Advertisment

ପରିବହନ କମିଶନର କହିଲେ- ଓଡ଼ିଶାରେ ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ; କିନ୍ତୁ ତା’ପରେ ଦେଖାଦେଲା ଟ୍ୱିଷ୍ଟ

ଆଜି ପରିବହନ କମିଶନର ଅମିତାଭ ଠାକୁର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଶ୍‌ ଫଳପ୍ରଦ ହେବା ସହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ପରିବହନ କମିଶନର ସୂଚନା ଦେଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Strike

Strike

ଓଡ଼ିଶାରେ ସ୍ଥଗିତ ହେଲା ଡ୍ରାଇଭର ସଂଘ ଆନ୍ଦୋଳନ। ଖୋଦ୍‌ ପରିବହନ କମିଶନର ଅମିତାଭ ଠାକୁର ଆଜି ଏହି ସୂଚନା ଦେବା ପରେ ଦେଖା ଦେଇଛି ଟ୍ୱିଷ୍ଟ୍। ଡ୍ରାଇଭର ସଂଘ କହିଛି ଆନ୍ଦୋଳନ ସ୍ଥଗିତ ହୋଇନି। ଏହାର ବଳବତ୍ତର ରହିଛି। ଆସନ୍ତାକାଲିର କାର୍ଯ୍ୟପନ୍ଥା ନେଇ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ହେବ ବୋଲି ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। 

Advertisment

ଗତ ୩ ଦିନ ଧରି ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟରେ ପରିସ୍ଥିତି ଅସମ୍ଭାଳ ହେଲାଣି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ସଙ୍କଟ ଦେଖା ଦେଇପାରେ। ଏପରି ସ୍ଥିତିରେ ଆଜି ପରିବହନ କମିଶନର ଅମିତାଭ ଠାକୁର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ବେଶ୍‌ ଫଳପ୍ରଦ ହେବା ସହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ପରିବହନ କମିଶନର ବୈଠକ ପରେ ସୂଚନା ଦେଇଥିଲେ। 

ଗଣମାଧ୍ୟମକୁ ସାକ୍ଷାତକାରରେ ସେ କହିଥିଲେ, ଡ୍ରାଇଭର ମହାସଂଘ କର୍ମକର୍ତ୍ତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ତାହା ଫଳପ୍ରଦ ହୋଇଛି। ୩ ବର୍ଷ ହେଲା ସେମାନେ କରି ଆସୁଥିବା ଦାବି ପୂରଣ କରାଯାଇଛି। ଫଳରେ ଆମ ଅନୁରୋଧ ରକ୍ଷା କରି ସେମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି।

Advertisment

ପରିବହନ କମିଶନରଙ୍କ ଏହି ପ୍ରତିକ୍ରିୟା ପରେ ଓଡ଼ିଶା ଡ୍ରାଇଭର ଆସୋସିଏସନର କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା କହିଥିଲେ, ଆମେ ୨ଟି ଦାବି ନେଇ ଆଲୋଚନା କରିଥିଲୁ। କେନ୍ଦ୍ର ସରକାରଙ୍କ ଆଇନକୁ ନେଇ ଆମେ ଅସନ୍ତୋଷ ଜାହିର କରିଥିଲୁ। ଓଡ଼ିଶା ସରକାରଙ୍କ ଘୋଷଣାକୁ ନେଇ ଆମେ ଖୁସି ଅଛୁ। କିନ୍ତୁ ଶେଷ ନିଷ୍ପତ୍ତି ଆମ ସଙ୍ଗଠନ ସଭାପତି ଜଣାଇବେ। ବର୍ତ୍ତମାନ ଆନ୍ଦୋଳନ ଜାରି ରହିଛି। ଆମ ସଭାପତି ରେଢାଖୋଲରୁ ଆଜି ହିଁ ସଂଘର ନିଷ୍ପତ୍ତି ଜଣାଇବେ।

ସେହିଭଳି କଟକ ଗୋପାଳପୁରରେ ଆନ୍ଦୋଳନରେ ସାମିଲ ଜଣେ ଡ୍ରାଇଭର କହିଥିଲେ, ଆନ୍ଦୋଳନ ସ୍ଥଗିତ କଥା ଆମେ ଜାଣିନୁ । କାହା ସହ କମିଶନର ଆଲୋଚନା କରି ସ୍ଥଗିତ ରଖିଲେ ଜାଣିନୁ । ଆମ ରାଜ୍ୟ ସଭାପତି ଏ ସମ୍ପର୍କରେ ଆମକୁ କିଛି କହିନାହାନ୍ତି । ସଭାପତି ନକହିବା ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଚାଲୁ ରହିବ।

ଏହାର କିଛି ସମୟ ପରେ ଆସିଥିଲା ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା। ସେ କହିଥିଲେ, ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହୋଇନି। ଏ ପର୍ଯ୍ୟନ୍ତ ସ୍ଥଗିତ ନିଷ୍ପତ୍ତି ନେଇନୁ। ସରକାରଙ୍କ ସହ କିଛି ଆଲୋଚନା ହୋଇଛି। ଆଉ କିଛି ବାକି ଅଛି। ଆମର ୧୦ ଦଫା ଦାବି ଥିଲା। ସରକାର ସେଥିରୁ ଗୋଟିଏ ମାନିଥିଲେ। ଗୋଟିଏ ମାନି ଘୋଷଣା କରିଥିଲେ। କିନ୍ତୁ କିଛି କାର୍ଯ୍ୟକାରୀ କଲେନି। ଆମେ ବହୁତ ପ୍ରତାରଣାର ଶିକାର ହୋଇଛୁ।କାଲିର କାର୍ଯ୍ୟପନ୍ଥା କଣ ହେବ, ଆଜି ସଂଧ୍ୟାରେ ନିଷ୍ପତ୍ତି ନେବୁ।

Strike Drivers Strike