Advertisment

ପୁଣି ଥରେ ବୋମା ବିସ୍ଫୋରଣ: ୧୭ ମୃତ, ୫୦ରୁ ଅଧିକ ଗୁରୁତର

କାବୁଲ: ମଙ୍ଗଳବାର ପୁଣିଥରେ ଆଫଗାନିସ୍ତାନ ଅଶାନ୍ତ ହୋଇଛି। ବାମିଆନ ସହରରେ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଖବର ସରବରାହ ସଂସ୍ଥା ଟୋଲୋ ନ୍ୟୁଜ୍ ଅନୁଯାୟୀ, ଏହି ବୋମା ବିସ୍ଫୋରଣରେ ୫୦ରୁ ଅଧିକ ଗୁରୁତର ହୋଇଛନ୍ତି। ବମିଆନ ସହରର ଏକ ବଜାରରେ ଏହି ବିସ୍ଫୋରଣ ଘଟିଛି। ଏଯାବତ କୌଣସି ଆତଙ୍କୀ ସଂଗଠନ ଏହି ବିସ୍ପୋରଣ ପାଇଁ ଦାୟୀ କରି ନାହାନ୍ତି। 17 dead, at least […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପୁଣି ଥରେ ବୋମା ବିସ୍ଫୋରଣ: ୧୭ ମୃତ, ୫୦ରୁ ଅଧିକ ଗୁରୁତର

afghan-terrorist

କାବୁଲ: ମଙ୍ଗଳବାର ପୁଣିଥରେ ଆଫଗାନିସ୍ତାନ ଅଶାନ୍ତ ହୋଇଛି। ବାମିଆନ ସହରରେ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଖବର ସରବରାହ ସଂସ୍ଥା ଟୋଲୋ ନ୍ୟୁଜ୍ ଅନୁଯାୟୀ, ଏହି ବୋମା ବିସ୍ଫୋରଣରେ ୫୦ରୁ ଅଧିକ ଗୁରୁତର ହୋଇଛନ୍ତି। ବମିଆନ ସହରର ଏକ ବଜାରରେ ଏହି ବିସ୍ଫୋରଣ ଘଟିଛି। ଏଯାବତ କୌଣସି ଆତଙ୍କୀ ସଂଗଠନ ଏହି ବିସ୍ପୋରଣ ପାଇଁ ଦାୟୀ କରି ନାହାନ୍ତି।

Advertisment

ଏହାପୂର୍ବରୁ ୨୧ ତାରିଖ ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ରକେଟ୍ ମାଡ଼ ହୋଇଥିଲା। ରକେଟ୍ ମାଡ଼ ପରେ ଦୁଇଟି ବୋମା ବିସ୍ପୋରଣ ମଧ୍ୟ ହୋଇଥିଲା। ସେପ୍ଟେମ୍ୱରରେ ତାଲିବାନ ଏବଂ ଆଫଗାନ ସରକାର ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ବାର୍ତ୍ତା ହୋଇଥିଲା। ହେଲେ ଏହାପରେ ଆଲୋଚନାରେ ସେତେଟା ଅଗ୍ରଗତି ଦେଖାଯାଇନି।

Advertisment

କାବୁଲ ପ୍ରଶାସନ ଏ ନେଇ କହିଥିଲା, ତାଲିବାନ ମୁହଁରେ ଶାନ୍ତି ବାବଦରେ କଥା ହେଉଛି ହେଲେ ଆକ୍ରମଣ ପଛରେ ସେ ହିଁ ଦାୟୀ। ତେବେ କାବୁଲ ପୁଲିସ ଆକ୍ରମଣକାରୀ ବାବଦରେ କୌଣସି ମତ ରଖିନି। ସେହିପରି କୌଣସି ଆତଙ୍କୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି।

ଆଗକୁ ପଢ଼ନ୍ତୁ : ଏଣିକି ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ, ଲାଗୁ ହେଲା ଅଧ୍ୟାଦେଶ

Bomb Blast Afganistan