କରାଚୀ: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପାକିସ୍ତାନର ସିନ୍ଧ ପ୍ରଦେଶର ବିଭିନ୍ନ ଜିଲ୍ଲାରେ କିଛିଦିନ ମଧ୍ୟରେ ୪୦୦ଜଣଙ୍କ ମୃତ୍ୟୁ ଘଟିଲାଣି । ମୃତକଙ୍କ ମଧ୍ୟରେ ଅଧିକ ଛୋଟ ପିଲା ଓ ମହିଳା ଅଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ରାମଦାନ ଉପବାସ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡୁଥିବା ଜଣାପଡିଛି । ଏହାସହ ବହୁ ଲୋକ ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସେହିପରି ସିନ୍ଧ ପ୍ରଦେଶର ୩ଟି ରାଜ୍ୟରେ ସୋମବାର ପର୍ଯ୍ୟନ୍ତ ୩୪୧ ଜଣଙ୍କ ମୃତ୍ୟୁ ଘଟିଥିବା ଡାକ୍ତରୀ ସୂତ୍ରରୁ ଜଣାପଡିଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ହୃଦଘାତ ଓ ରକ୍ତଚାପରେ ଆକ୍ରାନ୍ତ ହୋଇଥିଲେ । ମେଡିକାଲର ମୁଖ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ସୋମବାର ସନ୍ଧ୍ୟା ସୁଦ୍ଧା ୨୦୦ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୩୦୦୦ ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।