ମୁମ୍ୱାଇ: ଆମେରିକା-ଇରାନ ମଧ୍ୟରେ ବିବାଦ ଚାଲିଛି। ଏହାରି ଭିତରେ ମୁମ୍ୱାଇ ବିମାନ ବନ୍ଦରରୁ ଇରାକ ଯାଉଥିବା ୧୧୦ ତୀର୍ଥଯାତ୍ରୀଙ୍କୁ ଅଟକାଯାଇଛି। ଏହି ସମସ୍ତ ତୀର୍ଥଯାତ୍ରୀ ଦାଉଦୀ ବୋହରା ସମୁଦାୟର ଥିଲେ। ଏମାନେ ମୁମ୍ୱାଇରୁ ବିମାନଯୋଗେ ଇରାକ ଯାଇଥାନ୍ତେ।
ସୂଚନାଯୋଗ୍ୟ, ଇରାକ ଯିବା ଭାରତୀୟଙ୍କ ପାଇଁ ସୁରକ୍ଷିତ ନୁହେଁ। ନିକଟରେ କେନ୍ଦ୍ର ସରକାର ଆମେରିକା-ଇରାନ ବିବାଦ ପରେ କହିଥିଲା। ଏମିତିକି କେନ୍ଦ୍ର ସରକାର ଟାର୍ଭେଲ ଆଡଭାଇଜାରି ମଧ୍ୟ ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଆଡଭାଇଜରି ଜାରି କରି କହିଥିଲା, ଆମେରିକା-ଇରାନ ମଧ୍ୟରେ ବିବାଦ ରହିଛି। ତେଣୁ ସ୍ଥିତି ସ୍ୱାଭାବିକ ନହେବା ଯାଏ ଇରାକ ଗସ୍ତ ପାଇଁ ଶୀଘ୍ର ଅନୁମତି ମିଳିବ ନାହିଁ।
ଜାନୁଆରୀ ପ୍ରଥମ ସପ୍ତାହରେ ଇରାକର ବାଗଦାଦ ଅନ୍ତର୍ଜୀୟ ବିମାନ ବନ୍ଦରକୁ ଯାଉଥିଲେ ଇରାନର ମେଜର ଜେନେରାଲ ସୁଲେମାନୀ। ଏହି ସମୟରେ ଆମେରିକା ଏୟାର ଷ୍ଟ୍ରାଇକ ଯୋଗେ ସୁଲେମାନୀଙ୍କୁ ମାରିବାରେ ସଫଳ ହୋଇଛି। ଏବେ ଏହାକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ବିବାଦ ତେଜିଛି।