Advertisment

ପ୍ରତୀକ୍ଷାର ଅନ୍ତ, ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ

ଯାଞ୍ଚ ପାଇଁ ଆଜି ଏଏସ୍‌ଆଇର ଏକ ସ୍ୱତନ୍ତ୍ର ବୈଷ୍ୟୟିକ ଟିମ୍‌ ଅନୁସନ୍ଧାନ ଆରମ୍ଭ କରିଛି। ସ୍ୱତନ୍ତ୍ର ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପନ୍ନ 3D ରୋଟେଟିଂ ଲେଜର ସ୍କାନିଂ ଦ୍ୱାରା ରତ୍ନ ଭଣ୍ଡାର ବାହାର ପାର୍ଶ୍ଵରୁ ଆରମ୍ଭ ହୋଇଛି।

undefined

Puri Temple

Advertisment

ପ୍ରତୀକ୍ଷାର ଅନ୍ତ ଘଟିଲା। ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ। ଶ୍ରୀମନ୍ଦିର ପାଟଅଗଣାରେ ଥିବା ସୂର୍ଯ୍ୟମନ୍ଦିର ସମ୍ମୁଖରେ ରହିଛି ରତ୍ନ ଭଣ୍ଡାର। ଯାହାକୁ ଅମୁହାଁ ମନ୍ଦିର ବୋଲି କୁହାଯାଇଥାଏ। ସେହି ମନ୍ଦିରର ଚୂଡା ନାହିଁ। ଆଜି ଏଏସ୍‌ଆଇ ପକ୍ଷରୁ ପ୍ରଥମେ ନାଭିକଟା ମଣ୍ଡପ ସମ୍ମୁଖରୁ ପର୍ଯ୍ୟାୟ କ୍ରମେ ଲେଜର ସ୍କାନିଂ କରାଯାଇଥିଲା। ବାହାର ପାର୍ଶ୍ଵରୁ ଏହି ସ୍କାନିଂ କରାଯାଉଛି।

Advertisment

ଯାଞ୍ଚ ପାଇଁ ଆଜି ଏଏସ୍‌ଆଇର ଏକ ସ୍ୱତନ୍ତ୍ର ବୈଷ୍ୟୟିକ ଟିମ୍‌ ଅନୁସନ୍ଧାନ ଆରମ୍ଭ କରିଛି। ସ୍ୱତନ୍ତ୍ର ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପନ୍ନ 3D ରୋଟେଟିଂ ଲେଜର ସ୍କାନିଂ ଦ୍ୱାରା ରତ୍ନ ଭଣ୍ଡାର ବାହାର ପାର୍ଶ୍ଵରୁ ଆରମ୍ଭ ହୋଇଛି। ମୁମ୍ବାଇର ୩ ଜଣ ଇଞ୍ଜିନିଅରଙ୍କ ସମେତ ୧୫ ଜଣିଆ ଟିମ୍‌ ଏହି ଯାଞ୍ଚରେ ସାମିଲ ରହିଅଛି। 3D କ୍ୟାମେରା ବ୍ୟବହାର କରି ଉନ୍ନତ ବୈଷ୍ୟୟିକ ଜ୍ଞାନ କୌଶଳରେ ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ଏଏସ୍‌ଆଇ ସବିଶେଷ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବ ବୋଲି ଜଣାପଡିଛି।

ସ୍କାନିଂ ରିପୋର୍ଟ ସମ୍ପର୍କରେ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ତେବେ ନାଭି କଟା ମଣ୍ଡପ ନିକଟରେ ଆଜି ବାହାର ରତ୍ନ ଭଣ୍ଡାର ଯାଞ୍ଚ କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାଞ୍ଚ ନେଇ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି।

Advertisment

ସେପଟେ ଶ୍ରୀମନ୍ଦିର ଭଗ୍ନ ହୋଇଥିବା କଳାକୃତିକୁ ସଂରକ୍ଷଣ କରାଯାଇ ନୂତନ ପରିପାଟିରେ ପୂର୍ଣ୍ଣତା ଦିଆଯିବ। ଯେପରି କଳାର ପୁନଃ ପରିପୂର୍ଣ୍ଣତା ଆସିବ। ଐତିହ୍ୟର ସଂରକ୍ଷଣ ପାଇଁ ଏଏସଆଇ ତା’ର ନୂତନ ଆଇନର ଆଧାର ଅନୁସାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ୨୦୧୪ ମସିହାରେ ଏଏସ୍‌ଆଇ ଆଇନରେ ସଂଶୋଧନ କରି ନୂତନ ଆଇନ୍‌ ଲାଗୁ କରାଯାଇଛି। ଯାହାଫଳରେ ଐତିହ୍ୟର ମୁଖ୍ୟ କଳାକୃତିକୁ ଢାଞ୍ଚାରେ ପରିପୂର୍ଣ୍ଣତା ଆସିବ। ଯେଉଁ ମୂର୍ତ୍ତିର ଗୋଡର ବା ନାକରେ ବା ଶରୀରରେ କ୍ଷତ ସୃଷ୍ଟି ହୋଇଛି, ସେହି ସ୍ଥାନରେ ମରାମତି କରାଯିବ। ଯେଉଁ ଭଳି ସ୍ଥିତିରେ ରହିଛି, ସେହି ଭଳି ଭାବରେ ନିର୍ମାଣ ଓ ମରାମତି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ପୂର୍ବରୁ ଓଡ଼ିଶାର କୋଣାର୍କ, ରତ୍ନଗିରୀ ଓ ଦିଲ୍ଲୀର କୁତବମୀନାରରେ ଏ ଭଳି ଭାବରେ ମରାମତି କରି ସଫଳତା ପାଇସାରିଛି ଏଏସଆଇ।

Sri Jagannath Lord Jagannath Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe