୨୩ ଜୁଲାଇ, ରବିବାର: କେମିତି କଟିବ ଆଜିର ଦିନ

ମେଷ- ମନ ଅଶାନ୍ତ ରହିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ। ବୃଷ- ଆର୍ଥିକ ଲାଭ ହେବ। ପରିବାରରେ ଦେଖାଯାଇଥିବା ବିବାଦର ସମାଧାନ ହେବ। ବିନା କାରଣରେ ଚିନ୍ତା କରନ୍ତୁ ନାହିଁ। ମିଥୁନ- ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ଯେକୌଣସି କାମକୁ ଗମ୍ଭୀରତାର ସହ ସଂପନ୍ନ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତିଧ୍ୟାନ ରଖନ୍ତୁ। କର୍କଟ- କାର୍ଯ୍ୟବ୍ୟସ୍ତ ରହିବେ। କ୍ୟାରିୟରରେ ସଫଳତା ମିଳିବ। ଛୋଟ ଛୋଟ ଭୁଲ୍ ଯେମିତି ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ସିଂହ- […]

zodaic

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 07:29 AM IST

ମେଷ- ମନ ଅଶାନ୍ତ ରହିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ।

ବୃଷ- ଆର୍ଥିକ ଲାଭ ହେବ। ପରିବାରରେ ଦେଖାଯାଇଥିବା ବିବାଦର ସମାଧାନ ହେବ। ବିନା କାରଣରେ ଚିନ୍ତା କରନ୍ତୁ ନାହିଁ।

ମିଥୁନ- ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ଯେକୌଣସି କାମକୁ ଗମ୍ଭୀରତାର ସହ ସଂପନ୍ନ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତିଧ୍ୟାନ ରଖନ୍ତୁ।

କର୍କଟ- କାର୍ଯ୍ୟବ୍ୟସ୍ତ ରହିବେ। କ୍ୟାରିୟରରେ ସଫଳତା ମିଳିବ। ଛୋଟ ଛୋଟ ଭୁଲ୍ ଯେମିତି ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।

ସିଂହ- ଜୀବନରେ ବଡ଼ ମୌକା ମିଳିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଯେକୌଣସି ନିଷ୍ପତ୍ତି ନେବା ବେଳେ ବୁଝିବିଚାରି ନିଅନ୍ତୁ।

କନ୍ୟା- ପ୍ରେମ ସଂପର୍କ ଆରମ୍ଭ ହୋଇପାରେ। ଅନ୍ୟମାନଙ୍କ କଥା ଶୁଣନ୍ତୁ ନାହିଁ। ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ।

ତୁଳା- ଆତ୍ମବିଶ୍ୱାସ ବଢ଼ିବ। ଅଟକି ଯାଇଥିବା କାମ ସଂପୂର୍ଣ୍ଣ ହେବ। ପାରିବାରିକ ଜୀବନରେ ଶାନ୍ତି ଫେରିବ।

ବିଛା- ନୂଆ କାମ ମିଳିପାରେ। ଯୋଜନାଗୁଡ଼ିକରେ ସଫଳତା ମିଳିବ। ଗର୍ବ କରନ୍ତୁ ନାହିଁ।

ଧନୁ- ଜୀବନରେ ବଡ଼ ପରିବର୍ତ୍ତନ  ହୋଇପାରେ। ପାରିବାରିକ ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ।

ମକର- ଚିନ୍ତା ଦୂର ହେବ। ବିଗିଡ଼ି ଯାଇଥିବା କାର୍ଯ୍ୟ ସଫଳତାର ସହ ସମାପନ ହେବ। ଅନ୍ୟମାନଙ୍କର ସାହାଯ୍ୟ ସହଯୋଗ ନେବାରେ ସଙ୍କୋଚ କରନ୍ତୁ ନାହିଁ।

କୁମ୍ଭ- ଲୋକଙ୍କ ଆଶା ବଢ଼ିବ। ସଂପର୍କରେ ସମସ୍ୟା ଦେଖାଯିବ। ଅଳସୁଆ ହୁଅନ୍ତୁ ନାହିଁ।

ମୀନ- ଚାଲି ରହିଥିବା ବିବାଦର ଅନ୍ତ ହେବ। ଦାୟିତ୍ୱ ବଢ଼ିବ। ବନ୍ଧୁମାନଙ୍କ ସହ ମତାନ୍ତର ହୋଇପାରେ।

Related story