ବେରୁତ୍:ସିରିଆ ଓ ଇରାକରେ ଆତଙ୍କ ଚଳାଇଥିବା ଇସଲାମିକ୍ ଷ୍ଟେଟ୍ ତଥା ଆଇଏସ୍ ଆତଙ୍କବାଦୀ ଦୁଇ ବାଳକଙ୍କୁ ହତ୍ୟା କରିଛନ୍ତି। ରମଜାନ୍ ମାସ ଚାଲିଥିବାରୁ ଏହି ଦୁଇ ବାଳକ ଦିନ ବେଳା ଖାଦ୍ୟ ଖାଇଥିବାରୁ ଆଇଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଛି ବୋଲି ସିରିଆର ମାନବଧିକାର ସଂସ୍ଥା କହିଛି।
ଅନ୍ୟପକ୍ଷରେ ମାୟାଦିନ ଗ୍ରାମର ସ୍ଥାନୀୟ ଲୋକଙ୍କ କହିବାନୁସାରେ ୧୮ ବର୍ଷରୁ କମ୍ ବୟସର ଏହି ବାଳକ ମାନଙ୍କୁ ଆଇଏସ୍ ଆତଙ୍କବାଦୀ ସେମାନଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି। ଏହି ଘଟଣା ଆଇଏସ୍ ମୁଖ୍ୟାଳୟ ନିକଟରେ ଘଟିଥିଲା।ସୂଚନାନୁଯାୟୀ ଏହି ଦୁଇ ବାଳକ ଖାଦ୍ୟ ଖାଉଥିବା ସମୟରେ ଆଇଏସ୍ ଆତଙ୍କବାଦୀ ମାନେ ସେମାନଙ୍କୁ ଧରିଥିଲେ। ବିନା କୌଣସି କାରଣରେ ଏହି ଦୁଇ ବାଳକ ରୋଜା ଭାଙ୍ଗିଥିବାରୁ ସେମାନଙ୍କୁ ଏହି ଦଣ୍ଡ ଦିଆଯାଇଥିବା ମୃତ ଦେହ ନିକଟରୁ ମିଳିଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଭୋଟର ଦିନକ ପୂର୍ବରୁ ହାଇ ଡ୍ରାମା; ବିଜେପି ନେତା ଟଙ୍କା ବାଣ୍ଟିଥିବା ଅଭିଯୋଗ
ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରରେ ହାଇ ଡ୍ରାମା ଦେଖିବାକୁ ମିଳିଛି।
National
ଦିଲ୍ଲୀରେ ହେବ କୃତ୍ରିମ ବର୍ଷା! କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ
ପ୍ରଦୂଷଣରୁ ମୁକ୍ତି ପାଇଁ କୃତ୍ରିମ ବର୍ଷା କରାଇବାକୁ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
National
METAକୁ CCIର ଛାଟ, ୨୧୩ କୋଟିର ଫାଇନ୍ ଲଗାଇଲା ଭାରତ
ହ୍ୱାଟସ୍ ଆପ୍ ସହ ଜଡିତ ପ୍ରାଇଭେସି ପଲିସିର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ ଭାରତର କମ୍ପିଟିସନ୍ କମିସନ ଅଫ୍ ଇଣ୍ଡିଆ (CCI) ମେଟା ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଛି।
National
ବୁଥ ମୁହାଁ ପୋଲିଂ ପାର୍ଟି, ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ଭୋଟ୍
ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।