Advertisment

ବଡ଼ଦିନ ଓ ନୂଆବର୍ଷରେ ଖୋଲା ରହିବ ନନ୍ଦନକାନନ: ଜାଣନ୍ତୁ, କେଉଁ ଦିନ ବନ୍ଦ

ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଉଭୟ ପ୍ରାଣୀ ଏବଂ ଉଦ୍ଭିଦ ଉଦ୍ୟାନକୁ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି।

author-image
Jitendra Garnayak
Nandankanan

Nandankanan

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବଡ଼ଦିନ ଓ ନୂଆବର୍ଷରେ ଖୋଲା ରହିବ ନନ୍ଦନକାନନ। ସାଧାରଣତଃ ସୋମବାର ଦିନ ନନ୍ଦନକାନନ ବନ୍ଦ ରହିଥାଏ। ଏଥର ଉଭୟ ବଡ଼ଦିନ (ଆସନ୍ତାକାଲି) ଓ ନୂଆ ବର୍ଷ (ଜାନୁଆରୀ ୧ ତାରିଖ) ସୋମବାରରେ ପଡୁଛି। ତେଣୁ ଏହି ଦିନ ଗୁଡ଼ିକରେ ନନ୍ଦନକାନନ ଖୋଲା ରହିବ କି ନାହିଁ ନେଇ ପର୍ଯ୍ୟଟକଙ୍କ ମନରେ ଯେଉଁ ଦ୍ୱନ୍ଦ୍ୱ ଥିଲା, ତାକୁ ଦୂର କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

Advertisment

ବଡ଼ଦିନ ଓ ନୂଆବର୍ଷ (ଜାନୁଆରୀ ୧ ତାରିଖ)ରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଉଭୟ ପ୍ରାଣୀ ଏବଂ ଉଦ୍ଭିଦ ଉଦ୍ୟାନକୁ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବଡ଼ଦିନ ପରଦିନ ଅର୍ଥାତ୍ ମଙ୍ଗଳବାର (ଡିସେମ୍ବର ୨୬) ନନ୍ଦନକାନନ ବନ୍ଦ ରହିବ। ସେହିପରି ନୂଆବର୍ଷ ପରଦିନ ଅର୍ଥାତ୍ ଜାନୁଆରୀ ୨ ତାରିଖ (ମଙ୍ଗଳବାର) ନନ୍ଦନକାନନ ବନ୍ଦ ରହିବ।

ଏବେ ନନ୍ଦନକାନନକୁ ୪ଟି ନୂଆ ଅତିଥି ଆସିଛନ୍ତି। ଦୁଇଟି ୱାଲାବି (ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ) ଓ ଦୁଇଟି ଲିଭିଂଷ୍ଟୋନ୍ ଟୁରାକୋ ଆସିଛନ୍ତି। ସେମାନଙ୍କୁ ହାଇଦ୍ରାବାଦରୁ ଅଣାଯାଇ କ୍ୱାରେଣ୍ଟାଇନରେ ରଖାଯାଇଛି। ଡିସେମ୍ବର ୨୮ ତାରିଖରେ ସେମାନଙ୍କୁ ନୂଆ ଖୁଆଡ଼ରେ ରଖାଯିବ। ଡିସେମ୍ବର ୨୯ ତାରିଖରେ ନନ୍ଦନକାନନର ପ୍ରତିଷ୍ଠା ଦିବସ ପଡୁଥିବା ବେଳେ ସେହି ଦିନଠାରୁ ଏହି ୪ ନୂଆ ଅତିଥିଙ୍କୁ ପର୍ଯ୍ୟଟକମାନେ ଦେଖି ପାରିବେ।

Advertisment
Nandankanan