ଜମ୍ମୁ-କାଶ୍ମୀରର ଏକ ସରକାରୀ ସ୍କୁଲର ୧୮ ଜଣ ଶିକ୍ଷକ ନିଲମ୍ବିତ

ଶ୍ରୀନଗର: କାର୍ଯ୍ୟରେ ଅବହେଳା ଯୋଗୁଁ ଜମ୍ମୁ ଓ କାଶ୍ମୀରର ଏକ ସରକାରୀ ହାଇସ୍କୁଲର ସମସ୍ତ ୧୮ ଜଣ ଯାକ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ବେମିନା ସ୍ଥିତ ଏହି ସ୍କୁଲ୍‌କୁ ଗତକାଲି ରାଜ୍ୟର ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ ଶାହ ଫୈଜଲ୍ ଅଚାନକ ଗସ୍ତ କରି ଥିଲେ। ସେ ସ୍କୁଲ୍‌ରେ ପହଞ୍ଚି ଦେଖିଲେ ସମସ୍ତ ଶିକ୍ଷକ ଷ୍ଟାଫ୍‌ରୁମ୍‌ରେ ବସି ଗପ କରୁଛନ୍ତି। ଶ୍ରେଣୀରେ ପଢ଼ାଇବା ବଦଳରେ ଷ୍ଟାଫ୍‌ରୁମ୍‌ରେ ବସି ଆଳାପ କରୁଥିବା ଯୋଗୁଁ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ ସେମାନଙ୍କୁ ନିଲମ୍ବନ […]

jk

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 11:23 AM IST

ଶ୍ରୀନଗର: କାର୍ଯ୍ୟରେ ଅବହେଳା ଯୋଗୁଁ ଜମ୍ମୁ ଓ କାଶ୍ମୀରର ଏକ ସରକାରୀ ହାଇସ୍କୁଲର ସମସ୍ତ ୧୮ ଜଣ ଯାକ ଶିକ୍ଷକ ନିଲମ୍ବିତ ହୋଇଛନ୍ତି।

ବେମିନା ସ୍ଥିତ ଏହି ସ୍କୁଲ୍‌କୁ ଗତକାଲି ରାଜ୍ୟର ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ ଶାହ ଫୈଜଲ୍ ଅଚାନକ ଗସ୍ତ କରି ଥିଲେ। ସେ ସ୍କୁଲ୍‌ରେ ପହଞ୍ଚି ଦେଖିଲେ ସମସ୍ତ ଶିକ୍ଷକ ଷ୍ଟାଫ୍‌ରୁମ୍‌ରେ ବସି ଗପ କରୁଛନ୍ତି। ଶ୍ରେଣୀରେ ପଢ଼ାଇବା ବଦଳରେ ଷ୍ଟାଫ୍‌ରୁମ୍‌ରେ ବସି ଆଳାପ କରୁଥିବା ଯୋଗୁଁ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ ସେମାନଙ୍କୁ ନିଲମ୍ବନ କରିଛନ୍ତି। ସ୍କୁଲରେ ଶିକ୍ଷାର ମାନ ଉନ୍ନତ ନ ହେଲା ପର୍ଯ୍ୟନ୍ତ ସେମାନଙ୍କୁ ଦରମା ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଫୈଜଲ କହିଛନ୍ତି,“ଏହି ସ୍କୁଲ୍‌ରେ ୧୮ ଜଣ ଶିକ୍ଷକ ଓ ୧୧୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସ୍କୁଲର ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୨୫ରେ ୪ ହରଣ କଲେ କେତେ ହେବ କହିପାରୁ ନାହାନ୍ତି। ମୁଁ ସେଠାକୁ ଗଲା ବେଳକୁ ଶିକ୍ଷକମାନେ ଷ୍ଟାଫ୍‌ରୁମ୍‌ରେ ବସି ଗପ କରୁଥିଲେ। ଶିକ୍ଷକମାନେ କିପରି ଏତେ ଦାୟିତ୍ୱହୀନ ହୋଇପାରିବେ ତାହା ମୁଁ ଭାବି ପାରୁନାହିଁ?”

ଏହି ସ୍କୁଲ୍‌ଟି ଜମ୍ମୁ ଓ କାଶ୍ମୀରର ସବୁଠୁ ଅପରିଷ୍କାର ସ୍କୁଲ୍ ବୋଲି ସେ କହିଛନ୍ତି।

Related story