/odisha-reporter/media/post_attachments/uploadimage/library/16_9/16_9_0/Boudh_1708151248.jpg)
Boudh
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ଖୁସିରେ ନାଚିଥିଲେ ଡ୍ରାଇଭର୍। ଗତକାଲି ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଡ୍ରାଇଭର ସଂଗ୍ରଠନ ପକ୍ଷରୁ ବାଜା ବଜେଇ ନାଚି ଖୁସି ମନାଯାଇଥିବା ଦେଖିବାକୁ ମିଳିଥିଲା।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗତକାଲି ଗିରଫ କରିଥିଲା ଭିଜିଲାନ୍ସ। ଆୟ ତୁଳନାରେ ବସନ୍ତ ୪୪୫ ପ୍ରତିଶତ ସମ୍ପତ୍ତି ରଖିଥିବା ଭିଜିଲାନ୍ସକୁ ପ୍ରମାଣ ମିଳିଥିଲା। ଆରଟିଓ, ତାଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ମାମଲା ହୋଇଥିବା ବେଳେ, ଚଢ଼ାଉ ବେଳେ ୧୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ। ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନାଗହଣା, ଗାଡି ଆସବାବପତ୍ର ରହିଥିଲା । ଚଢ଼ଉ ବେଳେ କେବଳ ଭୁବନେଶ୍ୱରରୁ ୫ଟି ଦାମୀ ଫ୍ଲାଟ୍ ସାଙ୍ଗକୁ ଗୋଟିଏ ସପିଂ କମ୍ପ୍ଲେକ୍ସ ଠାବ ହୋଇଥିଲା।
ଜଣେ ଡ୍ରାଇଭର କହିଛନ୍ତି, ଆରଟିଓ ହୋଇ ଆସିବା ଦିନଠୁ ଶୋଷଣ କରୁଥିଲେ। ମୋ ଗାଡ଼ିର ପରମିଟ୍ ପାଇଁ ସେ ମୋ ପାଖରୁ ଟଙ୍କା ନେଇଥିଲେ। ମୋତେ ଅଫିସରେ ଟଙ୍କା ଦେବାକୁ ମନା କରିଥିଲେ। ମୁଁ ତାଙ୍କୁ ଗାଡ଼ି ଭିତରେ ୨୦ ହଜାର ଟଙ୍କା ଦେଇଥିଲି। ହେଲେ ଏପର୍ଯ୍ୟନ୍ତ ମୋ ଗାଡ଼ିର ପରମିଟ୍ ହୋଇପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
