ପ୍ରତିଦିନ ଜବତ ହେଉଛି ଶହେ କୋଟି ଟଙ୍କା, ଆସୁଛି କୋଉଠୁ, ଦଉଛି କିଏ?

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଉ ଏହି ସମୟରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜବତ କରିଥିବା ବେଆଇନ ସାମଗ୍ରୀର ପରିମାଣ ୨୫୦୦ କୋଟି ଟଙ୍କା ଟପି ସାରିଲାଣି। ଏହା ୨୦୧୪ ବେଳେ ଜବତ ହୋଇଥିବା ଟଙ୍କାର ୨ ଗୁଣରୁ ଅଧିକ ହୋଇସାରିଲାଣି। କେବଳ ନଗଦ ଟଙ୍କାକୁ ହିସାବ କଲେ ପ୍ରତିଦିନ ହାରାହାରି ୧୦୦ କୋଟି ଟଙ୍କା ଜବତ ହେଉଛି। ଏପରିକି ଅପରାଧୀମାନେ ଆମ୍ବୁଲାନ୍ସ ଏବଂ ଅନ୍ୟ ଗାଡ଼ିରେ ଟଙ୍କା ଓ […]

cash

cash

Subrat Kumar Nayak
  • Published: Monday, 15 April 2019
  • Updated: 15 April 2019, 09:23 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଉ ଏହି ସମୟରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜବତ କରିଥିବା ବେଆଇନ ସାମଗ୍ରୀର ପରିମାଣ ୨୫୦୦ କୋଟି ଟଙ୍କା ଟପି ସାରିଲାଣି। ଏହା ୨୦୧୪ ବେଳେ ଜବତ ହୋଇଥିବା ଟଙ୍କାର ୨ ଗୁଣରୁ ଅଧିକ ହୋଇସାରିଲାଣି। କେବଳ ନଗଦ ଟଙ୍କାକୁ ହିସାବ କଲେ ପ୍ରତିଦିନ ହାରାହାରି ୧୦୦ କୋଟି ଟଙ୍କା ଜବତ ହେଉଛି। ଏପରିକି ଅପରାଧୀମାନେ ଆମ୍ବୁଲାନ୍ସ ଏବଂ ଅନ୍ୟ ଗାଡ଼ିରେ ଟଙ୍କା ଓ ଲୋଭନୀୟ ସାମଗ୍ରୀ ଭୋଟରଙ୍କ ମଧ୍ୟରେ ବାଣ୍ଟିବାର ପ୍ରୟାସ ଜାରି ରଖିଛନ୍ତି। ଏତେ ପରିମାଣର ଅର୍ଥ ଓ ଅନ୍ୟ ସାମଗ୍ରୀ ଜବତ ହେଉଛି ଯେ ଲୋକେ ଜାଣିବାକୁ ଚାହୁଁଛନ୍ତି, ଏତେ ଟଙ୍କା ଆସୁଛି କୋଉଠୁ, ଦଉଛି କିଏ?

ନିର୍ବାଚନ କମିଶନ୍‌ଙ୍କ ପର୍ଯ୍ୟବେକ୍ଷକ, ନିରୀକ୍ଷଣ ଟିମ୍‌ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥା ବିମାନବନ୍ଦର, ରାଜପଥ, ରେଲ୍‌ୱେ ଷ୍ଟେସନ୍, ହୋଟେଲ ଏବଂ ଫାର୍ମ ହାଉସ୍‌ ଆଦିରେ ଚଢ଼ଉ କରି ଏହି ଟଙ୍କା ଜବତ କରୁଛନ୍ତି। ବିଭିନ୍ନ ରାଜ୍ୟ ସୀମା ସିଲ୍‌ କରି ତଦନ୍ତ କରାଯିବା ସହିତ ବସ୍‌ଗୁଡ଼ିକର ଯାତ୍ରୀମାନଙ୍କର ବ୍ୟାଗ୍‌ ମଧ୍ୟ ଯାଞ୍ଚ କରାଯାଉଛି।

