Advertisment

୧୧ଟାରୁ ୩ଟା ଶ୍ରମିକଙ୍କୁ କାମ କରାଇବା ମନା, ନିର୍ଦ୍ଦେଶର ଅବମାନନା ହେଲେ...

୧୭ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନର ଦିନର ସର୍ବୋଚ୍ଚ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ।

author-image
Jitendra Garnayak
Labourers

Labourers

ପ୍ରବଳ ଖରା ଅର୍ଥାତ୍ ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଶ୍ରମିକଙ୍କୁ କାମ କରାଇବା ମନା। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆଜି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି।

Advertisment

ଏହି ଚିଠିରେ ଏସ୍‌ଆର୍‌ସି ଲେଖିଛନ୍ତି ଯେ ପୂର୍ବରୁ ବାରଣ କରାଯାଇଥିବା ସତ୍ତ୍ୱେ କିଛି ଜିଲ୍ଲାରେ ପ୍ରବଳ ଖରା ସମୟରେ ଶ୍ରମିକମାନେ କାମ କରୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଗ୍ରୀଷ୍ମ ଋତୁରେ ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କାମ କରିବା ମନା। ଏହାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ଯଦି ଏହି ନିର୍ଦ୍ଦେଶର ଅବମାନନା ହୁଏ, ତା’ହେଲେ ସଂପୃକ୍ତ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ଓ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ରେ ଥିବା ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ଏଥିରେ ଏସ୍‌ଆର୍‌ସି ଆହୁରି ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ୫ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଲାଗି ରହିବ। ଏହି ସମୟରେ ବାହାରେ କୌଣସି କାର୍ଯ୍ୟ କଲେ ଖରା ସହି ହେବ ନାହିଁ।

Advertisment

ସୂଚନାଯୋଗ୍ୟ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୭ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନର ଦିନର ସର୍ବୋଚ୍ଚ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ। ୧୮ ତାରିଖରେ ବଲାଙ୍ଗିର ଓ ଟିଟିଲାଗଡ଼ରେ ତାପମାତ୍ରାରେ ୪୫ ଡିଗ୍ରୀ ଛୁଇଁପାରେ। ୧୯ରେ ମଧ୍ୟରେ ଏହି ଦୁଇ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ।  

Heat Wave Heat Wave In Odisha