Advertisment

ଅକ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ବସ୍‌ ଧର୍ମଘଟ

ବିଭିନ୍ନ ଦାବି ପୂରଣ ନେଇ ବସ୍‌ ଧର୍ମଘଟ ଡାକରା ଦେଇଥିଲା ବସ୍‌ ମାଲିକ ସଂଘ। ଆଜି ସିଏମ୍ଓ ଓ ବସ୍ ମାଲିକ ସଂଘ ବୈଠକ ବସିଥିଲା। ବୈଠକ ସଫଳ ହୋଇନଥିଲେ ମଧ୍ୟ ଆଲୋଚନା ସକାରାତ୍ମକ ହୋଇଥିବା ବସ୍‌ ସଂଘ ପକ୍ଷରୁ କୁହାଯାଇଥିଲା।

ଅଦ୍ୟତନ ହୋଇଛି
undefined

Bus Stand

Advertisment

ଆସନ୍ତା ୧୦ ତାରିଖରେ ଦିଆଯାଇଥିବା ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ସ୍ଥଗିତ ରହିଛି। ବସ୍‌ ଧର୍ମଘଟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ। 

Advertisment

ବିଭିନ୍ନ ଦାବି ପୂରଣ ନେଇ ବସ୍‌ ଧର୍ମଘଟ ଡାକରା ଦେଇଥିଲା ବସ୍‌ ମାଲିକ ସଂଘ। ଆଜି ସିଏମ୍ଓ ଓ ବସ୍ ମାଲିକ ସଂଘ ବୈଠକ ବସିଥିଲା। ବୈଠକ ସଫଳ ହୋଇନଥିଲେ ମଧ୍ୟ ଆଲୋଚନା ସକାରାତ୍ମକ ହୋଇଥିବା ବସ୍‌ ସଂଘ ପକ୍ଷରୁ କୁହାଯାଇଥିଲା। ଅପରାହ୍ନରେ ବସ୍‌ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ବସ୍‌ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ବସ୍‌ ମାଲିକ ସଂଘ।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬୦୦ ବସ୍‌ ଚଳାଇବେ। ୧୬୦୦ରୁ ୧୦୦୦ ପଞ୍ଚାୟତରୁ ବ୍ଲକ ଓ ୬୦୦ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଚାଲିବ ବସ୍‌। ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଚାଲିବାକୁ ଥିବା ବସ୍‌ରେ ଆମର ସମସ୍ୟା ନାହିଁ। ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଯିବାକୁ ଥିବା ବସ୍‌ ୩୧ ପର୍ଯ୍ୟନ୍ତ ଚାଲିବାର ନାହିଁ। ଏବେ ଜିଲ୍ଲା ମୁଖ୍ୟାଳୟ ବସ୍‌ ଚାଲିବାକୁ ନଥିବାରୁ ୩୧ ଯାଏଁ ଧର୍ମଘଟ ସ୍ଥଗିତ ରହିଲା ବୋଲି ଶ୍ରୀ ସାହୁ କହିଛନ୍ତି। 

Advertisment
Bhubaneswar Mo Bus Bus Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe