଅଣ୍ଟା ଯନ୍ତ୍ରଣାର ଶିକାର ହୋଇଥିବା ବେଳେ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ଗମ୍ଭୀର ହୋଇପଡେ। ଏକ ଗବେଷଣାରୁ ଏହି କଥା ସ୍ପଷ୍ଟ ହୋଇଛି ଯେ, ଡାଇବେଟିସ୍ ରୋଗୀ ଅଧିକ ବେକ କିମ୍ୱା ଅଣ୍ଟା ଯନ୍ତ୍ରଣାର ଶିକାର ହୋଇଥାନ୍ତି।

ସିଡ୍‌ନୀ ୟୁନିଭରସିଟିର ଗବେଷକ ମାନୁଏଲ୍‌ ଫେରେରିଆ ଡାଇବେଟିସ୍‌ ଓ ନେକ୍‌ ଓ ବ୍ୟାକ୍‌ ପେନ୍‌ ମଧ୍ୟରେ ଥିବା ସମ୍ପର୍କକୁ ଗବେଷଣା କରିଥିଲେ। ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ୩୫ ପ୍ରତିଶତ ବ୍ୟାକ୍‌ ପେନ୍‌ ଓ ୨୪ ପ୍ରତିଶତ ନେକ୍‌ ପେନ୍‌ ସମସ୍ୟା ଦେଖା ଯାଇଥାଏ।

ମାନୁଏଲ୍‌ ଫେରେରିଆଙ୍କ କହିବା ଅନୁସାରେ, ଡାଇବେଟିସ୍‌, ଲୋ ବ୍ୟାକ୍‌ ପେନ୍‌ ଓ ନେକ୍‌ ପେନ୍‌ ପରସ୍ପର ସହିତ ଜଡ଼ିତ। ବିଶ୍ୱରେ ୩୮୨ ମିଲିୟନ୍‌ ଲୋକ ଟାଇପ୍‌ ୨ ଡାଇବେଟିସ୍‌ରେ ପୀଡ଼ିତ। ଏହାର କାରଣ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ। ଖାଦ୍ୟପାନୀୟରେ ପରିବର୍ତ୍ତନ ଯୋଗୁ ବ୍ୟାକ୍‌ ଓ ନେକ୍‌ ପେନ୍‌ ପରି ସମସ୍ୟା ସୃଷ୍ଟି ହୋଇଥାଏ।

କେବଳ ଏତିକି ନୁହେଁ, ଟାଇପ୍‌୨ ଡାଇବେଟିସ୍‌ ଓ ବ୍ୟାକ୍‌ ପେନ୍‌ର ଅନ୍ୟ ଏକ କାରଣ ହେଉଛି ମୋଟାପଣ ଓ ଶାରୀରିକ ବ୍ୟାୟାମର ଅଭାବ। ଏହି କଥାକୁ ମାନୁଏଲ୍‌ ଫେରେରିଆ ତାଙ୍କ ଗବେଷଣାରେ ସ୍ପଷ୍ଟ କରିଛନ୍ତି।

ମାନୁଏଲ୍‌ ଫେରେରିଆ ଆହୁରି ମଧ୍ୟ କହିଛନ୍ତି ଯେ, ଓଜନ ନିୟନ୍ତ୍ରଣ ଓ ଶାରୀରିକ ବ୍ୟାୟାମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଗବେଷଣାରେ ଏହା ମଧ୍ୟ ପ୍ରମାଣିତ ହୋଇଥିଲା ଯେ, ଅଧିକ ମାତ୍ରାରେ ଡ୍ରଗସ୍‌ ବା ଔଷଧ ଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜ୍‌ର ସ୍ତର ପ୍ରଭାବିତ ହୋଇଥାଏ। ଏହା ଯୋଗୁ ଡାଇବେଟିସ୍‌ ରୋଗୀଙ୍କର ବ୍ୟାକ୍‌ ଓ ନେକ୍‌ ପେନ୍‌ ସମସ୍ୟା ହୋଇଥାଏ।

ମାନୁଏଲ୍‌ ଫେରେରିଆଙ୍କ ଗବେଷଣାର ତଥ୍ୟ PLOS ONE ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି।

 

Related story