ପିଆଜ ଚୋରି କରିବାକୁ ଯାଇ ଧରାପଡ଼ିଲେ ୨ ଯୁବକ

ପୁଣେ: ପିଆଜ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହା ଏବେ ଗ୍ରାହକଙ୍କୁ କନ୍ଦାଉଛି। ଏପରି ସ୍ଥିତିରେ ପିଆଜ ଚୋରି କରିବାକୁ ଉଦ୍ୟମ କରି ବନ୍ଧା ହୋଇଛନ୍ତି ଦୁଇ ଯୁବକ। ମହରାଷ୍ଟ୍ରର ପୁଣେରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗିରଫଦ୍ୱୟ ହେଲେସଞ୍ଜୟ ପରାଧି ଓ ପୋପତେ କାଲେ। ପୁଣେର ମଉଜେ ଦେଭ୍‌ଜାଲି ଗାଁରେ ସାମ୍ନାକୁ ଆସିଛି ପିଆଜ ଚୋରି ଘଟଣା । ପୁନେରେ ପିଆଜ କିଲୋ ୧୦୦ ଟଙ୍କା ଥିବା ବେଳେ […]

onion

onion

Niharika Rout
  • Published: Friday, 23 October 2020
  • Updated: 23 October 2020, 11:02 AM IST

Sports

Latest News

ପୁଣେ: ପିଆଜ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହା ଏବେ ଗ୍ରାହକଙ୍କୁ କନ୍ଦାଉଛି। ଏପରି ସ୍ଥିତିରେ ପିଆଜ ଚୋରି କରିବାକୁ ଉଦ୍ୟମ କରି ବନ୍ଧା ହୋଇଛନ୍ତି ଦୁଇ ଯୁବକ। ମହରାଷ୍ଟ୍ରର ପୁଣେରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗିରଫଦ୍ୱୟ ହେଲେସଞ୍ଜୟ ପରାଧି ଓ ପୋପତେ କାଲେ।

ପୁଣେର ମଉଜେ ଦେଭ୍‌ଜାଲି ଗାଁରେ ସାମ୍ନାକୁ ଆସିଛି ପିଆଜ ଚୋରି ଘଟଣା । ପୁନେରେ ପିଆଜ କିଲୋ ୧୦୦ ଟଙ୍କା ଥିବା ବେଳେ  ଏହି ୨ ଯୁବକ ୫୫୦ କେଜି ପିଆଜ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲେ। ଏହାପରେ ସେମାନଙ୍କ ବିରୋଧରେ ପୁନେର ନାରାୟଣଗାଁ ପୁଲିସ୍‌ ଷ୍ଟେଶନରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ଲଗାଣ ବର୍ଷା ଯୋଗୁ ପୁନେରେ ଚାଷ ହୋଇଥିବା ପିଆଜ ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ଏପରି ସ୍ଥିତିରେ ସେଠାରେ ପିଆଜ କିଲୋ ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos