କ୍ୱାରେଣ୍ଟାଇନ କେନ୍ଦ୍ରରୁ ବାହାରି ଯୁବତୀଙ୍କୁ ଗଣଦୁଷ୍କର୍ମ

ପାଟଣା: ଲଜ୍ଜା..ଲଜ୍ଜା..ଲଜ୍ଜା..। ହଜିଗଲା ମାନବିକାତା। କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥାଇ ଦୁଇ ଯୁବକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅନ୍ୟ ୫ ସ୍ଥାନୀୟ ଯୁବକ ମଧ୍ୟ ସହଯୋଗ କରିଥିବା ଜଣାପଡ଼ିଛି। ବିହାରର ରୋହତସ ଜିଲ୍ଲାର ଜୋଗଣୀ ଗାଁରେ ଏଭଳି କୁତ୍ସିତ କାରନାମା ଦେଖିବାକୁ ମିଳିଛି। ତେବେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ବାହାରି ଦୁଇ ଯୁବକ କିଭଳି ଏଭଳି ଜଘନ୍ୟ କାମ କରିବାକୁ ସୁଯୋଗ ପାଇଲେ ସେ ନେଇ ବିହାର ପୁଲିସ ନିରବ ରହିଛି। ଗୁରୁବାର ପୀଡ଼ିତା […]

Rape_

Subhransu Sekhar
  • Published: Saturday, 23 May 2020
  • , Updated: 23 May 2020, 07:59 PM IST

ପାଟଣା: ଲଜ୍ଜା..ଲଜ୍ଜା..ଲଜ୍ଜା..। ହଜିଗଲା ମାନବିକାତା। କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥାଇ ଦୁଇ ଯୁବକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅନ୍ୟ ୫ ସ୍ଥାନୀୟ ଯୁବକ ମଧ୍ୟ ସହଯୋଗ କରିଥିବା ଜଣାପଡ଼ିଛି। ବିହାରର ରୋହତସ ଜିଲ୍ଲାର ଜୋଗଣୀ ଗାଁରେ ଏଭଳି କୁତ୍ସିତ କାରନାମା ଦେଖିବାକୁ ମିଳିଛି। ତେବେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ବାହାରି ଦୁଇ ଯୁବକ କିଭଳି ଏଭଳି ଜଘନ୍ୟ କାମ କରିବାକୁ ସୁଯୋଗ ପାଇଲେ ସେ ନେଇ ବିହାର ପୁଲିସ ନିରବ ରହିଛି।

ଗୁରୁବାର ପୀଡ଼ିତା (୧୮)ଙ୍କ ଅଭିଯୋଗ କ୍ରମେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଗିରଫ କରିଛି। ଏହାସହିତ ଦୁଷ୍କର୍ମରେ ସାମିଲ୍ ଥିବା ସ୍ଥାନୀୟ ୫ ଯୁବକଙ୍କୁ ଏବେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜୁଥିବା ଜଣାପଡ଼ିଛି।

କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଗିରଫ ହୋଇଥିବା ଦୁଇ ଯୁବକ ହେଲେ ଚଞ୍ଚଳ ଯାଦବ ଏବଂ ସୁରେଶ କୁମାର ଯାଦବ। ୫ ସହଯୋଗୀ ହେଲେ ଅରବିନ୍ଦ ଯାଦବ, ବିଜୟ ଯାଦବ, ମୁକେଶ ଯାଦବ, ଅମିତ ଯାଦବ ଏବଂ ଚୁଲ୍ଲ ପାଶଓ୍ୱାନ।

ଏବେ ପୀଡ଼ିତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି ବୋଲି ବିକ୍ରମଗଞ୍ଜର ଏସଡିପିଓ ରାଜ କୁମାର କହିଛନ୍ତି। ବୁଧବାର ଦିନ ରାତିରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ବାହାରି ସୁରେଶ ଏବଂ ଚଞ୍ଚଳ ୧୮ ବର୍ଷୀୟ ଯୁବତୀଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏମିତିକି ପୀଡ଼ିତାଙ୍କୁ ଛୁରୀ ଦେଖାଇ ହତ୍ୟା ଧମକ ଦେଇଥିଲେ ୭ ଅଭିଯୁକ୍ତ।

ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଫଟୋ ଏବଂ ଭିଡିଓ ରେକର୍ଡିଂ କରିଥିବା ଜଣାପଡ଼ିଛି। ଏ ନେଇ ମୁହଁ ଖୋଲିଲେ ସୋଶାଲ ମିଡିଆରେ ଭିଡିଓ ଭାଇରାଲ କରିଦେବେ ବୋଲି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

Related story