ସୋସିଆଲ ମିଡିଆରେ ପ୍ରତାରଣା: ପୁରୁଷ ନା ମହିଳା, କିଏ ହୋଇଥାଏ ଅଧିକ ଦୁଃଖୀ ?

ଆଜିକାଲି ସୋସିଆଲ ମିଡିଆର କ୍ରେଜ୍‌ ଖୁବ ରହିଛି। ପିଲାଠାରୁ ବୟସ୍କ ପ୍ରାୟ ସମସ୍ତେ ଏଥିରେ ସାମିଲ ହେଉଛନ୍ତି। ବନ୍ଧୁ ପରିଜନଙ୍କ ସହ ଭାବର ଆଦାନ ପ୍ରଦାନ ପାଇଁ ଏହା ଏକ ଭଲ ମାଧ୍ୟମ ପାଲଟିଛି। ହେଲେ ଏହି ସୋସିଆଲ ମିଡିଆ ଜରିଆରେ ବେଳେ ବେଳେ ଏପରି କିଛି ଘଟି ଯାଇଥାଏ ଯାହା ଘଟିବା କଥା ନୁହେଁ । ଖାସ୍‌ କରି ସୋସିଆଲ ମିଡିଆରେ ପ୍ରତାରଣା ପାଇବା ଯନ୍ତ୍ରଣା ଦାୟକ ହୋଇଥାଏ। ଏହା ଉଭୟ ପୁରୁଷ ଓ ମହିଳାମାନଙ୍କ […]

divorce-couple

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 10:44 AM IST

ଆଜିକାଲି ସୋସିଆଲ ମିଡିଆର କ୍ରେଜ୍‌ ଖୁବ ରହିଛି। ପିଲାଠାରୁ ବୟସ୍କ ପ୍ରାୟ ସମସ୍ତେ ଏଥିରେ ସାମିଲ ହେଉଛନ୍ତି। ବନ୍ଧୁ ପରିଜନଙ୍କ ସହ ଭାବର ଆଦାନ ପ୍ରଦାନ ପାଇଁ ଏହା ଏକ ଭଲ ମାଧ୍ୟମ ପାଲଟିଛି। ହେଲେ ଏହି ସୋସିଆଲ ମିଡିଆ ଜରିଆରେ ବେଳେ ବେଳେ ଏପରି କିଛି ଘଟି ଯାଇଥାଏ ଯାହା ଘଟିବା କଥା ନୁହେଁ । ଖାସ୍‌ କରି ସୋସିଆଲ ମିଡିଆରେ ପ୍ରତାରଣା ପାଇବା ଯନ୍ତ୍ରଣା ଦାୟକ ହୋଇଥାଏ। ଏହା ଉଭୟ ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ ଘଟିଥାଏ। ତେବେ ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ଏପରି ପ୍ରତାରଣାରେ କିଏ ଅଧିକ ଦୁଃଖି ହୋଇଥାନ୍ତି।

ଏକ ସର୍ଭେରୁ ଜଣାପଡିଛି ପୁରୁଷଙ୍କ ତୁଳନାରେ ମହିଳାମାନେ ସୋସିଆଲ ମିଡିଆ ପ୍ରତାରଣାରେ ଅଧିକ ଦୁଃଖି ହୋଇଥାନ୍ତି।

ଯେତେବେଳେ କୌଣସି ମହିଳା ପ୍ରତାରଣା ସମ୍ପର୍କରେ ଅନ୍ୟଠାରୁ ଶୁଣିଥାଏ ସେ ଅଧିକ ଭାଙ୍ଗି ପଡ଼ିଥାଏ। ହେଲେ ପୁରୁଷଙ୍କ କ୍ଷେତ୍ରରେ ଏହାର ଓଲଟା ଦେଖିବାକୁ ମିଳିଥାଏ। ପୁରୁଷମାନେ ଅନ୍ୟଠାରୁ ପ୍ରତାରଣା ସମ୍ପର୍କରେ ଶୁଣି ଯେତିକି ଦୁଃଖି ହୋଇ ନଥାନ୍ତି ନିଜ ସାଥୀଠାରୁ ଶୁଣି ଅଧିକ ହୋଇଥାନ୍ତି।

Related story