Advertisment

ରାଜ୍ୟର NCC କ୍ୟାଡେଟ୍ ହେବେ ‘ରକ୍ଷକ ଜୁନିଅର୍’

ନିଷ୍ପତ୍ତି ଅନୁସାରେ, ଖୁବ୍‌ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ‘ରକ୍ଷକ ଜୁନିଅର’ କାର୍ଯ୍ୟକ୍ରମ। ପ୍ରାୟ ୬୫ ହଜାର NCC କ୍ୟାଡେଟଙ୍କୁ ଏଥିରେ ସଡ଼କ ସୁରକ୍ଷା ଏବଂ ଏହାର ଏକାଧିକ ମାନଦଣ୍ଡ ସମ୍ପର୍କରେ ତାଲିମ ଦିଆଯିବ।

NCC

NCC

Advertisment

ରୋଡ୍‌ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍। ନେବେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା ଓ ସାଜିବେ ଦୁର୍ଘଟଣା ପରର ପ୍ରଥମ ସେବାକାରୀ। ରାଜ୍ୟରେ ବଢ଼ି ଚାଲିଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ଏମିତି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ।

Advertisment

ନିଷ୍ପତ୍ତି ଅନୁସାରେ, ଖୁବ୍‌ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ‘ରକ୍ଷକ ଜୁନିଅର’ କାର୍ଯ୍ୟକ୍ରମ। ପ୍ରାୟ ୬୫ ହଜାର NCC କ୍ୟାଡେଟଙ୍କୁ ଏଥିରେ ସଡ଼କ ସୁରକ୍ଷା ଏବଂ ଏହାର ଏକାଧିକ ମାନଦଣ୍ଡ ସମ୍ପର୍କରେ ତାଲିମ ଦିଆଯିବ। ଏପରିକି NCC କ୍ୟାଡେଟଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ଭଲ୍ୟୁଣ୍ଟିୟର(STV) ଭାବେ ମଧ୍ୟ ନିୟୋଜିତ କରାଯିବ। ଏହାବାଦ ରାଜ୍ୟର ବଛାବଛା ଶିକ୍ଷାନୁଷ୍ଠାନରେ ଗଠନ କରାଯିବ ରୋଡ୍‌ ସେଫ୍‌ଟି କ୍ଲବ। କ୍ଲବର ସଦସ୍ୟମାନେ ସଡ଼କ ଦୁର୍ଘଟଣା ବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ଆବଶ୍ୟକ ସେବା ଯୋଗାଇବେ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଟିଏ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ।

କେବଳ ସେତିକି ନୁହେଁ, ବାହକ କାର୍ଯ୍ୟକ୍ରମ ଜରିଆରେ ପରିବହନ ବିଭାଗ ରାଜ୍ୟର ୫୦ ହଜାର ଭାରିଯାନ ଚାଳକଙ୍କୁ ରିଫ୍ରେସର ପ୍ରଶିକ୍ଷଣ ଦେବାକୁ ଯୋଜନା କରିଛି। ଆଗାମୀ ବର୍ଷକ ମଧ୍ୟରେ ଦିଆଯିବାକୁ ଥିବା ଏ ପ୍ରଶିକ୍ଷଣ ଲାଗି ୨୧ କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ କରିଛି ପରିବହନ ବିଭାଗ। ତେବେ ବିଶେଷଜ୍ଞଙ୍କ ଅଭିଯୋଗ, ସଡ଼କ ସୁରକ୍ଷା ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଫଳ ଶୂନ। ପରିବହନ ବିଭାଗ ବିଭିନ୍ନ ସମୟରେ ନୂଆ ନୂଆ ସର୍କୁଲାର ଜାରି କରୁଛି। ହେଲେ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନି।

Advertisment

ଏବେ ଅପେକ୍ଷା ରାଜ୍ୟ ସରକାରଙ୍କ ରକ୍ଷକ ଜୁନିଅର କାର୍ଯ୍ୟକ୍ରମ କାର୍ଯ୍ୟକାରୀକୁ। ଏହା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବାରେ କେତେଦୂର ସଫଳ ହେଉଛି? ତା’ ଉପରେ ସମସ୍ତଙ୍କ ନଜର ରହିଛି।

Roadaccident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe