ରାଶି କହିବ ଆପଣ ବୁଦ୍ଧିଆ କି ନିର୍ବୁଦ୍ଧିଆ

ଭଗବାନଙ୍କ ସୃଷ୍ଟିରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଭାବେ ମଣିଷକୁ ବିବେଚନା କରାଯାଏ। ତେବେ ମଣିଷ ନିଜର ବୁଦ୍ଧିକୁ ନେଇ ଅଜ୍ଞ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ରାଶି ହିଁ କହିଦେବ ଆପଣ କେତେ ବୁଦ୍ଧିମାନ। ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କେତେ ବୁଦ୍ଧିଆ। ବିଛା: ଜ୍ୟୋତିଷ ବିଦ୍ୟା ଅନୁଯାୟୀ ବିଛା ରାଶିର ବ୍ୟକ୍ତି ମାନେ ଅଧିକ ଆକର୍ଷକ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କ ମନ ସର୍ବଦା କାମନା ଓ ବାସନାରେ ବୁଡି ରହିଥାଏ। […]

zodaic

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 11:08 AM IST

ଭଗବାନଙ୍କ ସୃଷ୍ଟିରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଭାବେ ମଣିଷକୁ ବିବେଚନା କରାଯାଏ। ତେବେ ମଣିଷ ନିଜର ବୁଦ୍ଧିକୁ ନେଇ ଅଜ୍ଞ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ରାଶି ହିଁ କହିଦେବ ଆପଣ କେତେ ବୁଦ୍ଧିମାନ। ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କେତେ ବୁଦ୍ଧିଆ।

ବିଛା: ଜ୍ୟୋତିଷ ବିଦ୍ୟା ଅନୁଯାୟୀ ବିଛା ରାଶିର ବ୍ୟକ୍ତି ମାନେ ଅଧିକ ଆକର୍ଷକ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କ ମନ ସର୍ବଦା କାମନା ଓ ବାସନାରେ ବୁଡି ରହିଥାଏ। କିନ୍ତୁ ଜ୍ଞାନ ଓ ବୁଦ୍ଧି କ୍ଷେତ୍ରରେ ଏହି ରାଶିର ବ୍ୟକ୍ତିଙ୍କୁ ଅନ୍ୟ ରାଶି ଗୁରୁ ବୋଲି ମାନିଥାନ୍ତି। ବିଛା ରାଶିର ବ୍ୟକ୍ତି ମାନେ ବହୁତ ଚାଲାକ୍‌। ଏହି ରାଶିର ବ୍ୟକ୍ତିଙ୍କୁ ବୋକା ବନେଇବା ଏତେ ସହଜ ନୁହେଁ।

ମେଷ: ମେଷ ରାଶିର ଲୋକଙ୍କର ସର୍ବଦା ଆଖି କାନ ଖୋଲା ରହିଥାଏ ଅର୍ଥାତ ଏମାନେ ସର୍ବଦା ସର୍ତକ ରହନ୍ତି।  ଏହି ରାଶିର ବ୍ୟକ୍ତି ସବୁବେଳେ କିଛି  ନୂଆ କରିବା ପାଇଁ ଚିନ୍ତା କରିଥାନ୍ତି। ଏମାନେ ସର୍ବଦା ସକାରାତ୍ମକ ମନୋଭାବ ସହ ଆଗକୁ ବଢ଼ନ୍ତି।

ସିଂହ: ଏହି ରାଶିର ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ପୂରା ସିଂହ ଭଳି। ହାର୍‌ ମାନିବା ଏମାନଙ୍କ ଜାତକରେ ନାହିଁ। କୌଣସି କାମରେ ଏମାନେ ସିଂହ ପରି ହଠାତ୍‌ ବୁଦ୍ଧି ପ୍ରୟୋଗ କରି ସଫଳତା ପାଇଥାନ୍ତି। ଏହି ରାଶିର ବ୍ୟକ୍ତି ପ୍ରଥମେ କୌଣସି କାମକୁ ସହଜରେ ବୁଝି ପାରନ୍ତି ନାହିଁ।

ଧନୁ: ବାଜ ପକ୍ଷୀର ନଜର ଭଳି ଧନୁ ରାଶି ବ୍ୟକ୍ତିଙ୍କର ବୁଦ୍ଧି । ଏମାନଙ୍କ ବୁଦ୍ଧିକୁ ତାରିଫ୍‌ କରିବା ପାଇଁ ଶବ୍ଦ ମଧ୍ୟ କମ୍‌ ପଡ଼ିଯିବ। ଏହି ରାଶିର ବ୍ୟକ୍ତିମାନେ ସକାରାତ୍ମକ ସ୍ୱଭାବ ସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଏମାନେ ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥାନ୍ତି।

ବୃଷ: ବୃଷ ରାଶିର ବ୍ୟକ୍ତି ମାନେ ଶାନ୍ତ ଓ ସରଳ ସ୍ୱଭାବର। ଏହି ରାଶିର ବ୍ୟକ୍ତିଙ୍କ ସହ କାମ କରିବା ପରେ ଏମାନଙ୍କ ବୁଦ୍ଧିମତା ଜଣା ପଡ଼ିଥାଏ।

କନ୍ୟା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କନ୍ୟା ରାଶିର ବ୍ୟକ୍ତିଙ୍କ ବଡ଼ି ଖାସିୟତ୍‌ ହେଉଛି ବୁଦ୍ଧି। କନ୍ୟା ରାଶିର ଲୋକମାନେ କୌଣସି କଥା ପ୍ରକାଶ କରିବା ଆଗରୁ ହଜାରେ ଥର ଭାବିଥାନ୍ତି। ସମୟ ସୁବିଧା ଦେଖି ନିଜ ବିଚାରକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଥାନ୍ତି।

ମକର: ମକର ରାଶିର ବ୍ୟକ୍ତିମାନେ ବହୁତ ପରିଶ୍ରମୀ । ଏମାନଙ୍କ ବୁଦ୍ଧି ମଧ୍ୟ ଅନ୍ୟରାଶି ଠାରୁ କମ୍‌ ନୁହେଁ। ଯେକୌଣସି କାମକୁ ଏମାନେ ବିନା କ୍ଷତିରେ ନିଜର ବୁଦ୍ଧିମତା ଦ୍ୱାରା ସମ୍ପନ୍ନ କରିଥାନ୍ତି।

ମିଥୁନ, ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ବୁଦ୍ଧି ଏକାପରି। ଏମାନଙ୍କ ମୁଣ୍ଡକୁ ସର୍ବଦା ନୂଆ ନୂଆ ଅଇଡିଆ ଆସିଥାଏ। ଏମାନେ ସର୍ବଦା ନିଜ ସ୍ତରରେ କିଛି ନୂଆ କରିବାକୁ ଭାବିଥାନ୍ତି। ଏହି ତିନି ରାଶିର ବ୍ୟକ୍ତିଙ୍କ ଚିନ୍ତା କରିବାର ଶୈଳୀ ଏକାପରି।

କର୍କଟ ଓ ମୀନ ରାଶିର ବ୍ୟକ୍ତି ଅତ୍ୟନ୍ତ ଭାବୁକ। ଯେତେବେଳେ ବୁଦ୍ଧିମତାର କଥା ଉଠିଥାଏ, ଏମାନେ ନିଜ ହିସାବରେ କାମ କରିଥାନ୍ତି। କୌଣସି ବି କାମକୁ ମନ ଧ୍ୟାନ ଦେଇ କରିଥାନ୍ତି ଯେପରି ସେହି କାମରେ ତାଙ୍କୁ ସଫଳତା ମିଳିବ।

Related story