ପୂର୍ବତନ ନିର୍ବାଚନ କମିଶନର ଭିଏସ୍‌ ସମ୍ପତଙ୍କ କହିବା ଅନୁଯାୟୀ, ଏହା ଏକ ଜାତୀୟ ସମସ୍ୟା। ଏହା ହିଁ ପ୍ରଦର୍ଶନ କରୁଛି, ଲୋକେ କିଭଳି ନୀତି ଓ କାର୍ଯ୍ୟକ୍ରମ ଉପରେ ବିଶ୍ୱାସ ନକରି ଟଙ୍କା ଓ ଲୋଭନୀୟ ଅଫରରେ ଭାସିଯାଉଛନ୍ତି। ତେବେ ନିର୍ବାଚନ କମିଶନ ଓ ଅଭିଯୁକ୍ତଙ୍କ ମଧ୍ୟରେ ଏହି ବିଲେଇ ମୂଷାର ଖେଳ ମଧ୍ୟରେ ଆଉ ଗୋଟିଏ କଥା ମଧ୍ୟ ସ୍ପଷ୍ଟ ହୋଇଛି। ଦେଶର ବେଶ୍‌ କିଛି ସ୍ଥାନରେ ଲୋକଙ୍କ ରୋଜଗାର ଦୈନିକ ୨ ଡଲାର ବା ୧୪୦ ଟଙ୍କାରୁ କମ୍‌ ହୋଇଥିବାରୁ ଛୋଟ ଛୋଟ ପରିମାଣର ହାତଗୁଞ୍ଜା ମଧ୍ୟ ବେଶ୍‌ ବଡ଼ ମନେ ହେଉଛି।

ତେବେ ହାତଗୁଞ୍ଜା ଯେ କେବଳ ଟଙ୍କାରେ ସୀମିତ ରହିଛି ତାହା ନୁହେଁ। ରାଜନେତା ମାନେ ମାଗଣା ପେଟ୍ରୋଲ, ମାଗଣା ଖାଇବା, ଛତା ଏବଂ ଟର୍ଚ୍ଚ ମଧ୍ୟ ବାଣ୍ଟୁଛନ୍ତି। ଏତଦ୍‌ବ୍ୟତୀତ ପ୍ରଚାର ପ୍ରତିଶ୍ରୁତିରେ ସ୍ମାର୍ଟଫୋନ୍‌, ମାଗଣା ୱାଇଫାଇ, ସାଇକେଲ୍‌, ପ୍ରେସର କୁକର, ମାଗଣା ଚାଉଳ ଏବଂ ଡାଲି ଆଦି ମଧ୍ୟ ସାମିଲ ରହିଛି। ଶେଫାଲି ଶରନ୍‌ ନାମକ ଜଣେ ରାଜନୀତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପୂର୍ବେ ନିର୍ବାଚନ ଜିତିବାପାଇଁ ବାହୁବଳ ହିଁ ଯଥେଷ୍ଟ ଥିଲା। ଏବେ ଏହାର ସ୍ଥାନ ନେଇଯାଇଛି ଅର୍ଥବଳ।

ହାତଗୁଞ୍ଜା ବଢ଼ିବାର ଅର୍ଥ ନିର୍ବାଚନ ଖର୍ଚ୍ଚ ବଢ଼ିବା। ଏପରି ଖର୍ଚ୍ଚ ହିଁ ଭାରତର ନିର୍ବାଚନକୁ ବିଶ୍ୱର ସବୁଠାରୁ ମହଙ୍ଗା ନିର୍ବାଚନରେ ପରିଣତ କରିଛି। ନିର୍ବାଚନ ପାଇଁ ଖର୍ଚ୍ଚ ଏବେ ୪୦% ବୃଦ୍ଧି ପାଇ ୫୦ ହଜାର କୋଟିରେ ଯାଇ ପହଞ୍ଚିଲାଣି। ଶ୍ରୀ ସମ୍ପତ କହିଛନ୍ତି, ଭୋଟରମାନଙ୍କ ମଧ୍ୟରେ ସଚେତନତା ଏବଂ ନୈତିକ ମୂଲ୍ୟବୋଧ ରହିବାର ଘୋର ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story